ଅନୁସୂଚିତ ଜାତି ଓ ଜନ ଜାତି ନିର୍ଯ୍ୟାତନା ନିବାରଣ ଆଇନ-୧୯୮୯ ( The Scheduled Castes and The Scheduled Tribe Preventions of Atrocities Act , 1989 )

ବିନୋଦ କୁମାର ଭୋଇ
ସାମ୍ବାଦିକ
 ସଂସଦର ନିମ୍ନଲିଖିତ ଅଧିନିୟମ ରାଷ୍ଟ୍ରପତିଙ୍କ ଦ୍ୱାରା ୧୨ ସେପ୍ଟମ୍ବର ୧୯୮୯ରେ ସ୍ୱିକୃତୀ ଲାଭ କରିଛି  ଏବଂ ଏହା ଜନ ସାଧାରଣମାନଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଇଛି ।
ତଫସିଲଭୁକ୍ତ ଓ ତଫସିଲଭୁକ୍ତ ଉପଜାତି (ନିର୍ଯ୍ୟାତନା ନିବାରଣ) ଅଧିନିୟମ,୧୯୮୯
ଏହି ଆଇନ୍ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନ ଜାତି ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନାରୁ ରୋକିବା, ଦୋଷର ବିଚାର ପାଇଁ, ସ୍ୱତନ୍ତ୍ର ବିଚାରାଳୟ ଯୋଗାଇଦେବା ଏବଂ ଅପରାଧରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ଏବଂ ପୁନଃ ଥଇଥାନ କରିବା ସଂଗେ ସଂଗେ ଜଡିତ ଘଟଣାକୁ ବିବେଚନା କରିବା ପାଇଁ ଆଇନ୍ ରହିଛି । ସର୍ବ ଭୌମ ଭାରତର ୪୦ତମ ବର୍ଷରେ ସଂସଦ ଦ୍ୱାରା ଏହାକୁ ଅନୁମୋଦନ କରାଗଲା । ପ୍ରାଥମିକ :(କ)  
୧. ଏହି ଅଧିନିୟମକୁ ତଫସିଲଭୁକ୍ତ ଜାତି ଓ ତ‘ସିଲଭୁକ୍ତ ଜନ ଜାତି  କିମ୍ବା ନିର୍ଯ୍ୟାତନା ନିବାରଣ ଅଧିନିୟମ ୧୯୮୯ କୁହାଯିବ ।
୨. ଜାମ୍ମୁ ଓ କାଶ୍ମୀରକୁ ବାଦ ଦେଲେ ଏହି ନିୟମ ସମଗ୍ର ଭାରତରେ ଲାଗୁ ହେବ ।
୩. କେନ୍ଦ୍ର ସରକାରଙ୍କ ଗେଜେଟ୍ରେ ପ୍ରକାଶ ପାଇଥିବା ତାରିଖ ଠାରୁ ଏହା କାର୍ଯ୍ୟକାରୀ ହେଲା ବୋଲି ଧରାଯିବ ।
 (ଖ) ଊରଲସଦ୍ଭବଗ୍ଧସକ୍ଟଦ୍ଭଗ୍ଦ:- (୧) ଓଦ୍ଭ ଗ୍ଧଷସଗ୍ଦ ଇମଗ୍ଧ, ଟଦ୍ଭକ୍ଷରଗ୍ଦଗ୍ଦ ଗ୍ଧଷର  ଉକ୍ଟଦ୍ଭଗ୍ଧରଙ୍ଘଗ୍ଧ କ୍ଟଗ୍ଧଷରକ୍ସଙ୍ଗସଗ୍ଦର କ୍ସରକ୍ତଙ୍କସକ୍ସରଗ୍ଦ.
