ସୁକାନ୍ତ ଚନ୍ଦ୍ର ଭୋଇ
ଜାଗ୍ରତ ହୁଅ ମହାଭୋଇ କୁଳ, ଜାଗ୍ରତ ହେ ଅବିନାଶୀ,
ଯିଏ ଯେଉଁ ଠାରେ ଥାଅନା କାହିଁକି ମନ କର ଏକ ମେଳ,
ସବୁଜିମା ଭରା ଏ ଧରା କାନନେ, ଫୁଟାଅ ଜାଗ୍ରତ ବଳ ।
ଧନ୍ୟ ହେଉ ତୁମ ମାନବ ଜୀବନ, ଧନ୍ୟ ହେଉ ଆମ୍ଭ ଜାତି,
ଏକକୁ ଆରେକ ଆଲିଙ୍ଗନ କରି, ଆଦରେ ଫୁଲାଅ ଛାତି ।
ଦାସିଆ ବାଉରୀ ଆମର ଆଦର୍ଶ, ବାହୁଡା ଦାସ ଆମର,
ତବ କିର୍ତ୍ତୀ ସୁଧା ପାନ କରି, ତୁମ୍ଭେ ହୋଇବ ସତେ ଅମର ।
ଜାଗିବ ଉକ୍ରଳ ମହାଭୋଇ କୁଳ, ଜାଗିବେ ଜଗତ ଜନ,
ସ୍ଥାଣୁତା ଜଡତା ହେଳେ ନାଶ ଯିବ, ମିଶି ଯିବ ସର୍ବ ମନ ।
ଏକଥା ମନରେ ନ ଆସୁ ତୁମର, ଆମେ ଆନ ଠାରୁ ଭିନ୍ନ,
ଭିନ୍ନତା ଭିତରେ ଆମେ ସର୍ବେ ଏକ ଭାବୁଅଛୁ ରାତ୍ର ଦିନ ।
ଆମପରି କେତେ ଜାତି ଏ ଜଗତେ ତିଆରି କରିଛି ନର,
ଗୋଟିଏ ମାଆର ସନ୍ତାନ ଆମ୍ଭେ, ଆମ୍ଭେ ସର୍ବେ ଏକାକାର ।
ଦଙ୍ଗା ଏକଛତ୍ର ରାଜୁତି ଏକଥା ମନରେ ନ ଆସୁ କେବେ?
ରାମ ରାଜ୍ୟ ହେଉ ମୋ ସୁନା ଭାରତ, ଦୁଃଖ ନଆସୁ କେବେ?
ନିଜ ଠାରୁ ଆନ ନ ଭାବ ବଡ ହେ, ନ ଭାବ ଆନଠୂ ହୀନ,
ଚନ୍ଦ୍ର ଦିବାକର ଥିବେ ଯେତେଦିନ, ସମସ୍ତଙ୍କ ଏକ ମନ ।
ଭାବିବୁ ଏକଥା ପାଶୋରି ନଯିବୁ ମନରୁ ଧ୍ୟାନରୁ ଲଭେ,
ଉକ୍ରଳ ବକ୍ଷରେ ମହାଭୋଇ କୂଳ, କହୁଥିବୁ ଏକଥା ଗର୍ବେ ।
ସା-ଧାନ ମଣ୍ଡଳ, ପୋ-ବ୍ରାହ୍ମଣ ସାଇଲୋ,
କଟକ, ମୋ-୯୫୮୩୪୬୧୫୭୫
JOY BAHUDA
No comments:
Post a Comment