ଆତ୍ମ ଚିନ୍ତନ

ପ୍ରମୋଦ କୁମାର ବେହେରା
ସବୁରି ହୃଦୟେ ଆତ୍ମା ଅଛି ରହି
ଆତ୍ମା ରୂପେ ପରମାତ୍ମା ଜ୍ୟୋତି ବିନ୍ଦୁ ସେହି,
ସେହି ଜ୍ୟୋତି ଦିନେ ମହାଶୂନ୍ୟେ  ଉଡିଯିବ
ମାଟିଘର ଖଣ୍ଡି  ଦିନେ ଚୂନା ହୋଇଯିବ ।ା
ପାପ ପଙ୍କେ ତୁହି ବୁଡି ଯାଇଅଛୁ ଭୁଲି
ନୀଚ୍ଚ କର୍ମ କରୁ ନୀଚ୍ଚ ସଙ୍ଗତରେ ପଡି,
ବେଳ ଥାଉ ଥାଉ ମନ ଧର୍ମ ଯାଅ କରି        
ଉଦ୍ଧାର କରିବେ ତୋତେ ସେହି ଚକ୍ରଧାରୀ ।ା
ଜନ୍ମିଅଛୁ ତୁହି ମନୁଷ୍ୟ ରୂପୀ ହୋଇ    
ପରମାତ୍ମା ସତ୍ତା ଅଛି ପ୍ରାଣ ହୋଇ
ସତ୍ କର୍ମ ପାଇଁ ଜନ୍ମି ଅଛୁତୁହି            
ଭୂଲିଯାଉ କିବା ନିଜ ଧର୍ମତୁହି ।ା
ସକାଳ ଆସିବ ସୂରୁଜ ଉଇଁବ          
କଳିଯୁଗ ସତା ଲୋପ ପାଇଯିବ ।ା
ପୁଣି ଜନ୍ମି ନେବୁ ଅନ୍ୟଘଟେ ଯାଇ      
କରମ ମିଳିବ ପୂର୍ବ ଧର୍ମ ନେଇ ।ା
ଭାବିବା ପାଇଁ କି ନ ଥିବ ତୋ ବେଳ      
ପୂର୍ବ କର୍ମ  ହେବ ଏ ଜନ୍ମର କାଳ ।ା
ବେଳ ଥାଉ ମନ ସୁଧୁରି ତୁୁ ଯାଅ          
ପ୍ରଭୁ ପାଦ ତଳେ ଶରଣ  ତୁ ନିଅ ।ା
ତରିଯିବୁ ତୁହି ଏ ଭବ ସାଗରୂୁ          
ମିଶିବୁ ଯାଇ ତୁ ଆସିିବା ବ୍ରହ୍ମରୁ ।ା
ଭୋଦଳ,କଟକ, ମୋ-୯୭୭୬୨୩୬୩୪୨
JOY BAHUDA

No comments:

Post a Comment