୧. “ନିର୍ଯ୍ୟାତନା”ର ଅର୍ଥ ଧାରା ଅନୁଯାୟୀ ଦଣ୍ଡନୀୟ ଅପରାଧ ।
୨. “ସଂହିତା”ର ଅର୍ଥ ଦଣ୍ଡ ପ୍ରକ୍ରିୟା ସଂହିତା ୧୯୭୪ ।
୩. “ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି” ର ଅର୍ଥ ସଂବିଧାନର ଧାରା ୩୬୬ ଯଥାକ୍ରମେ ଖଣ୍ଡ ୨୪ ଓ ଖଣ୍ଡ ୨୫ରେ ଦର୍ଶାଯାଇଛି ।
୪. “ସ୍ୱତନ୍ତ୍ର ସରକାରୀ ଅଭିଯୋଜକ” ର ଅର୍ଥ ସ୍ୱତନ୍ତ୍ର ସରକାରୀ ଅଭିଯୋଜକ ରୂପେ କିମ୍ବା ଜଣେ ଅଧିବକ୍ତା ଯେ ଧାରା  ୧୫ ଅନୁସାରେ ବିନିର୍ଦ୍ଧିଷ୍ଟ କରୁଥିବେ ।
୫. “ସ୍ୱତନ୍ତ୍ର ନ୍ୟାୟାଳୟ”ର ଅର୍ଥ ଧାରା କ୧୪ରେ  ସ୍ୱତନ୍ତ୍ର ନ୍ୟାୟାଳୟ ରୂପେ ଉଲ୍ଲେଖ ଥିବା ସେସନ୍ସ କୋର୍ଟ ।
୬. ଏହି ଅଧିନିୟମରେ ବ୍ୟବହୃତ ଶବ୍ଦାବଳୀ ଏବଂ ଅଭିବ୍ୟକ୍ତି ବିଧି ସଂହିତାରେ କିମ୍ବା ଭାରତୀୟ ଦଣ୍ଡ ସଂହିତାରେ ପରିଭାଷିତ ହୋଇଥିବା  ଏହି ଆଇନ୍ରେ ପରିଭାଷିତ ହୋଇ ନଥିଲେ,ଶବ୍ଦାବଳୀ ଗୁଡିକର ପରିଭାଷା ଭାରତୀୟ ଦଣ୍ଡ ସଂହିତା ବା ବିଧି ସଂହିତା ଅନୁଯାୟୀ ହେବ ।
୭. ଉକ୍ତ ଆଇନ୍ ଅନ୍ତର୍ଗତ ଯେ କୌଣସି ଅଧିନିୟମ ଓ ତାହାର ପ୍ରସଙ୍ଗଗତ ବ୍ୟାଖ୍ୟା କରାଯିବ । ଯଦି ସେହି ଅଧିନିୟମ ବା ବ୍ୟବସ୍ଥା ସଂପର୍କିତ ଅଂଚଳରେ କାର୍ଯ୍ୟ କରୁ ନ ଥିବ । ଯଦି ସେହି ପରି ଅନୁରୂପ ନିୟମ କୌଣସି ଅଂଚଳରେ କାର୍ଯ୍ୟକାରୀ ହୋଇଥିବ, ତେବେ ତାହାର ପ୍ରାସଙ୍ଗିକତା ମଧ୍ୟ ବ୍ୟାଖ୍ୟା କରାଯିବ ।
ପ୍ରାରମ୍ଭିକ ପର୍ଯ୍ୟାୟ
କେଉଁ ନିର୍ଯ୍ୟାତନାଗୁଡିକ ଆଇନ୍ ଦୃଷ୍ଟିରେ ଦଣ୍ଡନୀୟ ଅପରାଧ ଅପରାଧ ?
ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟ ହୋଇ ନଥିବା ଯେ କୌଣସି ବ୍ୟକ୍ତି
୧. ଯଦି ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟକୁ ବଳ ପ୍ରୟୋଗ କରି ଅଖାଦ୍ୟ,ଘୃଣିତ ପାନୀୟ କିମ୍ବା ପଦାର୍ଥ ଖାଇବାକୁ ବାଧ୍ୟ କରନ୍ତି ।
୨. ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି ମାନଙ୍କର କ୍ଷତି ସାଧନ କରିବା ପାଇଁ, ଅପମାନ ଓ ବିରକ୍ତି କରିବା ପାଇଁ ଉଦେ୍ଧଶ୍ୟ ଭାବରେ ସେମାନଙ୍କ ଘରେ କିମ୍ବା ନିକଟରେ ବିଷ୍ଠା,ବର୍ଜ୍ୟ ବସ୍ତୁ  ଓ ମଲାଶବ ଓ ଅନ୍ୟବସ୍ତୁ ପକାଇବା ।
୩. ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ବଳ ପ୍ରୟୋଗ ଦ୍ୱାରା ଉଲଗ୍ନ କରି ଚଲାଇବା କିମ୍ବା ମୁଖ କିମ୍ବା ଶରୀରର ଯେ କୌଣସି ଅଙ୍ଗରେ ଚିତ୍ର ବିଚିତ୍ର କରି କରିବା  କିମ୍ବା ଏହି ପ୍ରକାର କାର୍ଯ୍ୟ କରନ୍ତି । ଯାହାକି ସେମାନଙ୍କର ମାନବିକ ଗୌରବବୋଧକୁ ହାନି କରୁଥିବେ ।
