ଉଦୟନାଥ ବେହେରା

ବାଳୁତ କାଳରୁ ସନ୍ଥ ବାହୁଡାଙ୍କ ଐଶ୍ୱରୀକ ଶକ୍ତିର ପ୍ରକାଶ ପାଇଥିଲା । ଅଧିକାଂଶ ଆଶ୍ଚର୍ଯ୍ୟ ଜନକ ଘଟଣାବଳୀ ଖଳୋର ଠାରେ ହିଁ ପ୍ରକାଶ ପାଇଥିଲା । ଖଲୋର ଚୌଧୁରୀଙ୍କ ଖମାର ପାଖରେ ପିଲାଙ୍କୁ ଖୁଆଇ ମା ଗୁରୁବାରୀ କାର୍ଯ୍ୟରତ ଥିବା ସମୟରେ ତମ୍ପ ସାପ ଦଂଶନ କରିବା ଦେଖି ପିତା ମାତା ତାଙ୍କୁ ଦୀକ୍ଷା ଗୁରୁ ଯୋଗୀଦାସଙ୍କ କମାର ଶାସନ (ଧ୍ୟାନକୁଦ) ମଠକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ସେଠାରେ ସନ୍ଥ ଯୋଗୀ ଦାସ ବାଳୁତ ବାହୁଡା ଶକ୍ତି ସଂପର୍କରେ ଅବଗତ ହୋଇଥିଲେ ।
ସେହି ଖଲୋର ଠାରେ ୍ ଯୁବାବସ୍ଥାରେ ବାହୁଡି ଦାସଙ୍କ କୁଶକଣ୍ଟା ବଣରୁ ବାଘ ଆସି ପିଠିରେ ବସାଇ ନେଇ ଯାଉଥିଲା । ବାଘଟି ରାତି ୧୦/୧୧ଟାରେ ଆସି ଖଲୋରସ୍ଥ ବେଣା ଗାଡିଆ ଠାରେ ଲୁଚି ରହୁଥିଲା । ସେଠାରୁ ବାହୁଡି ଦାସଙ୍କୁ ନେଇ ଯାଇ ରାତି ଶେଷ ପ୍ରହରରେ ଆସି ପୁଣି ସେଠାରେ ଛାଦି ଯାଉଥିଲା । ସେହିପରି ସେ ହିଡରେ ବସି ବଜନ କରୁଥିବା ସମୟରେ ହଳ ଆପେ ଆପେ ଚାଲିବା ଏବଂ ବାହୁଡାଙ୍କ ଉପରେ ଛାଇ ଘୋଡି ହୋଇ ରହୁଥିବା ଚୌଧୁରୀଙ୍କ ଚାଷ ଜମି ମଧ୍ୟ ଖଲୋରରେ । ସେହି ଚାଷଜମିଟିକୁ ଦୁଆର ଆଗଚକ କୁହାଯାଉଛି । ଖମାର ଦୁଆର ଆଗକୁ ସେ ଚକଟି ଥିବାରୁ ତାର ନାମ ଏପରି ଦିଆ ଯାଇଥିଲା ।
ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ବହୁ ଜନକଲ୍ୟାନ କରି ମହାପୁରୁଷ କୁଶକଣ୍ଟା ଠାରେ ସମାଧିସ୍ଥ । ଦେବ ଦିପାବଳୀ ଦିନ ଏହି ମହାପୁରୁଷଙ୍କ ଶ୍ରାଦ୍ଧ ଦିବସ । ମହାନ୍ ସନ୍ଥ,ମହାପୁରୁଷ ଶ୍ରୀ ଶ୍ରୀ ବାହୁଡି ଦାସଙ୍କୁ ସହସ୍ର ପ୍ରଣାମ ।
ଖଲୋର, ସାଧାରଣ ସଂପାଦକ-ପ୍ରଗତୀବାଦୀ ଜନ ସାମୁଖ୍ୟ
JOY BAHUDA
No comments:
Post a Comment