ବିଦ୍ୟାଧର ସାହୁ
ଡାକି ଡାକି ଦୁଃଖ ନ ଗଲା ମୋହର ।
ନିଃସହାୟ ହେଲି ପ୍ରଭୁ ପଡି ମହା ଦୁଖେ ,
ଦୟା ହେଲା ନାହିଁ ପରା ତୁମର ଯେ ଟିକେ ।
ଡାକି ଡାକି ଧର୍ଯ୍ୟ ହରା ହୋଇଲି ଯେ ମୁହିଁ,
କରୁଣା ଟିକିଏ ପ୍ରଭୁ ପାଇଲି ତ ନାହିଁ ।
ସଂସାରଟା ଲାଗୁଅଛି ମୋ ପାଇଁ ଜଟିଳ.
ତୋର ଦୟା କି ବା ପ୍ରଭୁ ହେ ପରମେଶ୍ୱର
ତୋର ଦୟା କି ବା ପ୍ରଭୁ ହେ ପରମେଶ୍ୱର
ଅନାଥ ହୋଇବି ମୁହିଁ ନ ଶୁଣିବ ଯେବେ,
ସଂସାରରେ ପ୍ରଭୁପଣ ରହିବ କି ତେବେ ?
ଡାକିବେନି ଦୁଃଖି କରିବେନି ପୂଜା ,
ସଂସାରରେ ନ ଉଡିବ ତୋ ଧ୍ୱଜା ।
ଦୀନହୀନ ଜନ ପାଇଁ ନିର୍ଦ୍ଦୟ ତୁ କାହିଁକି ?
ତୋର ଦୟା ଲଭିବାର ଅଧିକାର ନାହିଁ କି ?
କହ ପ୍ରଭୁ କହ ଏବେ ପଙ୍କରେ ଜନମି ,
ପଦୁଅଁ କି ହୁଏ ନାହିଁ ଆଲୋକର ଧର୍ମୀ ?
ତୁମ ଦୟା ବିନା ପ୍ରଭୁ ବଂଚି ନ ପାରିବି
ଦୁଃଖ ଦୁର୍ଦ୍ଦଶାରେ ପଡି ଜୀବନ ହାରିବି
ସା-ଭୋଦଳ,କଟକ-୧୮
No comments:
Post a Comment