ଇତିହାସରେ ମହାଭୋଇ

ଦୀନବନ୍ଧୁ ଅଧିକାରୀ

                                                                ଭୋଇ  ଜାତି ଦଳିତ ସମାଜର ମେରୁଦଣ୍ଡ କହିଲେ ଅତୁ୍ୟକ୍ତି ହେବ ନାହିଁ  । ଏହା ଏକ ରାଜକୀୟ ଲଢୁଆ ଜାତି । ଦିନ ଥିଲା ଓଡିଶାରେ ଭୋଇ ବଂଶ ରାଜୁତି କରୁଥିଲା । ଏହାର ପ୍ରଥମ ରାଜା ଏବଂ ପ୍ରତିଷ୍ଠାତା ହେଲେ ଗୋବିନ୍ଦ ବିଦ୍ୟାଧର । ଏହାଙ୍କର ଅନ୍ୟ ନାମ ସୁବର୍ଣ୍ଣ କେଶରୀ  ବିଦ୍ୟାଧର । ଏହାଙ୍କର ଶାସନ ସମୟ  ଖ୍ରୀଷ୍ଟାଦ୍ଦ ୧୫୪୦-୪୯ ଅବଧି କଟକରେ ରାଜଧାନୀ ଅବସ୍ଥିତ । ରାଜା ଗୋବିନ୍ଦ ବିଦ୍ୟାଧରଙ୍କ ପରେ ଜଣା ଯାଏ ଯେ, ରାଜା ଚକ୍ର  ପ୍ରତାପ (ଖ୍ରୀ-୧୫୪୯-୧୫୫୩) ଶାସନ କରିଥିଲେ ।  ପରିଶେଷରେ ନରସିଂହ ରାୟଜେନା ଶାସନ କରିଥିଲେ ।   ଏହାପରେ ଭୋଇ ବଂଶ ଶାସନର ଅବସାନ ଘଟିଲା । କାଳର କରାଳ ଗତିରେ ରାଜା ଓ ବ୍ରାହ୍ମଣଙ୍କ ଚକ୍ରାନ୍ତ ଫଳରେ ଓଡିଶାର ମୁଳ ନିବାସୀ  ଭୋଇ ବଂଶର ଶାସନ ଲୋପ ପାଇଲା । ଅଧୁନା  ଅନ୍ୟାନ ରାଜ ବଂଶ ଏବଂ ବାହ୍ୟ ଶାସନର ପ୍ରଭାବରେ ଭୋଇ ବଂଶର ଦାୟାଦ ମାନ ଦାସ , ସେବକ ବା ଦଳିତ ଭାବରେ କାଳ ପାତିତ କରୁଛନ୍ତି । ଚୈତନ୍ୟ ଦେବଙ୍କ ଆଗମନ ଏବଂ ବୈଷ୍ଣବ ଧର୍ମ ଉଦ୍ଭବ, ପ୍ରଚାର ଓ ପ୍ରସାର ଫଳରେ ଏ ଜାତି ବୈଷ୍ଣବ ଧର୍ମକୁ ଅବୋରି ବସିଲା । ବାର ଜାତି ତେର ଗୋଲା , ବୈଷ୍ଣବ ହେଲେ ସବୁ ଗଲା ନ୍ୟାୟରେ ନିଜ ଜାତିର ଗୌରବ ଓ ଶାସନ  ୟେ ଭୋଇ ଜାତି ହରାଇ ବସିଲା ।  ଯାହା ଫଳରେ ବାଉରୀ ବୈଷ୍ଣବ, ପାଣ ବୈଷ୍ଣବ ଓ କଂଡରା ବୈଷ୍ଣବ  ଇତ୍ୟାଦି ନାନା ଜାତିର ସମୀକରଣ ସୃଷ୍ଟି ହେଲା । 
ଏହି ବାଉରୀ ବୈଷ୍ଣବ ବାଦର ମହାନ୍ ପ୍ରବର୍ତକ ହେଲେ ପଂଚସଖା । ସେଥି ମଧ୍ୟରେ ସନ୍ଥ ବଳରାମ ଦାସ  ଅନ୍ୟତମ ଥିଲେ  । ତାଙ୍କର ଜନ୍ମ ସ୍ଥାନ ଯାଜପୁର ଜିଲ୍ଲାର ଚନ୍ଦ୍ରପୁର ଲୀଳା କ୍ଷେତ୍ର ଶ୍ରୀକ୍ଷେତ୍ର ,ପୁରୀ ଏବଂ ଶେଷ ଜୀବନ ପୁରୀ ଜିଲ୍ଲାର ଏବରଙ୍ଗ ଠାରେ ହୋଇଥିଲା । ସେ ବହୁ କାବ୍ୟ ରଚନା କରିଛନ୍ତି ।  ତାଙ୍କର ଦାଣ୍ଡି ରାମାୟଣରେ ମଧ୍ୟ ଉଲ୍ଲେଖ କରିଛନ୍ତି ...

