ସନ୍ଥ ବାହୁଡା ଦାସ ଗୋସ୍ବାମୀଙ୍କ ସଂକ୍ଷିପ୍ତ ଇତିହାସ ଓ ଅଜଣା କଥା

ଇଶ୍ରାର ଖାନ୍

                      ମାନବ ସମାଜରୁ ଅନ୍ୟାୟ ଅତ୍ୟାଚାର ଦୂର କରିବା ନିମନ୍ତେ ଅଗଣିତ ସାଧୁ ,ସନ୍ଥ ଓ ମହାତ୍ମାମାନେ ନିଜେ ବହୁ ଦୁଃଖ କଷ୍ଟ ସହି ସମାଜର କଳ୍ୟାଣ ନିମନ୍ତେ ନିଜକୁ ସମର୍ପଣ କରି ଯାଇଛନ୍ତି । ସାଧୁ ସନ୍ଥ ମାନଙ୍କ ଅଲୌକିକ ଶକ୍ତି ,ଲେଖନୀ ,ଧର୍ମ ବାଣୀ ଓ ସତ୍ୟ ପ୍ରେମର  ବାର୍ତା ଯୋଗୁଁ ସମାଜରେ ଅଶେଷ ଉପକାର ସାଧନ ହୋଇ ଶାନ୍ତି , ସୌହାର୍ଦ୍ଦ୍ୟ ଓ ନ୍ୟାୟ ପ୍ରତିଷ୍ଠା ହୋଇ ପାରିଛି । ଓଡିଶାରେ ଜନ୍ମ ଲାଭ କରିଥିବା ସନ୍ଥ ମାନଙ୍କର ମଧ୍ୟରେ ଶ୍ରୀ ବାହୁଡା ଦାସ ଗୋସ୍ବାମୀ ଥିଲେ ଅଲୌକିକ ଶକ୍ତିର ଅଧିକାରୀ ଏବଂ ମହାନ୍ କବି ମଧ୍ୟ । ସେ କେବଲ ସମାଜ ସଂସ୍କାରକ ନ ଥିଲେ  ଭୋଇ (ବାଉରୀ ) ଜାତିର ଅନୁ ଶାସନ ନିମନ୍ତେ ସେ ଆଚାର ସଂହିତା ମଧ୍ୟ ପ୍ରସ୍ତୁତ କରିଥିଲେ । ତାଙ୍କ ରଚିତ ବହୁ ଭଜନ ଜଣାଣ ବର୍ତମାନ ପର୍ଯ୍ୟନ୍ତ ପ୍ରଚାରିତ  ହୋଇ  ନ ଥିଲେ ମଧ୍ୟ  ଓଡିଶାର କୋଣାନୁକୋଣରେ ଅନେକ ଲୋକ ମୁଖସ୍ଥ କରି ଗାଉଛନ୍ତି ଓ ନିଜକୁ ଧନ୍ୟ ମଧ୍ୟ କରୁଛନ୍ତି । ତାଙ୍କର ଲିଖିତ ଅଂସଖ୍ୟ ପୋଥି ମଧ୍ୟ ନଷ୍ଟ ହୋଇ ସାରିଛି ।  ଯାହା ଯେଉଁଠି ରହିଛି,କିଛି ମୁଷ୍ଟିମେୟ ଲୋକ ବାହାର କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି  ଏବଂ ସେଗୁଡିକ ସଂଗ୍ରହ ନିମନ୍ତେ ସରକାରୀ ବା ବେସରକାରୀ ସ୍ତରରେ କୌଣସି ଉପଯୁକ୍ତ ପଦକ୍ଷେପ ନିଆ ଯାଇନାହିଁ । ଏଣୁ ଏହି ମହାନ୍ କବିଙ୍କ ଲେଖା ଗୁଡିକ ଯୁଦ୍ଧ କାଳୀନ ଭାବରେ ସଂଗୃହୀତ ହେବା ଆବଶ୍ୟକ ।
                            ସନ୍ଥ ବାହୁଡା ଦାସ ୧୭୫୦ ମସିହା ବାହୁଡା ଦଶମୀ  ଦିନ କଟକ ସଦର ଥାନା ଅନ୍ତର୍ଗତ ଖନ୍ଦୋଳ  ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଧର୍ମୁ କାଣ୍ଡି  ଓ ମାତାଙ୍କ ନାମ ଗୁରୁବାରୀ   ।  