ସଂଜ ସକାଳେ ମୁଁ ତୁମକୁ ଖୋଜେ

ମନୋଜ କୁମାର ଭୋଇ
ମୋ ଆଖିର ଲୁହ ଧୋଇଦେବ ପ୍ରଭୁ ,ତୁମରି କୁମୁଦ ପଦ,
ଗଙ୍ଗା ଜଳ ନାହିଁ ଏ ଦୀନ ଜନର
ଛଟପଟ ହୁଏ ହୃଦ ।ା୧ାା
ହୃଦୟ ବୀଣାରେ ମଧୁ ଗୀତ ଝରେ,
କି ଗୀତ ଗାଇବି ମୁହିଁ ?
ଜୀବନ ସଙ୍ଗୀତେ, ତୁମ୍ଭେ ସୁରକାର,
ଆଉ କିଛି ଲୋଡା ନାହିଁ ।ା୨ାା
ଯାହା ଦେଇଅଛ ସବୁ ତ ତୁମରି,
କି ଦେଇ ତୋଷିବି ମୁହିଁ ,
ତୁମରି ଦରବ ତୁମକୁ  ତ ଦେଲେ,
ଦୋଷ ଅରଜିବି ତହିଁ ।ା୩ାା
ପୂଜା ଅରଚନା କିଛି ତ ଜାଣେନା,
ମୁଁ ତୁମକୁ ଭଲ ପାଏ ,
ସଂଜ ସକାଳେ ମୁଁ ତୁମକୁ ଖୋଜେ,
ପ୍ରଭୁ ପାରିକର କହେ ।ା୪ାା
ବ୍ରାହ୍ମଣ ଝରିଲୋ,କଟକ
JOY BAHUDA

No comments:

Post a Comment