କିମ୍ବଦନ୍ତୀରେ ଭୋଇ ବଂଶ

ପଣ୍ଡିତ ବେଣୁଧର ବାବା
                                         ଭଗବାନ ନିଜ ସ୍ବରୁପ ଅନୁଯାୟୀ ଭାବରେ ମାନବ  ସୃଷ୍ଟି କରିଥିଲେ । ବଂଶ ବିସ୍ତାର କରିବା ପାଇଁ ସ୍ତ୍ରୀ ଓ ପୁୁରୁଷ ଭାବରେ ଦୁଇଟି ଜାତିର ସମୀକରଣ କହିଲେ ଅତୁ୍ୟକ୍ତି ହେବ ନାହିଁ । କିନ୍ତୁ ଏହା କେବେ ଭଗଗବାନ ସୃଷ୍ଟି କରିଛନ୍ତି , କିଏ ବା କହିବ? ବାନରରୁ ହିଁ ମଣିଷ ସୃଷ୍ଟି ହୋଇଛି ବୋଲି ଅନୁମେୟ କରାଯାଏ । ବ୍ରାହ୍ମଣ , କ୍ଷତ୍ରୀୟ, ବୈଶ୍ୟ ଓ ଶୁଦ୍ର ଚାରି  ବର୍ଣ୍ଣ ମ୍ମରୁ ବ୍ରାହ୍ଣଣ ସବୁଠାରୁ ଶ୍ରେଷ୍ଠ  ପୌରାଣିକ ଦୃଷ୍ଟି କୋଣରୁ ବୋଲି କୁହାଯାଏ । ଅଧୁନା ସମୟରେ  ଆନୁମାନିକ ଭାବରେ ବାରଟି ବ୍ରାହ୍ମଣ ଜାତି ,ଆଠଟି କ୍ଷତ୍ରୀୟ ଜାତି ,ଆଠଟି ବୈଶ୍ୟ ଜାତି ଓ ଆଠଟି ଶୁଦ୍ର ଜାତିରେ ବିଭାଜିତ ହୋଇଛନ୍ତି ।   ପୌରାଣିକ ଯୁଗକୁ ଅନୁଧ୍ୟାନ କଲେ ଜଣାଯାଏ ଯେ , ବିଶ୍ୱାମିତ୍ରଙ୍କ ବାରପୁଅମାନଙ୍କ ମଧ୍ୟରୁ ପ୍ରଥମ ପୁତ୍ର  ବାଉରୀ ଥିବା ସ୍ଥଳେ ବଶିଷ୍ଠଙ୍କ ପ୍ରଥମ ପୁତ୍ର ବ୍ରାହ୍ଣଣ ଥିଲେ । ଉଭୟ ଋଷି ମଧ୍ୟ ବ୍ରହ୍ମର୍ଷି ଥିଲେ । ସମସ୍ତଙ୍କର ସମାନ ଅଧିକାର ଥିଲା । କିନ୍ତୁ ବିଶ୍ୱାମିତ୍ର ବଶିଷ୍ଠଙ୍କ ଠାରୁ ବଡ ଥିଲେ । କାରଣ ବିଶ୍ୱାମିତ୍ର ଦ୍ୱିତୀୟ ସ୍ବର୍ଗ ସ୍ଥାପନ କରିଥିଲେ । ଯାହା ବଶିଷ୍ଠଙ୍କ ଠାରୁ ଚାରି ଗୁଣ ଥିଲା ।

