ଉଠ ଜାଗି ମହାଭୋଇ କୁଳ

                                                                                                                                                    ଲତା ଦାସ
ପ୍ରଭୁ ବାହୁଡା ଗୋସ୍ୱାମୀ ତୁମ୍ଭ ପଦ୍ମ ପାଦେ,
କୋଟିଏ ପ୍ରଣତି ଢାଳେ ଭକ୍ତିପୂର୍ଣ୍ଣ ହୃଦେ ।ା୧ାା
ଯେତେବେଳେ ଯାଏ ମୁହିଁ କୁଶକଂଟା ବନ,
ଉତ୍ଫୁଲିତ ହୋଇଉଠେ ମୋର ତନୁ ମନ,ାା୨ାା
ନୋଇଁଯାଏ ମଥା ମୋର ତୁମ୍ଭ ଶ୍ରୀ ଚରଣେ,
ଝରିଯାଏ ଆନନ୍ଦାଶ୍ରୁ ମୋ ନୟନ କୋଣେ ।ା୩ାା
ଶୁଣିଛି ମୁଁ ଅଲୌକିକ ଘଟଣା ତୁମ୍ଭର ,
ପୁର୍ନବାର ହୁଅ ତୁମ୍ଭେ ପ୍ରଭୁ ଅବତାର ।ା୪ାା
ପାଇ ତୁମ୍ଭ ସଞ୍ଜବନୀ,ତୁମ୍ଭ ଦିଗଦର୍ଶନ ,
ମୁଖରିତ ହୋଇଉଠୁ କୁଶକଂଟା ବନ ।ା୫ାା
ମହା ଭୋଇ କୁଳ ଜାଗି, ଗାଉ ତୁମ୍ଭ ଗୀତି,
ସର୍ବ ଜନ ମନେ ଜାଗୁ,ମାନବୀୟ ପ୍ରିତୀ  ।ା୬ାା

ବାଇଶି ମୌଜା,ଜଗତ୍ସିଂହପୁର



No comments:

Post a Comment