ଭାବନାର ବେଳ-ଉତିଷ୍ଠତ, ଜାଗ୍ରତ

ବିଶ୍ୱନାଥ ଦାସ, ଆଡ୍ଭୋକେଟ
                                                  କୁଶକଂଟାରେ  ଶାମ୍ବ ଦଶମୀ ଦିନ ପ୍ରତି ବର୍ଷ ପାଳିତ ହୋଇ ଆସୁଥିବା ପର୍ବ ଆମ୍ଭମାନଙ୍କ ନିମନ୍ତେ ଏକ ଗର୍ବ ଓ ଗୌରବର ବିଷୟ  । ଏହି ଦିନ ମହାନ୍ ସନ୍ଥ ଶ୍ରୀ ବାହୁଡା ଦାସଙ୍କ ସ୍ମୃତି ଉବେ୍ଦଶ୍ୟରେ ପାଳନ କରିବା ଏକ ପରଂପରା ହୋଇ ଯାଇଅଛି । ଏହି ପର୍ବ ସନ୍ଥ ଯୋଗୀ ବାହୁଡାଦାସଙ୍କ ସମୟରୁ ହିଁ ତାଙ୍କର ଅନୁଗାମୀମାନଙ୍କ ଦ୍ୱାରା ପାଳନ ହେଉଅଛି । ଉକ୍ତ ପର୍ବରେ ପ୍ରତିଟି ଭକ୍ତମାନଙ୍କ ମନରେ ଉତ୍ସାହ ସୃଷ୍ଟି କରି ଏହାର ମୁଖପତ୍ର କୁଶବନର ସୃଷ୍ଟି ।
                                           ବାସ୍ତବରେ ସନ୍ଥ ବାହୁଡା ଦାସଙ୍କ ଜୀବନୀ ମଧ୍ୟ ବଡ ବିଚିତ୍ର । ମୁଲିଆ ପୁଅ ହୋଇ ଜମିଦାରଙ୍କ ହଳ କରୁଥିଲା ବେଳେ ହିଡ ମୁଣ୍ଡରେ ଥକା ମାରୁଥିବା ସମୟରେ ମଧ୍ୟ ତାଙ୍କର ଅଲୌକିକତା ପ୍ରଭାବରୁ  ତାଙ୍କର ହଳ ବନ୍ଦ ହୋଇ ନ ଥିଲା । ଏହା ଜମିଦାରଙ୍କ ଆଖିରେ ପଡିବାରୁ ସେ ମହାନ୍ ହୋଇଗଲେ । ତାଙ୍କର ଅଲୌକିକତା ଦିନକୁ ଦିନ ପ୍ରଚାର ହୋଇଯାଇଥିଲା । ତାଙ୍କର ଜୀବଦଶାରେ ସେ ଅନେକ ଶୂନ୍ୟ ଭେଦୀ ଭଜନ ଜଣାଣର ରଚୟିତା ଥିଲେ । କବିତ୍ୱ ତାଙ୍କର ଜନ୍ମଗତ କଳା ଥିଲା । ଯେଉଁ ଭଜନ ଓ ଜଣାଣ ଗୁଡିକ ସଂରକ୍ଷଣ ଅଭାବରୁ ଦୃଷ୍ପ୍ରାପ୍ୟ । ତଥାପି ତାଙ୍କର ଭଜନ ଜଣାଣ ଏବେ ବି ଆମ୍ଭ ସଂପ୍ରଦାୟଙ୍କ ମଧ୍ୟରେ ଖଂଜଣୀ ବାଦନ ଓ ଜଣାଣ ଗାନରେ ବଂଚି ରହିଛି । ବର୍ତ୍ତମାନ ସଚେତନତା ଅଭାବରୁ ସେ ସବୁ ଭଜନ, ଜଣାଣ ଗୁଡିକ ଲୁପ୍ତ ହୋଇ ଗଲାଣି । ସେ ସବୁର ସଂଗ୍ରହ ଆମ୍ଭ ମାନଙ୍କ ପାଇଁ ତାପôର୍ଯ୍ୟପୂର୍ଣ୍ଣ । 
                                     ବର୍ଷକୁ କୁଶକଂଟା ପୀଠରେ ଶାମ୍ବ ଦଶମୀ ଦିନ ଏକାଠି ହେବାର ମନୋବୃତି ଛାଡି ଆମ୍ଭକୁ ଏହି
