କପିକଳ

ମୂଳ କବିତା- ଜର୍ଜ ହର୍ବଟ, 
ଅନୁବାଦ- ପ୍ରଶାନ୍ତ କୁମାର ମହାନ୍ତ
(କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ)
ପହିଲେ ପହିଲେ ମଣିଷ ଭିତରେ; 
ସକଳ ଦରବ ରଖିଲେ,
ସେଇ ତ ଇଶ୍ୱର ପରମ ଆଶିଷ, 
ମଣିଷ ମଥାରେ ଢାଳିଲେ । 
ଅଭାବେ ନ ରହୁ ସଂସାରେ 
ମଣିଷ ଇଶ୍ୱର ଏକଥା ଚାହିଁଲେ ।ା
ବଳ, ବିକ୍ରମ, ଜ୍ଞାନ, ସନମାନ ଯେତେ ଯାହା ଥିଲା; 
ସବୁତକ ସିଏ ମଣିଷକୁ ନିଜେ ଯାଚିଲା ପରେ,
ସବୁ ଦେଇ ସାରି ଇଶ୍ୱର ମନରେ ଚିନ୍ତିଲେ ।ା 
ପରମ କାନ୍ତି ଛାଡିଗଲେ ବୋଲି, 
ମନେ ମନେ ଦୁଃଖ ପାଇଲେ ।
ଦେଖିଲେ ଇଶ୍ୱର ମଣିଷ ଭୁଲିଛି,
ଯିଏ ତାକୁ ସବୁ ଦେଇଛି ।
ଶାନ୍ତିରେ ରହିଲେ କାହିଁ ଅବା ମୋତେ ଖୋଜିବେ? ସୁଖରେ ଯଦି ନ ଆସିବ,
ଟାଣିହେବ ମୋର ପାଖକୁ ମୋର ପାଖକୁ,
ବିପଦ ଦୁଃଖରେ, ।ା
ବାହ୍ମଣ ସାଇଲୋ,କଟକ-୧୮
JOY BAHUDA

No comments:

Post a Comment