୪. ଯଦି ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କର ଜମିକୁ ଅନ୍ୟାୟ ଭାବରେ ଜବର ଦଖଲ ବା ଚାଷ କରୁଥିବେ ଏବଂ ସେହି ଜମିଗୁଡିକ  ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ କ୍ଷମତା ସଂପନ୍ନ ପ୍ରାଧିକାରୀଙ୍କ ଦ୍ୱରା ଅର୍ପଣ କରାଇଥିବ କିମ୍ବା ବିଜ୍ଞପ୍ତି ମାଧ୍ୟମରେ ଦିଆ ଯାଇଥିବ କିମ୍ବା ହସ୍ତାନ୍ତର ମାଧ୍ୟମରେ ସେହି ଜମି ତାଙ୍କ ଅଧିନରେ ଥିବ କିମ୍ବା ସେ ଅଧିକାର କରିଥିବେ ।
୫. ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ଅନ୍ୟାୟ ଭାବରେ ତାଙ୍କ ଜମିରୁ କିମ୍ବା ବାସସ୍ଥାନ ପରିସର ମଧ୍ୟରୁ ବେଦଖଲ କଲେ କିମ୍ବା ଜମି,ଜଳ ଓ ବାସସ୍ଥାନ ବ୍ୟବହାର କରିବାକୁ ବାଧ୍ୟ କଲେ ।
୬.  ସରକାରଙ୍କ ଦ୍ୱାରା ପ୍ରଣୀତ ଜନ ସାଧାରଣମାନଙ୍କ ସେବା ପାଇଁ ବାଧ୍ୟତା ମୂଳକ ଚାକିରିକୁ ବାଦ ଦେଇ, ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ବାଧ୍ୟତାମୂଳକ ତଥା ଜୋର ଜବରଦସ୍ତ ଶ୍ରମିକ,ଗୋତି ଶ୍ରମିକ, ଭିକାରୀ କିମ୍ବା ସେହିପରି କିଛି କାର୍ଯ୍ୟକରିବା ପାଇଁ ବାଧ୍ୟ କରୁଥିଲେ ।
୭. ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ବଳ ପ୍ରୟୋଗ କରି କିମ୍ବା ଭୟ ପ୍ରଦର୍ଶନ କରି ଭୋଟ ଦାନରୁ ବିରତ କରି ଏକ ନିର୍ଦ୍ଧିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା କିମ୍ବା  ଯଥୋଚିତ ପ୍ରଣାଳୀରେ ଭୋଟ୍ ନ ଦେବାକୁ ବାଧ୍ୟ କଲେ
୮. ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କ ବିରୁଦ୍ଧରେ ମିଥ୍ୟା, ଦ୍ୱେଷ ମୂଳକ,କଷ୍ଟ ଦାୟକ କିମ୍ବା    ବିରକ୍ତିକର ମୋକଦ୍ଧମା ଦାୟର କଲେ ।
୯.  ମିଥ୍ୟା ଓ ଗୁରୁତ୍ୱହୀନ ସୂଚନା ସରକାରୀଙ୍କୁ ପ୍ରଦାନ କରିବା ଏବଂ ସରକାରୀ କର୍ମଚାରୀଙ୍କ କ୍ଷମତାକୁ ଅପବ୍ୟବହାର କରି ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ଅପମାନିତ କିମ୍ବା କ୍ଷତି କଲେ ।
 ୧୦. ସାର୍ବଜନୀନ ସ୍ଥାନରେ  ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ଉଦେ୍ଧଶ୍ୟ ମୂଳକ ଭାବରେ ଅପମାନ କିମ୍ବା ଭୟ ପ୍ରଦର୍ଶନ କଲେ ।
୧୧. ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର  ମହିଳାମାନଙ୍କୁ ଅପମାନ କିମ୍ବା ଉଦେ୍ଧଶ୍ୟ ମୂଳକ ଭାବରେ  ଖରାପ ବ୍ୟବହାର କରିବା ।
