ବାହୁଡା ମହାତ୍ମ୍ୟ

                    ନରେନ୍ଦ୍ର କୁମାର ଭୋଇ
                                                           

  ଧନ୍ୟ କୁଶକଂଟା ପବିତ୍ର ଭୁଇଁ ,
   ବଳେ ବଳେ ମଥା ପଡଇ ନଇଁ । 

ଥିଲା କୁଶ ଆଊ ବହଳ କଂଟା ,
   ତେଣୁ ହୋଇଗଲା ସେ କୁଶକଂଟା ।

ପାଖା ପାଖି ଥିଲା ଦୁଇଟି ବଟ ,
    ଧ୍ୟାନ କରୁଥିଲେ ବାବାଜୀ ଏକ ।

ଶୂନ୍ୟ ବାଣୀ ହେଲା ଶୁଣ ବାହୁଡି ,
 ଜ୍ଞାନ ପାଇବାକୁ ନ ଗଣ ଗୋଡି ।

 ଯାହା ତୁ କହିବୁ ହୋଇବ ସତ୍ୟ ,
 ମୁଁ ହେଉ ଅଛି ଜଗତ ତାତ ।

 ରୋଗୀ ଭଲ ହେବେ ହୁକୁମ ନେଇ ,
 ଅନ୍ତର୍ଧ୍ୟାନ ହେଲେ ଏ କଥା କହି ।

 ସେ ଦିନୁ ହୁକୁମ ଦେଲେ ବାହୁଡି , 
ରୋଗୀ ଭଲ ହେଲେ ରୋଗକୁ ଛାଡି ।

 ପରୀକ୍ଷା କରିବା ପାଇଁ ଅନେକ ,
ହୋଇଅଛି ରୋଗ ଟିକିଏ ଦେଖ ।

        ହାତରେ ଗୋଡରେ କନା ଗୁଡାଇ
        ଘା  ହୋଇଅଛି କହିଲେ ଯାଇ ।

ଭଲ ହୋଇଯିବୁ ବାବା କହିଲେ ,
କନା ଖୋଲ ଯାଇ ଦେଖିବୁ ଭଲେ ।

ମିଛ କଥା ସବୁ ସତ ହୋଇଲା 
ଶରଣ ପଶିଣ  କ୍ଷମା ମାଗିଲା ।

ହୁକୁମ ମହିମା ଅଛି ଅନେକ ,
 ଲେଖୁଥିଲେ  ଯିବ ଜୀବନ ଯାକ ।

ଶରଣ ପଶୁଛି ରଖ ବାହୁଡା ,
ପଦରେ ଲେଖିଲା ନରି ବାପୁଡା 

                                                         ସା-ଉରୁଜଙ୍ଗ ,ବ୍ରାହ୍ମଣସାଇଲୋ,କଟକ-୧୮



No comments:

Post a Comment