“ ମୁହିଁ ବଳରାମ ଦାସ ରାମାୟଣ ଅବତାରେ ଥିଲି , 
ଦିହୁଡି ଧରିଣ ମୁଁ ସମସ୍ତ ଦେଖିଲି ।

ମତେ ଆଜ୍ଞା ଦେଲେ ମର୍ତ୍ୟପୁର ଯିବୁ ,
ଶୁଦ୍ର ମୁନି ହୋଇଣ ଜନମିବୁ ।”

 ଉକ୍ତ ଉକ୍ତିରୁ ଜଣା ଯାଏ ଯେ , ଦିହୁଡି ଧରିବା ( ଜଳୁ ଥିବା ମଶାଲ୍ ) ସେତେବେଳେ ମୁଖ୍ୟତଃ ଭୋଇ ମାନଙ୍କର କାମ ଥିଲା ।  ଏହା ସେଙ୍ଗ ସେଙ୍ଗ ତାଙ୍କ ଲିଖିତ ସିଦ୍ଧାନ୍ତ ଦର୍ପଣ ପୁସ୍ତକରେ ବାଉରୀ ଜାତି ସମ୍ପର୍କରେ ବହୁତ ସୂଚନା  ଦେଇଛନ୍ତି । ଜାତି ପ୍ରଥାକୁ ବିରୋଧ କରି ସନ୍ଥ ବଳରାମ ଦାସ ପ୍ରଥମେ ସ୍ବର ଉଠାଇଥିଲେ । ଯାହା ଲକ୍ଷ୍ମୀ ପରାଣରେ ବର୍ଣ୍ଣିତ ହୋଇ ବହୁ ଚହଳ  ସୃଷ୍ଟି କରିଥିଲା ।  ଶ୍ରିୟା ଚଣ୍ଡାଳୁଣୀ ଘରେ ମାଆ ଲକ୍ଷ୍ମୀଙ୍କ ଆଗମନ ପ୍ରସଙ୍ଗ କୁ ନେଇ ବ୍ରାହ୍ଣଣ ସମାଜରେ ବହୁତ ଆଲୋଡନ ସୃଷ୍ଟି କରିଥିଲା । ସେତେବେଳେ ଉକ୍ତ କାବ୍ୟକୁ ବ୍ରାହ୍ଣଣ ମାନେ ନାପସନ୍ଦ କରୁଥିଲେ ।  ଯାହାର ଫଳ ସ୍ବରୁପ ରଥଯାତ୍ରା ସମୟରେ ସନ୍ଥ ବଳରାମ ରଥାରୁଢ଼ ଦିଅଁମାନଙ୍କୁ ଦର୍ଶନ କରିବାକୁ ଯିବା ସମୟରେ ପଣ୍ଡାମାନଙ୍କ ଦ୍ୱାରା ନିର୍ଯ୍ୟାତିତ ଓ ଲାଂଛିତ ହୋଇ ଫେରି ଆସିଥିଲେ ଓ ସମୁଦ୍ରର ବେଳା ଭୁମି ଠାରେ ବାଲିରଥ କରି ତିନି ଦିଅଁ ମାନଙ୍କୁ ଉପାସନା କରିଥିଲେ । ତାଙ୍କର ଉକ୍ତି ଥିଲା 

