ଫେରିଆସ ତୁମେ ଗୋସେଇଁ

  ଧୃବ ଚରଣ ଭୋଇ
ଫେରିଆସ ଫେରିଆସ  ବାହୁଡା ଗୋସାଇଁ,
କୁଶବନେ ବସି କାନ୍ଦୁଛନ୍ତି  ମହାଭୋଇ ।ା
ଯେଉଁଠାରେ ହେଉଥିଲା, ସର୍ବଦା ଭଜନ,
ସେ ପବିତ୍ର ସ୍ଥାନ ଆଜି ଦିଶେ ଲୋକ ଶୁନ୍ୟ ।ା
 ତୁମ୍ଭେ ଯାଇ ନାହଁ ପ୍ରଭୁ ଅଛ ଏଇ ଠାରେ,
ଗୁପ୍ତରେ ରହିଣ ଅଛ ପବିତ୍ର ପୀଠରେ ।ା
ଦୁର୍ଜନ ଲୋକଙ୍କୁ  ପ୍ରଭୁ ଦଣ୍ଡ ଦେଉଅଛ,
ଅତି ଅନ୍ୟାୟ କରିଲେ ଜୀବନେ ମାରୁଛ ।ା
ଭାବର ଦେବତା ତୁମେ ଭକତର ମନେ,
ସାହା ହୋଇ ଥାଅ ତାକୁ ଜୀବନେ ମରଣେ  ।ା
ଦିଅ ହେ ଆଶୀଷ ଗୋସାଇଁ ପଶୁଛି ଶରଣ,
କାନ୍ଦଇ ଭିକାରୀ ଧୃବ ଆକୁଳ ହୋଇଣ ।ା
ଅବସରପ୍ରାପ୍ତ ଅଧିକାରୀ,
ଭାରତ ଦୂରସଂଚାର ନିଗମ
JOY BAHUDA

No comments:

Post a Comment