କଳ୍ପନା ଭୋଇ

ଅଧୁନା ମାନବ ସମାଜ ହୋଇଛି ରକ୍ଷଣଶୀଳ ଏବଂ ସ୍ୱାର୍ଥପର । ଭଗବାନଙ୍କ ପ୍ରଦତ୍ତ ପ୍ରକୃତିକୁ ମନେ ମନେ ଭାବି ନେଇଛି, ଏହା ଜୀବନକୁ ଉପଭୋଗ କରିବାର ଏକ ମାଧ୍ୟମ । ତେଣୁ ସେ ପାରୁ ପର୍ଯ୍ୟନ୍ତ ପ୍ରକୃତି ମାତା ଠାରୁ ବିଭିନ୍ନ ସୁବିଧା ସୁଯୋଗ ପାଇବା ପାଇଁ ଲାଳାୟିତ ହୋଇ ଉଠିଛି । ହେଲେ ଆଶାର ମହାସାଗର ମଧ୍ୟରେ ଥରେ ଡୁବ ଦେଲା ପରେ, ଏହା କିନ୍ତୁ ସୀମାହୀନ । ଯାହା ଫଳରେ ସେ ଭଗବାନଙ୍କୁ ମଧ୍ୟ ଭୁଲି ଯାଇଛି । କିନ୍ତୁ ଭଗବାନଙ୍କୁ କଣ ବା ଦେଇ ପାରିବା? ସବୁ ତ ତାଙ୍କର ଦାନ । କିନ୍ତୁ ଯେତେବେଳେ ମଣିଷ ମନରେ ଭାଇଚାରା ନାହିଁ , ୟେ ମଣିଷ ଭଗବତ୍ ଅଭିମୁଖୀ ହୋଇ ପାରିବ ବା କିପରି ? ଯଦି ଆଜିର ସ୍ୱାର୍ଥନ୍ୱେଷୀ ମାନବ ସମାଜରେ ଦୁଃଖ ଜର୍ଜରିତ ମନଟିଏ କାହାର “ଆହା” ପଦେ ଆଶା କରେ, ତାର ଆଶା ନିଷ୍ଫଳ ହିଁ ହୋଇଯାଏ । ସତରେ ଅଧୁନା ମଣିଷ କେଡେ ହୃଦୟ ହୀନ? କେଡେ ସ୍ୱାର୍ଥପର? ଜୀବନରେ ଯେ ପର୍ଯନ୍ତ ମଣିଷକୁ ଭଲ ପାଇବା ଶିଖିନି, ସେ ଭଗବାନଙ୍କୁ ଭଲ ପାଇବ ବା କିପରି?
ଜୀବନରେ କାହା ଠାରୁ ପ୍ରତିଦାନର ଆଶା ନ ରଖି କର୍ମ କରିଚାଲ । ଊପକାର ନ କଲେ କାହାର ମଧ୍ୟ ଅପକାର କର ନାହିଁ । କାହାର ପ୍ରଶଂସା ନ କଲେ କାହାର ମଧ୍ୟ ନିନ୍ଦା କର ନାହିଁ । କାହାକୁ ସାହାଯ୍ୟ ନ କରି ପାରିଲେ ବି କ୍ଷତି କାହାର କରିବା ଅନୁଚିତ । କାହାକୁ ସାହସ ନ ଦେଲେ ବି କାହାକୁ ହତୋତ୍ସାହ କରିବା ଅନୁଚିତ । କାହାକୁ ଭଲ ନ ପାଇଲେ ବି,କାହା ମନରେ ଦୁଃଖ ଦେବା ଅନୁଚିତ । ଭଗବାନଙ୍କୁ ବିଶ୍ୱାସ ନ କରି ପାରିଲେ ବି , କାହାକୁ ଇଶ୍ୱର ଉପାସନାରେ ଉପହାସ କରିବା ଅନୁଚିତ । ଆମ୍ଭେ ସମାଜ ସେବା ପାଇଁ ସମୟ ନ ଦେଲେ ବି ସମାଜର କ୍ଷତି କିମ୍ବା ଦୁର୍ନୀତି କରିବା ଅନାବଶ୍ୟକ । ନ୍ୟାୟ କେବେ କାହାକୁ ନଦେଇ ପାରିଲେ ଅନ୍ୟାୟ କେବେ କର ନାହିଁ । ନିଜର ଲଘୁଜନ ମାନଙ୍କୁ ସ୍ନେହ ନ ଦେଇ ପାରିଲେ, କାହାର ମନରେ କଷ୍ଟ ଦେବା ଅନୁଚିତ । ଆମ୍ଭେମାନଙ୍କ ମନରେ ଅହଂକାର ଥିଲେ ବି, ୟେ ବିଷୟରେ କାହାକୁ ମିଥ୍ୟା ଭାଷଣ ଦେବା ଅନୁଚିତ ।
ତେବେ ୟେ ଜୀବନ ହେଉଛି ସତ୍ୟମ୍, ଶିବମ୍ ଓ ସୁନ୍ଦରମ୍ । ଜଣେ ଆନ ଜଣକ ପାଇଁ ବଂଚିବା ହିଁ ପ୍ରକୃତ ଜୀବନ । ଅଧୁନା ସମାଜରେ ମହାନ୍ ସନ୍ଥ ବାହୁଡା ଦାସଙ୍କ କଥା କହିଲେ ତ, ଏହା ଅସରନ୍ତି ଅଟେ । କିନ୍ତୁ ତାଙ୍କର ବାଣୀଗୁଡିକୁ ଉଚ୍ଚାରଣ ସହ ଆଚରଣରେ ପରିବର୍ତିତ ହୋଇ ପାରିଲେ ଜୀବନ ସୁରଭିତ ହୋଇ ଉଠିବ । ମଣିଷର ଜନ୍ମ, ଅନ୍ୟର ସେବା ପାଇଁ,ଜୀବନକୁ ଉପଭୋଗ କରିବା ପାଇଁ ନୁହେଁ । ମନରେ ହୀନମନ୍ୟତା ହିଁ ପ୍ରେତ ପିଶାଚଙ୍କ କ୍ରୀଡାଭୂମି । ତେଣୁ ଆମ୍ଭମାନଙ୍କୁ ଜାଗ୍ରତ ହେବା ପାଇଁ ହେବା ପାଇଁ ପଡିବ, ମଣିଷ ଜୀବନର ପ୍ରକୃତ ଲକ୍ଷ ପାଇଁ ।
କମାରସାହି,ସାଇଲୋ ଝାରପଡା,କଟକ
JOY BAHUDA
No comments:
Post a Comment