ନୀତିବାଣୀ

୧. ଏହି ତିନି ଜଣକୁ ସମ୍ମାନ କରନ୍ତୁ - ପିତା , ମାତା  ଓ ଗୁରୁ 

୨. ଏହି ତିନି ଜଣକୁ ସର୍ବଦା ଦୟା କରନ୍ତୁ – ବାଳକ , ଭିକାରୀ  ଓ ପାଗଳ

୩. ଏହି ତିନି ଗୋଟିକୁ ସର୍ବଦା  ଆୟତ କରନ୍ତୁ – ରାଗିବା,କାମ ଓ  ଲୋଭ

୪. ଏହି ତିନି ଗୋଟି ଜିନିଷ ଗଲା ପରେ ଫେରେ ନାହିଁ - ଧନୁ ଠାରୁ ତୀର ,ଜିଭ ଠାରୁ କଥା     ଓ ଶରୀର ଠାରୁ ପ୍ରାଣ

୫. ଏହି ତିନି ଟିକୁ ସର୍ବଦା ପରଦା ଭିତରେ ରଖନ୍ତୁ - ଧନ , ସ୍ତ୍ରୀ ଓ ଭୋଜନ

୬. ଏହି ତିନି ଗୋଟିରୁ ଦୂରରେ ରହନ୍ତୁ - ଦୁଷ୍ଟ ସାଥୀ , ସ୍ବାର୍ଥ ଓ ନିନ୍ଦା 

୭. ଏହି ତିନି ଗୋଟିରେ ମନ ଲଗାଇଲେ ଉନ୍ନତି ହୁଏ- ଇଶ୍ୱର , ପରିଶ୍ରମ ଓ ବିଦ୍ୟା

୮. ଏହି ତିନି ଗୋଟିକୁ ମନେ ରଖନ୍ତୁ – ଋଣ , ଦାୟିତ୍ୱ ଓ ରୋଗ

୯. ଏହି ତିନି ଗୋଟିକୁ  କାହାରିକୁ ଅପେକ୍ଷା କରେ ନାହିଁ-  ସମୟ ,ମରଣ ଓ ଗ୍ରାହକ

୧୦.   ଏହି ତିନି ଗୋଟି  ଜୀବନରେ ଥରେ ଆସେ-ପିତା ,ମାତା ଓ ଯୌବନ

No comments:

Post a Comment