ଉଭୟଙ୍କର ମଧ୍ୟ ପୂଜା ଉପାସନାରେ ବଶିଷ୍ଠ ଛନ୍ଦ  ଏବଂ ବିଶ୍ୱାମିତ୍ର ଛନ୍ଦ ଭାବରେ  ପାଠ କରାଯାଏ ।  ଏହିପରି ଭାବରେ ବ୍ରାହ୍ମଣ ଆଉ ବାଉରୀ ମ୍ମରେ କିଛି ପ୍ରଭେଦ ନାହିଁ । ଅନେକ ଶୁଭ କାର୍ଯ୍ୟରେ ବାଉରୀ ମାନେ ପ୍ରଥମେ ଶଙ୍ଖ ଫୁଙ୍କିବା ନଜିର ରହିଅଛି ।  ପଞ୍ଝସଖା ଯୁଗର ମହାନ୍ ସନ୍ଥମାନଙ୍କ ଜୀବନୀ ମାନଙ୍କୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ସେମାନେ ସମସ୍ତେ ଦାସ ସାଙ୍ଗିଆ ବାଉରୀ ବୈଷ୍ଣବ ଥିଲେ ।  ଶୁଦ୍ର ଭାବରେ ବିଶ୍ୱାବସୁ ଶବର,  ପରମ ପ୍ରେମମୟୀ ମାତା ଶବରୀ ,ଭୀମ ଭୋଇ ,ଜାରା ଶବର, ଦାସିଆ ବାଉରୀ ଓ ସନ୍ଥ ବାହୁଡା ଦାସ  ପ୍ରମୁଖ ଭଗବାନଙ୍କର ପରମ ଭକ୍ତ ଅଟନ୍ତି ।  ଭୋଇବଂଶର ରାଜା ଭାବରେ ଠାକୁର ରାଜା ଗଜପତି ରାମଚନ୍ଦ୍ର ଦେବ ମଧ୍ୟ ଇତିହାସର ପୃଷ୍ଠା ମଣ୍ଡନ କରିଛନ୍ତି ।  ଯୁଗେ ଯୁଗେ ଭଗବାନ  ଦଳିତ ସମ୍ପ୍ରଦାୟଙ୍କ ସହ ନିଜର ଲୀଳା ପ୍ରଦର୍ଶନ କରି, ଭେଦ ଭାବର ପ୍ରାଚୀର  ଦୂର କରି ଦେଇଛନ୍ତି ।  ନୀଳ ମାଧବଙ୍କୁ ଦର୍ଶନ କରିବା ପାଇଁ ବିଦ୍ୟାପତି ବ୍ରାହ୍ଣଣ ବିଶ୍ୱାବସୁ ଶବରର ଝିଅ ଲଳିତାଙ୍କୁ ମଧ୍ୟ ବିବାହ କରିଛନ୍ତି । ତେବେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳା ବିଚିତ୍ର; ଶ୍ରୀକ୍ଷେତ୍ରରେ   ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରିତୀ କାନ୍ତିରେ ଅନେକ ଦୃଷ୍ଟାନ୍ତ ରହିଅଛି ।  ପ୍ରଭୁଙ୍କୁ ଦର୍ଶନ କରିବାକୁ ହେଲେ ବାଇଶି ପାହାଚ ଚଢି କରି ଯିବା ପାଇଁ ହୁଏ । ତେବେ ପ୍ରଥମ ପାହାଚ ବାଉରୀ ଜାତିର ଏବଂ ଉପର ପାହାଚ ବ୍ରାହ୍ମଣ ଜାତିର  ହୋଇ ଥିବାରୁ ଏହା ବାଇଶି ପାହାଚ ଭାବରେ ନାମିତ କରାଯାଇଛି ବୋଲି ଅନେକ ଶାସ୍ତ୍ରବିତ୍ମାନେ ବାଖ୍ୟା କରିଛନ୍ତି ।
ଅଧୁନା ସମୟରେ  ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରିତୀ କାନ୍ତିକୁ ଅନୁଧ୍ୟାନ କଲେ  ଜଣାଯାଏ ଯେ , ଦେବସ୍ନାନ ପୂର୍ଣ୍ଣିମା ଠାରୁ ଶୟନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦଇତାପତି ମାନେ ପ୍ରଭୁଙ୍କର ସେବା କରିଥାନ୍ତି ।  ଦଇତାପତିମାନେ ଭୋଇ ବା ବାଉରୀ ବଂଶର ବଂଶଧର ଅଟନ୍ତି । ସେହିପରି ଭାବରେ ଦାସିଆ ବାଉରୀର ଭେଟି ନଲାଗିବା ପର୍ଯ୍ୟନ୍ତ ପୁରୀରେ  ରଥ ଟଣା ଯାଏ ନାହିଁ । ତେଣୁ ୟେ ମାନେ ଭଗବାନଙ୍କର ପରମ ଭକ୍ତ କହିଲେ ଅତୁ୍ୟକ୍ତି ହେବ ନାହିଁ । ତେଣୁ ବାଉରୀ ବଂଶର ପ୍ରଥମ ଠାକୁର ରାଜା ହୋଇଥିବାରୁ କୌଣସି ଜାତିରେ ରାଣୀ ନାହାନ୍ତି । ସବୁ ଜାତିରେ କୌଳିକ ବୃତିର ବ୍ୟବସ୍ଥା ଅଛି । କିନ୍ତୁ ବାଉରୀ ଜାତିରେ କୌଳିକ ବୃତିର ବ୍ୟବସ୍ଥା ନାହିଁ । ତେବେ ଯୁଗେ ଯୁଗେ ଭଗବାନ ଭକ୍ତର । ଭାବରେ ବନ୍ଧା ସେ ପ୍ରେମ ମୂରତି ।  କିନ୍ତୁ ଯେତେ ବେଳେ କୌଣସି ଜାତି କୁସଂସ୍କାରର   ଆଉ କୁ ମନ୍ତ୍ରଣାର ଶିକାର ହୁଏ , ସେତେବେଳେ ସେ ନିଜର ଅସ୍ତିତ୍ୱ ହରାଇ ବସେ । ଭୁଲିଯାଏ ନିଜର ସଂସ୍କୃତି ଆଉ ମହାନତାକୁ । ତେବେ  ଆଜିର ଭୋଇ ସମାଜକୁ ଏକତ୍ରୀ କରଣ  କରିବାକୁ ହେଲେ ଏକ ନୂତନ ସଂଗ୍ରାମର ଆବଶ୍ୟକତା ରହିଛି । କାରଣ ୟେ ଜାତି କାହାର ଗୋଲାମ୍ ନୁହେଁ , କାହାର ଦାସ ନୁହେଁ  ।

ଗାୟତ୍ରୀ ପୀଠ ପଦ୍ମ କ୍ଷେତ୍ର , ଭୋଦଳ, କଟକ

No comments:

Post a Comment