ଆସ ଅବତରି

ରାମଚନ୍ଦ୍ର ଭୋଇ
ନମୋ ଶ୍ରୀ ବାହୁଡି ଦାସ, ଭୋଇ କୁଳ ଚନ୍ଦ୍ରମା,
ଭୋଇ କୁଳ କଲ ଉଜ୍ଜ୍ୱଳ,ରଚି ନିଜ ମହିମା । ।ା୧ାା
ଦ୍ୱାପର ଯୁଗର ବିନୋଦ କ୍ରୀଡା ସରି ନ ଥିଲା,
ଏ କଳି ଯୁଗରେ ରଚିଲ,ପୁନଃ ଅପୂର୍ବ ଲୀଳା । ।ା୨ାା
ବାର ହଳିଆଙ୍କ ସହିତ ଯେ, ଖନେ୍ଦାଳ ନିବାସେ,
ଦ୍ୱିତ୍ର ବୃନ୍ଦାବନ ସଜାଇ ଦେଲ ଭକତି ରସେ । ।ା୩ାା
ଗୋସ୍ୱାମୀ ବାହୁଡା ନାମରେ ପୂଜା ପାଉଛ ପୀଠେ,
ଦିନୁ ଦିନ ମହା ମହିମାମାନ ବିସ୍ତାରି ଉଠେ । ।ା୪ାା
ପ୍ରଭୁ ତୁମ ସୃଷ୍ଟି ସଂସାର କି ସୁନ୍ଦର ଦିଶଇ,
ଦେଖି ଦେଲେ ମନ ଛନକେ, ଛାତି ଫୁଲି ଉଠଇ । ।ା୫ାା
ଉପବନେ ଫୁଟି କୁସୁମ ନାଚି ସୁଷମା ଝରେ,
ଉତମ ମଣିଷ ଜନ୍ମିଲେ ମର୍ତ୍ତେ୍ୟ ପ୍ରମୋଦ ଭରେ  । ।ା୬ାା
ସୁନ୍ଦର ବନ, ସୁନ୍ଦର କର୍ମ, ସୁନ୍ଦର ଭାବ,
ତ୍ରିଗୁଣ ସୁନ୍ଦର ଯା ଠାରେ, ଜନ୍ମ ତାର ଦୁର୍ଲଭ । ।ା୭ାା
 ଦୁଗ୍ଧ, ଦଧି ,ଘୃତ ସହିତ ମଧୁ ,ଶାକର  ମିଶି ,
ପଂଚାମୃତ ହୋଇ ଧୁଅଇ ଯେହ୍ନେ ପାପର ରାଶି । ।ା୮ାା
ସତ୍ୟ, ଶାନ୍ତି, ଦୟା, କ୍ଷମା ଯେ ଧର୍ମ, କର୍ମ, ସମ୍ପାଦି,
ଷଡ୍ ଗୁଣ ହେଲେ ଏକତ୍ର ପାରେ ସମାଜ ଶୋଧି । ।ା୯ାା
ସୁନାରି ନିକଟେ ସୁବର୍ଣ୍ଣ ଅଙ୍ଗେ  ନ ବସେ ମଳି ,
ସଂସ୍କାର ଜାଣିବା ମଣିଷ, ସ୍ୱଛ ତା ଠାରୁ ବଳି । ।ା୧୦ାା
 ବୃକ୍ଷେ ଫଳପୁଷ୍ପ ଥିବାରେ ଯେହ୍ନେ ଦିଶଇ ତୋରା,
ହୃଦେ ଜ୍ଞାନ ଥିବା ମଣିଷ,ପବିତ୍ର କରେ ଧରା । ।ା୧୧ାା
ପାଠ ପଡିଗଲେ ଗୁଡିଏ ବାବୁ ଜ୍ଞାନୀ ନୁହଁଇ,
ପାଠୁଆ ବି ପଶୁ ପାଲଟେ, ଯାର ବିଚାର ନାହିଁ । ।ା୧୨ାା
ଆଉ ଥରେ ପ୍ରଭୁ ବାହୁଡା ଅବତରିଣ ଆସ,
ସତ୍ୟ  ଧର୍ମ ପଥେ ଚଳନ୍ତୁ ପଥହୁଡା ମଣିଷ । ।ା୧୩ାା
ନିଆଳୀ,ପୂର୍ବଖଣ୍ଡ, କଟକ
JOY BAHUDA

No comments:

Post a Comment