୧୨. ଯଦି ଜଣେ କ୍ଷମତା ସଂପନ୍ନ  ବ୍ୟକ୍ତି ନିଜ କ୍ଷମତାକୁ ଅପବ୍ୟବହାର କରି ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟମାନେ ସାଧାରଣତଃ ବ୍ୟବହାର କରୁଥିବା ଜଳାଶୟ, ଝରଣା, କିମ୍ବା ଜଳ ଉତ୍ସକୁ ନଷ୍ଟ କିମ୍ବା ଦୂଷିତ କରିବା  ।
୧୩. ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ଚଳଣି ଅନୁସାରେ ସର୍ବ ସାଧାରଣ ସ୍ଥାନକୁ ଯିବାରେ  ପ୍ରତିରୋଧ କରନ୍ତି କିମ୍ବା ସେହି ସଦସ୍ୟଙ୍କୁ ସାର୍ବଜନୀନ ସ୍ଥାନ, ଯାହାକି ଅନ୍ୟ ବର୍ଗ ବା ଯେ କୌଣସି ବର୍ଗର ଲୋକ ମାନଙ୍କ ଦ୍ୱାରା ବ୍ୟବହାର ଉପଯୋଗୀ ସ୍ଥାନକୁ ବ୍ୟବହାର କରିବାକୁ ବାରଣ କରନ୍ତି ।
୧୪. ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ବଳ ପୂର୍ବକ ତାଙ୍କ ଗୃହ, ଗ୍ରାମ କିମ୍ବା ଅନ୍ୟ ବାସ ସ୍ଥାନରୁ ବିତାଡିତ କରାଯାଏ ।
ତେବେ ଏହି ସବୁ ଉପରୋକ୍ତ ଘଟଣାବଳୀ ଗୁଡିକ ନିର୍ଯ୍ୟାତନା ହେଉଥିବା ବ୍ୟକ୍ତି ବିରୋଧରେ ନିର୍ଯ୍ୟାତନା ନିବାରଣ ଆଇନ୍ ଲାଗୁହୋଇ ପାରିବ ।
ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି ନିର୍ଯ୍ୟାତନା ଆଇନ୍ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା
ଏବି ଅଧିନିୟମରେ ଥିବା ଅନ୍ୟାନ ବ୍ୟବସ୍ଥା ପ୍ରରିପ୍ରେକ୍ଷୀରେ ଭାରତୀୟ ଦଣ୍ଡ ସଂହିତା ବ୍ୟବସ୍ଥାର ପରିଚ୍ଛେଦ  ୩୪ ର ଅଧ୍ୟାୟ-୩, ଅଧ୍ୟାୟ-୪ ଓ ଅଧ୍ୟାୟ-୫ ଏବଂ ପରିଚ୍ଛେଦ ୧୪୯ର ଅଧ୍ୟାୟ ୨୩ର ପ୍ରୟୋଗ ଏହି ଅଧିନିୟମ ଉଦେ୍ଧଶ୍ୟ ସାଧନ ପାଇଁ ବ୍ୟବହାର କରାଯିବ । ଉକ୍ତ ଆଇନ୍ ଅନୁଯାୟୀ ବିଭିନ୍ନ ନିର୍ଯ୍ୟାତନା ଘଟାଇ ଥିବା ଅପରାଧି ସର୍ବନିମ୍ନ ୬ ମାସ ଠାରୁ ଆଜୀବନ କାରାଦଣ୍ଡ କିମ୍ବା ମୃତୁ୍ୟ ଦଣ୍ଡ ପାଇବାର ବ୍ୟବସ୍ଥା ରହିଛି । କୋର୍ଟର କ୍ଷମତା ଅନୁସାରେ ଆବଶ୍ୟକ ସ୍ଥଳେ ଆଇନ୍ ଅନୁଯାୟୀ ଅପରାଧୀର ସ୍ଥାବର ଓ ଅସ୍ଥାବର ସଂପତି ବ୍ୟାଜାପ୍ତି କରିବାର   ଅଧିକାର ରହିଛି । ଏତଦ୍ ବ୍ୟତୀତ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟମାନଙ୍କୁ ଆଇନ୍ ସହାୟତା କାର୍ଯ୍ୟରେ ସରକାରୀ କାର୍ଯ୍ୟରେ ଅବହେଳା କଲେ ମଧ୍ୟ ସ୍ୱତନ୍ତ୍ର ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ।
ସା-ଅଁଳୋ , ପୋ-ଅପୂଜା, କଟକ,
ମୋ-୯୦୪୦୧୯୫୧୮୮
JOY BAHUDA

No comments:

Post a Comment