ବାହୁଡା ଗୋସ୍ୱାମୀ

ନାଟ୍ୟକାର ଅଭୟ କୁମାର ଦାସ
ପ୍ରଭୁ ହେ ବାହୁଡା ଦାସ, କୁଶକଂଟା ପୀଠାଧୀଶ,
ଜଣାଉ ପ୍ରଣାମ ଅଧମ ଆମେ,ଦିଅହେ ବାରେ ଆଶିଷ
ଗୋସ୍ୱାମୀ, ଆମକୁ ଦିଅ ଆଶୀଷ ।
ଧରମୁ କାଣ୍ଡି ଗରିବ ପିତା,  ଗୂରୁବାରୀ ତୁମ ମାତା
ତାଙ୍କ ଔରସରୁ ତୁମକୁ ଜାତ କରିଲେ ବିଧାତା ।
କଟକ ଜିଲ୍ଲା ଖନ୍ଦଳ ଗ୍ରାମ, ସାଇଲୋ ଅଟେ ପ୍ରଗଣା
ବାହୁଡା ଦଶମୀ ସନ୍ଧ୍ୟା କାଳେ
ତୁମେ ଜନମିଲ ଯୋଗଜନ୍ମା ।
ବାହୁଡା ଦଶମୀରେ ଜନମି, ନାମ ବହିଲ ବାହୁଡା
ବାଉଳି ବୋଲି ଡାକିଲେ ମାଆ,
ଧନ୍ୟହେଲା ସେହି ପଡା ।
ସ୍ନେହ ଆଦର୍ଶ ହୋଇ, ନିଜର ବାଳୁତରୁ ଶିଶୁ ହେଲ
ପାଠପଢିବା ପାଇଁ କି ଜିଦି କରିକି ଅଡି ବସିଲ ।
ହିନ୍ଦୁ ଧର୍ମରେ ବ୍ରାହ୍ମଣବାଦ  ବିସ୍ତାରି ଥିଲା ପ୍ରଖର
ଅସବର୍ଣ୍ଣଙ୍କ ପାଇଁକି ଶିକ୍ଷା ନୀତି ଥିଲା ବହୁଦୂର ।
ପାଠପଢାର ନିଷେଧ ନୀତି ଲାଗୁ ହେଲା ତୁମପାଇଁ
କେତେ ଯେ ନିର୍ଯ୍ୟାତନା ସହିଲ,
ସବର୍ଣ୍ଣ ଛାଡିଲେ ନାହିଁ  ।
ବାସଗୃହକୁ ଧ୍ୱସଂ କରିଲେ ଲଗାଇ ଦେଲେ ନିଆଁ
ସପରିବାରେ ଗାଁ ଛାଡିଲେ
ଖୋଜିଲେ ଅନ୍ୟତ୍ର ରାହା ।
ଲୁଚିଲେ ଆସି ବହୁଦୂରରେ, ବାଟପୂରଣ ସେ ଗାଁ
ସେ ଗାଁଆପାଶେ ନିଘଞ୍ଚବଣ  ହୋଇଲା ତୁମର ସାହା
ପତ୍ର କୁଡିଆ “ଘର” ତୁମ ହେଲା,
ସାଥିହେଲେ ବୃକ୍ଷଲତା ,
ପଶୁପକ୍ଷୀଙ୍କ ସାଥୀରେ ଭ୍ରମି , ଖୋଜିଲ ଈଶ୍ୱର ସତ୍ତା
ପୁତ୍ର ଜୀବନ ସୁରକ୍ଷା ପାଇଁ ମାଆ କଲେ ମାନସିକ
ତଦନୁଯାୟୀ  ଯୋଗୀ ସାଜିଲ,
ବୁଲି ବୁଲି ମାଗ ଭିକ ।
ସୁନ୍ଦର ଗ୍ରାମ  ସମୀପେ ମଠ, ନାମଟି ଜଗ ମୋହନ
ଜଗମୋହନ ଦାଶ ଅଟନ୍ତି ବ୍ରହ୍ମଚାରୀ ସେ ଅଜନ୍ମ ।
ସ୍ୱ ପରିଚୟ କରି ପ୍ରଦାନ, ବରିଲ ତାଙ୍କୁ ଗୁରୁ
ଆଶ୍ରମେ ଥାଇ ବୈଷ୍ଣବ ଦୀକ୍ଷା ନେଲ ତାଙ୍କରି ଠାରୁ ।
ଅକ୍ଷର ପରିଚୟ ସାଙ୍ଗକୁ ବିଦ୍ୟା, ନାଗାନ୍ତ-ଯୋଗାନ୍ତ
ହିନ୍ଦୁଧର୍ମ ଓ ଆୟୁର୍ବେଦର ଶାସ୍ତ୍ରକୁ କଲେ ଆୟତ୍ତ ।
ଶିଷ୍ୟ ମଧ୍ୟରେ ତୁମେଟି ଥିଲ ଜଗମୋହନଙ୍କ ଶ୍ରେଷ୍ଠ
ଗୁରୁଙ୍କ ଇହଧାମ ପରେ ପ୍ରୟୋଗ କଲ ସେ ପାଠ ।
ନିଜ କୁଡିଆ ପରେ ରହିଣ, ଲୋକଙ୍କର କଲ ସେବା
ବିଖ୍ୟାତ ହେଲା ତୁମରି ନାଆଁ,
ଅହଙ୍କାରୀ ହେଲେ କାବା
ଭିଙ୍ଗାର ପୂର, ମହୀଧରପଡା ଜମିଦାର ଦେଲେ ଦାନ
ସେ ଜମିଥିଲା ବାଇଶି ମାଣ, କୁଶଜଙ୍ଗଲରେ ପୂର୍ଣ୍ଣ ।
ହାଟ ଓ ବଟ, ମଠସାଙ୍ଗକୁ ମଣ୍ଡଳରେ ତୁମ ଜଟା
କୁଶ ଜଙ୍ଗଲ ହୋଇଥିବାରୁ ମଠନାମ କୁଶକଣ୍ଟା
ହୁକୁମବଟ, ରଥଯାତରା, ଜଗନ୍ନାଥଙ୍କର ପୂଜା
ଚାରି ପାଶ୍ୱର୍ରେ ଚାରି ପୋଖରୀ,
ଫରଫର ଉଡେ ଧ୍ୱଜା ।
ଶିଷ୍ୟମାନଙ୍କୁ ଶିକ୍ଷା ଦେଇଣ, ନିଯୁକ୍ତି କଲ ମହନ୍ତ
ଶିକ୍ଷା ଓ ଦୀକ୍ଷା ଶୃଙ୍ଖଳା ପାଇଁ  ଦେଲ ଏକତା ମନ୍ତ୍ର ।
ଅଠରଶହ ଅଣଚାଷର ଦେବ ଦୀପାବଳୀ ତିଥି,
ପୂର୍ବ ସଂଧ୍ୟାରେ ଦେହ ଛାଡିଲ,
ଛାଡିଗଲ ତୁମ ଖ୍ୟାତି
ଗୋସାଇଁ, ଋଣୀ ତୁମ ଠି ଏ ଜାତି ।
ଆଂଚଳିକ ପରିବହନ କାର୍ଯ୍ୟାଳୟ,କଟକ
JOY BAHUDA

No comments:

Post a Comment