ତୁମରି ସ୍ମୃତିରେ

ଅନୂସୟା ଭୋଇ
ଦିନ ଚାଲିଗଲା ଅନ୍ଧାର ଆସିଲା, ଦୁଃଖ ଯନ୍ତ୍ରଣାକୁ ନେଇ,
ଚାଲିଗଲ ଆହେ ବାହୁଡା ଗୋସ୍ୱାମୀ ଅଭୁଲା ସ୍ମୃତିକୁ ଦେଇ । ।ା୧ାା
ଏତେ ସ୍ମୃତି ତୁମ; ସାଉଁଟି ରଖିଛି, କହି କି ପାରିବି ମୁହିଁ,
ଲେଖିଆସୁ ନାହିଁ କି ଲେଖିବି ମୁହିଁ, ଲେଖିବାର ଶେଷ ନାହିଁ । ।ା୨ାା
ତୁମେ ଗରୀୟାନ, ତୁମେ ମହୀୟାନ,ଏ ଜାତିର ଉଦ୍ଗାତା,
ତୁମେ ଚାଲିଗଲ, ରହିଗଲା ବାକି,ମହାଭୋଇ କୁଳ କଥା । ।ା୩ାା
ଯେତେବେଳେ ଏହି ମହାଭୋଇ କୁଳ ହେଉଥିଲେ ନିର୍ଯ୍ୟାତିତ,
ମାତା ଗୁରୁବାରୀ,ପିତା ଧର୍ମୁକାଣ୍ଡି ଔରସରୁ ହେଲ ଜାତ । ।ା୪ାା
ଶୁଭ ସକାଳର ସୁ ମହାଲଗନେ, ଗ୍ରାମ ହେଲା ମୁଖରିତ,
ରାଜପୁତ୍ର ସମ ଚମକୁଥିଲ ଯେ,ତୁମେ ହେ ବାହୁଡା ସନ୍ଥ । ।ା୫ାା
ଶିଶୁ ଅବସ୍ଥାରେ  ଶୋଇଥିଲା ବେଳେ ନାଗସର୍ପ ଥିଲା ଜଗି,
ଚମକି ପଡିଲେ ମାତା ତାହା ଦେଖି ,କି କରିବେ ପୁତ୍ର ଲାଗି । ।ା୬ାା
ଦିନକର କଥା ଅକ୍ଷୟ ତୃତୀୟା, ଦେହରେ ପ୍ରବଳ ଜର,
ହଳ କରୁ କରୁ ଥକାମରା ହୋଇ,ହିଡେ ଶୋଇଲେ ସତ୍ୱର । ।ା୭ାା
ଦାସେଙ୍କ ଉପରେ ଛତ୍ରଛାୟା ହେଲା,ହଳ ଛାଏଁ ଛାଏଁ ବୁଲେ,
ଅଲୌକିକ ଦୃଶ୍ୟ ଦେଖିଣ ଗୁମାସ୍ତା,ଆଶ୍ଚର୍ଯ୍ୟାନ୍ୱିତ ହୋଇଲେ । ।ା୮ାା
 ଭିଙ୍ଗାରପୁରର ଚଉଧୁରୀ ଦେଲେ,ବାର ଏକର  ସମ୍ପତ୍ତି,
କୁଶବନେ ମଠ ସ୍ଥାପନ କରିଲେ, ରଖି ଜଗନ୍ନାଥେ ମତି । ।ା୯ାା
ରୋଗ ଦୁଃଖ ସବୁ ଦୂର କରୁଥିଲେ,ସବୁରି ମଙ୍ଗଳ ପାଇଁ ,
ପରିହାସ ଯିଏ କରୁଥିଲେ ତାଙ୍କୁ, କଷ୍ଟେ ରହୁଥିଲେ ସେହି । ।ା୧୦ାା
ପରୀକ୍ଷା କରିବା ପାଇଁ ଗୋଡେ ବାନ୍ଧି, କପଡା ଦୁଇ ଯବନ ,
କୁଷ୍ଠ ହୋଇଅଛି ଭଲ କର ଦାସେ, ନିନ୍ଦା ହେବ କୁଶବନ । ।ା୧୧ାା
କପଡା ଗୋଡରୁ ଖୋଲିଦିଅ ବୋଲି,ହସି କହିଲେ ଗୋସାଇଁ,
କପଡା ଖୋଲନ୍ତେ ସାାଲୁବାଲୁ ପୋକ,ଦେଖି କାନେ୍ଦ କଇଁ କଇଁ । ।ା୧୨ାା
ସତ କଥାଟାକୁ ମାନିଗଲେ ଦୁହେଁ ଗୋସାଇଁଙ୍କ ପାଦ ଧରି,
ରୋଗ ମୁକ୍ତ କରିଦିଅ ପ୍ରଭୁ ଆମ୍ଭ, ଅପରାଧ କ୍ଷମା କରି । ।ା୧୩ାା
ଖୋଲା କପଡାକୁ ବାନ୍ଧିଦିଅ ଗୋଡେ, ଯେଉଁ ସ୍ଥାନେ ବାନ୍ଧିଥିଲ,
ସେ ସ୍ଥାନେ ପହଂଚି ଖୋଲିଲେ କପଡା,ୟେ ରୋଗ ହୋଇବ ଭଲ । ।ା୧୪ାା
 ଗୋସେଇଁଙ୍କ ମୁଖୁ ଶୁଣି ଏହି ବାଣୀ, ଧନ୍ୟ ଧନ୍ୟ କରି ଗାନ,
କହିଲେ “ମାନବ ରୂପେ ଜନ୍ମିଅଛ,ସ୍ୱୟଂ ତୁମେ ଭଗବାନ । ।ା୧୫ାା
ଅକାଟ୍ୟ ଥିଲା  ଯେ ତୁମ୍ଭ ମହାବାକ୍ୟ, ସମସ୍ତଙ୍କ ହିତ ପାଇଁ,
ନଇଁ  ଆସେ ମଥା ତୁମ ପାଦ ପଦ୍ମେ ଆହେ ବାହୁଡା ଗୋସାଇଁ । ।ା୧୬ାା
ତୁମେ ମରିନାହଁ ତୁମେ ତ ଅମର, ରହିଥିବ ଚିରନ୍ତନ,
ତମ ସ୍ମୃତି ଗାନ କରେ ସର୍ବ ଜନ, ହୃଦୟ କରି ମନ୍ଥନ । ।ା୧୭ାା
ନହରକଂଟା, ଭୁବନେଶ୍ୱର, ମୋ-୯୭୭୭୯୫୩୮୧୧
JOY BAHUDA

No comments:

Post a Comment