ବାନ୍ଧିବା ଆସ ଧର୍ମର ସେତୁ

ବାବାଜୀ ଭୋଇ, ଶିଶୁ ସାହିତି୍ୟକ
ବାନ୍ଧିବା ଆସ ଧର୍ମର ସେତୁ,ଗୁଣ୍ଡିଚି ମୂଷାଟି ସାଜି,
ଧର୍ମର ଜୟ, ଅଧର୍ମର କ୍ଷୟ, ସର୍ବ ହୃଦେ ଉଠୁ ବାଜି । ।ା୧ାା
ଥରେ ଏ ସୁଯୋଗ ଚାଲିଗଲେ ଆଉ ଫେରିବ ନାହିଁ ସେ ଦିନ,
କଲେ ହାତଛଡା, ଅମୂଲ୍ୟ ଜୀବନ; କାଳଗର୍ଭେ ହେବ ଲୀନ । ।ା ୨ାା
ଯେଉଁ ମଣିଷ କି ଭାଙ୍ଗି ଜାଣିଅଛି, ଗଢି ଜାଣି ଶିଖି ନାହିଁ
ଗଢିବାକୁ ଯଦି ଜାଣି ଶିଖି ନାହିଁ, ଭାଙ୍ଗିବାକୁ ଯିବ କାହିଁ? ।ା ୩ାା
ଗଢିବାରେ ଥାଏ ବହୁତ ଆନନ୍ଦ, ଭାଙ୍ଗିବାରେ ତାହା ନ ଥାଏ,
ଲଭଇ ପ୍ରଶଂସା ଗଢିବା ଲୋକଟି, ଭାଙ୍ଗିବାରେ ନିନ୍ଦାପାଏ । ।ା ୪ାା
ପଦ ଓ ପଦବୀ ନୁହଁଇଟି ବଡ, ବଡ ସୁମହତ କର୍ମ,
ହୀନ କର୍ମେ ଗଣ୍ୟ, ଯେଉଁକର୍ମେ ନାହିଁ ସତ୍ୟ ନିଷ୍ଠା ଆଉଧର୍ମ । ।ା ୫ାା
କିପରି ହୋଇବ ସ୍ୱଜାତି ଉନ୍ନତି ? ବଢିବ ଶିକ୍ଷିତ ସଂଖ୍ୟା,
କରି ସ୍ୱାର୍ଥ ତ୍ୟାଗ,ହୋଇ ଏକ ମନ; କରଜାତି ମାନ ରକ୍ଷା । ।ା୬ ।ା
ସ୍ୱାର୍ଥପର ହୋଇ ବଂଚିବା ଜଗତେ ଇତର ପ୍ରାଣୀ ସମାନ ,
କି ଲାଭରେ ଭାଇ? ଜୀବ ଶ୍ରେଷ୍ଠ ହୋଇ ପାଇ ଦୁର୍ଲଭ ଜନମ । ।ା ୭ାା
ଯାହା କରିଯିବା ଆମ ପାଇଁ ନୁହେଁ, ଉତ୍ତର ପିଢିଙ୍କପାଇଁ ।
ଆଜି ଅଛେ ଆମେ, କାଲିକି ନ ଥିବା ଯିବାରେ ସାଇତି ଦେଇ । ।ା ୮ାା
ଠିଆ ହେବା ପାଇଁ  ୟେ ସମାଧୀ ପୀଠେ, ନାହିଁ ତ ଭୂଇଁ ନିଜର,
ଆତ୍ମ ସମ୍ମାନ ରକ୍ଷା ପାଇଁ ଭାଇ ଦିଅ ଟିକିଏ ନଜର । ।ା୯ାା
ଗଲାବେଳେ କିଏ ସାଥିରେ ନେଇଛି? ଅରଜିଲା ଯେତେ ଧନ ।
ଯାଏ ଶୂନ୍ୟ ହାତେ ହୋଇ ଏକା ଏକା, ସଂଗେ ଯାଇ ଥିଲେ ଧର୍ମ । ।ା ୧୦ାା
ରାଜସ୍ୱ,ବ୍ରହ୍ମସ୍ୱ,ଦେବସ୍ୱ ସମ୍ପତ୍ତି ଲୁଣ୍ଠି କରି କେହି ଲୋକ ।
ପାଇଛି କି ଶାନ୍ତି, ନରକ ଯନ୍ତ୍ରଣା  ପାଏ କେତେ ଦୁଃଖ ଶୋକ । ।ା ୧୧ାା
ସ୍ୱାର୍ଥପର ହୋଇ ମରିଲେ କି ଲାଭ? ଦୁର୍ଲଭ ଜନମ ପାଇ ,
ଇତର ପ୍ରାଣୀ ଠୁ ହୀନ ହେବା ସିନା,ବୁଦ୍ଧି ଜ୍ଞାନ ଏତେ ଥାଇ । ।ା ୧୨ାା
ରାଗ, ହିଂସା ଦ୍ୱେଷ  ପକାଇ ପଛକୁ ହାତରେ ହାତ ମିଳାଇ ।
ଧନ୍ୟ ହେବା,  ପିତୃ ବାହୁଡାଙ୍କ ପାଦେ ପ୍ରଦୀପ ଜଳାଇ । ।ା ୧୩ାା
ସା-ଶିଶୁଆ , ବାଇରୋଇ,କଟକ, ମୋ-୮୬୫୮୨୬୪୪୫୪
JOY BAHUDA

No comments:

Post a Comment