“ ଏ ଯେବେ ବ୍ରହ୍ମ ବିଦ୍ୟାକୁ ଛନ୍ତି ଗୋପ୍ୟ କରି,
କାଲି ଦେବାର୍ଚ୍ଚାନା କେବେ କରିବ ବାଉରୀ “  ।


             ଏହା ପରେ  ସ୍ବୟଂ ଗଜପତି ଆସି  ବଳରାମ ଦାସଙ୍କୁ କ୍ଷମା ମାଗିଥିଲେ , ତାହା ସମସ୍ତେ ଜାଣି ଥିବେ । ତେବେ ବଳରାମ ଦାସ  ବୈଷ୍ଣବ  ଧର୍ମ ପ୍ରଭାବରେ ବାଉରୀ ବୈଷ୍ଣବ ଭାବରେ “ଦାସ” ସାଙ୍ଗିଆ  ଥିଲେ ବୋଲି ପ୍ରମାନ କରାଯାଏ । ପ୍ରକାଶ୍ୟ ଯୋଗ୍ୟ ଯେ , ସନ୍ଥ ଜଗନ୍ନାଥ ଦାସ ଶୁଦ୍ର ଶ୍ରେଣୀୟ ଥିବାରୁ , ତାଙ୍କ ରଚିତ ଭାଗବତକୁ ମଧ୍ୟ, ସେତେବେଳେ “ତେଲି ଭାଗବତ” କୁହାଯାଏ ।
ତେବେ ଓଡିଶାର ଇତିହାସକୁ ତର୍ଜମା କଲେ ଜଣାଯାଏ ଯେ, ସୋମବଂଶୀ ରାଜା ମାନେ ଯାଜପୁରରେ ରାଜଧାନୀ କରିଥିଲେ । ପରବର୍ତୀ  ମୁହୁର୍ତରେ ଜଣାଯାଏ ଯେ , ସେମାନେ ବ୍ରାହ୍ମଣମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ହିନ୍ଦୁ ଧର୍ମକୁ ଗ୍ରହଣ କରିଥିଲେ । ଯଜ୍ଞ କରିବା ପାଇଁ ଏକ ହଜାର ବ୍ରାହ୍ମଣମାନଙ୍କୁ ସେ କାନ୍ୟକୁବ୍ଚରୁ ଆଣିଥିଲେ । ଏହି ମନଗଢା କାହାଣୀ ଶିଳା ଲିପିରେ ଲିପିବଦ୍ଧ ହୋଇଛି । ଏହା ପରେ ବ୍ରାହ୍ମଣବାଦର ଶାସନ ଚାଲିଲା । ଇଂରେଜ ମାନେ  ଯେପରି ବେପାର କରିବା ପାଇଁ ଆସି ଆମ୍ଭର ଭାରତ ବର୍ଷକୁ ଶାସନ କରିଥିଲେ । ସେପରି ବ୍ରାହ୍ମଣମାନେ ଶାସନ କରିବା ଆରମ୍ଭ କରିଦେଲେ । ସମାଜରେ କୁସଂସ୍କାର ବଢି ଚାଲିଲା  ଏବଂ ମୋଟା ମୋଟି ଭାବରେ    ସେବକ ବା ଦାସ ଶ୍ରେଣୀୟ ଭାବରେ ଧୋବା, କଣ୍ଡରା, ହାଡି, ଭଣ୍ଡାରୀ ଏବଂ ବାଉରୀ ଇତ୍ୟାଦି ଭାବରେ ଜାତି ପ୍ରଥା ସୃଷ୍ଟି ହେଲା ।  ଏହା ଏକ ଦଳିତର ଝଲକ ବୋଲି ଅନୁମେୟ କରାଯାଏ ।



ଶ୍ରମ ଆୟୋଗ, ଭୁବେନଶ୍ୱର

No comments:

Post a Comment