ହେ ଶୂନ୍ୟ ବ୍ରହ୍ମ

ତୋଫାନ କୁମାର ଦାସ
ହେ ଶୂନ୍ୟବ୍ରହ୍ମ, ନ ଦେଲ  ଦରଶନ,
ଆକୁଳେ ଡାକୁଛି ତୁମକୁ, ଭବ ସଂସାରେ ପଡି ।
କର ପତ୍ର ମୁଁ ଯୋଡି, ଘେନ ମୋର ନିବେଦନ ।

ଭକତି ଭାବେ ରହି; ପିଣ୍ଡ ପ୍ରାଣକୁ ଦେହି,
ସମର୍ପିଲି  ମୋର ଜୀବନ, ଶୂନ୍ୟରେ ଆତଯାତ ।
ନାହିଁ ତ ଗୋଡ ହାତ,  ତୁମେ ସର୍ବ ଠାରେ ବିଦିତ ।

ନାହିଁ  ତୁମ୍ଭ ରୂପ, ଧର ତୁମେ ନାନା ରୂପ ,
ସକଳ ଘଟେ ବାସ ସ୍ଥାନ ।
ସକଳ ଘଟେ ଥାଇ, ଦିବା ନିଶି କରଇ ଭ୍ରମଣ ।

କୁଶବନରେ ରହି, ପ୍ରଭୁଙ୍କ ପାଦଧ୍ୟାୟୀ,
ୟେ ଅଧମ ମାଗୁଛି ଶରଣ,
ହେ ପ୍ରଭୁ ଶୂନ୍ୟ ବ୍ରହ୍ମ, ଦିଅ ଟିକେ ଦରଶନ ।
ସା-ଭୋଦଳ, ପୋ-ପାଟସୁନ୍ଦରପୁର , କଟକ
JOY BAHUDA

No comments:

Post a Comment