ପୀଠ ଓ ମହାନ୍ ସାଧକ  ସନ୍ଥ ବାହୁଡା ଦାସଙ୍କ ବିଷୟରେ ଗଭୀର ଚିନ୍ତା କରି ଏହି ପରଂପରାକୁ ଆପଣାଇ ନେଇ ବାହୁଡା ସାହିତ୍ୟ ଏବଂ ପୀଠର ଉନ୍ନତି କଳ୍ପେ କାର୍ଯ୍ୟ କରିବା ଆବଶ୍ୟକ । ଆମ୍ଭେମାନେ ଉନ୍ନତି ନ କଲେ ମଠ ଉନ୍ନତି ହେବ କିପରି? ପ୍ରତି ଲୋକର ମାନସିକତାରେ ୟେ ମଠ ଓ ୟେ ଜାତିକୁ ଉଠାଇ ନେବାର ପ୍ରବୃତି ରହିବା ଦରକାର । ଆମ୍ଭ ପିଲା, କି ପୁଅ; କି ଝିଅ ସମସ୍ତେ ଅଧିକ ଅଧିକ ପଢିବା ଦରକାର । ଆଜି ଯିଏ ଛୋଟ ପିଲା, କାଲି କି ବଡ ହୋଇ ଘର ଚଳାଇବ ଓ ମଠ ଚଳାଇବ । ଯଦି ପାଠ ପଢି ଶିକ୍ଷିତ ନ ହେବା, ତେବେ ଅନ୍ୟ ମାନେ ସମସ୍ତେ ଆମ୍ଭମାନଙ୍କୁ ଠକି ଚାଲିଥିବେ । ୟେ ସବୁକୁ ଆମ୍ଭେ ବୁଝିବା ଦରକାର । ଆମ୍ଭମାନଙ୍କର ପରିଶ୍ରମର ଫଳକୁ ଅନ୍ୟମାନେ ଭୋଗୁଥିବେ । କଥାରେ ଅଛି ଝିଅ ହେଲେ ପାଠୋଇ, ଦେଶ ଯିବ ଆଗେଇ । ହେଲେ ଆମ୍ଭ ମାନଙ୍କର ଅବସ୍ଥା କଣ, ନ କହିବା ଭଲ । ଯାହା ଫଳରେ ଆମ୍ଭ ପିଲା ଅରକ୍ଷ ହୋଇଯିବେ, ଉପଯୁକ୍ତ ଯତ୍ନ ଓ ଶିକ୍ଷା ଅଭାବରୁ । ଏଇମିତି ପାଠ ପଢା ସମୟ ହିଁ ଚାଲିଯିବ । ଶେଷରେ ଆମ୍ଭେ ଖବର କାଗଜ ବି ପଢି ପାରୁ ନ ଥିବୁ ? ଆମ୍ଭର ମୁଲଲଗା ପଇସା ଆମ୍ଭକୁ ଅଂଟୁ ନଥିବ ? ଆମ୍ଭେ ମାନେ ଦିନକୁ ଦିନ ଗରିବ ହୋଇ ଯାଉଥିବା । ସରକାରୀ ସୁବିଧା ଆମ୍ଭମାନଙ୍କ ପାଇଁ ଥିଲେ ମଧ୍ୟ ଆମର ଜ୍ଞାନ ନ ଥିବାରୁ ତାହାର  ଉପଯୁକ୍ତ ବିନିଯୋଗ ହୋଇ ପାରିବ ନାହିଁ । ବରଂ ଆମ ପାଇଁ ଧଳା ହାତୀ ସରକାରୀ ଅଫିସର ମାନେ ଲାଭ ଉଠାଇବେ ।
ଆରେ ଭାଇ, ଥରୁଟେ ଚିନ୍ତା କଲେ, ଆମ କୁଶକଂଟାର କୁଶବନ ଆଗେଇବ ବା କିପରି ?  ସବୁ ଥାଇ କିଛି ନାହିଁ ଅବସ୍ଥା ଆସିଯିବାକୁ କେତେ ଡେରି ହେବ ?  ଦୁନିଆ ସହିତ ପାଦ ମିଳାଇ କିପରି ଚାଲିବାକୁ ହୁଏ , ତାହା ଆମ୍ଭ ଲୋକଙ୍କୁ ବୁଝିବାକୁ ହେବ । ବାହାର ଦୁନିଆର ଆଦବ କାଇଦା ପରି ଆମର ବେଶ ଭୂଷା ଓ ଆଚାର ବ୍ୟବହାର ପରିମାର୍ଜିତ ନ ହେଲେ, ଆମ୍ଭେ ବହୁତ ପଛରେ ପଡିଯିବା । ୟେ ମୂଲଲଗା ବେଶ କେତେ ଶୋଭା ପାଇବ କହିଲେ ? ଆମ୍ଭ ମଠ,ଆମ୍ଭ ଠାକୁର ଘର ଥାଇ କି ସବୁ ଅଲୋଡା ହୋଇଯିବ । ଆମ୍ଭେମାନେ ଉଠିଲେ ଆମ୍ଭ ଠାକୁର ଘର ଉଠିବ ଆମ୍ଭ ଜାତି ବି ଉଠିବ । ଆମର କୁଶବନ ବି ଉଠିବ । ଏହା ହିଁ ମୋର  ମହାନ୍ ସନ୍ଥ ବାହୁଡା ଦାସଙ୍କ ପାଦ ତଳେ ସହସ୍ର  ପ୍ରଣାମ ଏବଂ ଆଜି ମୋର ପୂଣ୍ୟ ପୀଠ କୁଶକଂଟା ମଠର ମୁଖପତ୍ର କୁଶବନ ନିକଟରେ ଜୟ ଜୟକାର । ନମୋ ବାହୁଡା ଗୋସ୍ୱାମୀ,ଜୟ କୁଶକଂଟା ଓ ଜୟ କୁଶବନ  ।
ବିଡାନାସୀ,କଟକ
JOY BAHUDA

No comments:

Post a Comment