ଖନ୍ଦୋଳ ହାଇସ୍କୁଲର ସାମ୍ନା (ଉର ପାଶ୍ୱର୍ ) ପ୍ରାୟ ୧୦୦ ମିଟର ଦୂରରେ ଉକ୍ତ ଗ୍ରାମର ହରେକୃଷ୍ଣ ସ୍ବାଇଁ ,ପିତା-ବାସୁଦେବ ସ୍ବାଇଁଙ୍କ ଗୃହର ଦକ୍ଷିଣକୁ ଥିବା ଗୃହରେ ଶ୍ରୀ ବାହୁଡା ଦାସ ଜନ୍ମ ଗ୍ରହଣ କରିଥିଲେ । ଯେଉଁ ଡିହ ଜମିଟି ଦାଶରଥୀ ସ୍ବାଇଁଙ୍କ ପୂର୍ବ ପୁରୁଷଙ୍କ ପ୍ରଦ ଥିଲା । ବର୍ତମାନ ଶ୍ରୀ ସ୍ବାଇଁଙ୍କ  ଦାୟାଦ ଶ୍ରୀ ହରେକୃଷ୍ଣ ସ୍ବାଇଁ ପିତା- ବାସୁଦେବ ସ୍ବାଇଁ  ସନ୍ତାନ ମାନେ ଜୀବିତ ଅଛନ୍ତି । ପିତା ବାହୁଡା ଦାସଙ୍କ ପିତା ଧର୍ମୁ  କାଣ୍ଡି ଗୋବିନ୍ଦପୁର ଥାନା ଅନ୍ତର୍ଗତ ମଜୁରାଇ ଗ୍ରାମରୁ ପୋଷ୍ୟ ପୁତ୍ର ହୋଇ ଖନ୍ଦୋଳ ଆସିିଥିଲେ । ଧର୍ମୁ କାଣ୍ଡିଙ୍କ ପୂର୍ବ ପୁରୁଷ ମ୍ମ ମଜୁରାଇ ଗ୍ରାମରେ ଅଛନ୍ତି । ଏ ତଥ୍ୟ ମଜୁରାଇ ଗ୍ରାମରେ ଅଛନ୍ତି । ଏ ତଥ୍ୟ ଉପରେ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ସେ ସମୟରେ ଗୋବିନ୍ଦପୁର ଠାରେ (କଲେଜ୍ ପୂର୍ବକୁ) ଏହା ବୈଷ୍ଣବ ମଠ ଥିଲା  ଓ  ଜାତି ଧର୍ମ ନିର୍ବିଶେଷରେ ବହୁ ସାଧୁ ସନ୍ଥମାନଙ୍କର ବହୁତ ସମାଗମ ହେଉଥିଲା । ବର୍ତମାନ ତାହା ନଦୀ  ଗର୍ଭରେ ଲୀନ ହୋଇ ଯାଇଛି ।ସେଇ  ମଠ ହିଁ ବୈଷ୍ଣବ ଧର୍ମ ପ୍ରଚାର ପ୍ରସାର ମୁଖ୍ୟ ଭୁମିକା ୟେ ଅଂଚଳରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା  ଏବଂ ବହୁ ଲୋକ ବୈଷ୍ଣବ ଧର୍ମରେ ଦିକ୍ଷୀତ ହୋଇଥିଲେ ।
ଶ୍ରୀ ବାହୁଡା ଦାସଙ୍କ ପିତା ଧର୍ମୁ କାଣ୍ଡି ଖନ୍ଦୋଳ ନିକଟ ଖଲୋର ଖମାରରେ ଭିଙ୍ଗାରପୁର ଚୌଧୁରୀଙ୍କ ଅଧିନରେ କାର୍ଯ୍ୟ କରୁଥିଲେ । କ୍ରମଶଃ ବୟସ ବଢିବା ସହିତ ବାହୁଡା ଦାସଙ୍କ ଶିକ୍ଷା ଦୀକ୍ଷା ଧର୍ମ ଚିନ୍ତନ ବଢି ଯାଇଥିଲା । ତାଙ୍କ ଠାରେ ଅଲୌକିକ ଶକ୍ତିର ପରିପ୍ରକାଶ ପାଇବାକୁ ଲାଗିଥିଲା । ଲୋକେ କ୍ରମଶଃ ବାହୁଡା ଦାସଙ୍କ ଦିବ୍ୟ ଶକ୍ତି ସଂପର୍କରେ ଅନୁଭବ କରିବାକୁ ଲାଗିଲେ । ତପôରେ ଭିଙ୍ଗାରପୁର ଚୌଧୁରୀ ଯିଏ  ଜମିଦାର ଥିଲେ । ସେ ମଧ୍ୟ ହୃଦୟଙ୍ଗମ କରି ମଠ ନିମନ୍ତେ କୁଶ କଂଟା (ମୌଜା- ବ୍ରାହ୍ମଣ ଝରିଲୋ ) ର ବାର ଏକର ବାର ଗୁଂଠ ,ବାର ବିଶ୍ୱା ଜମି ଦାନ କଲେ । ସେତେବେଳେ ମଠ ଥିବା କୁଶ  ଓ ବିଭିନ୍ନ ଗଛ ଲତା ପରି ପୁର୍ଣ୍ଣ ଥିଲା ।  କୁଶକଂଟା ଗାଦୀର ଉତର ଦିଗରେ ଧନିଆ ରୂପା ନାମକୁ ଛୋଟ ଗହୀର ନଦୀଟିଏ ଥିଲା । । ଯାହାର ବର୍ତମାନ ଚିହ୍ନ ମାତ୍ର ରହିଛି । ପରବର୍ତୀ କାଳରେ ବାଟ ପୂରଣ ଠାରେ  ମହାପାତ୍ର ଜମିଦାର ବଂଶ ୧୦ ଏକର ଜମି ମଠକୁ ଦାନ କରିବା କଥା ଏବେ ମଧ୍ୟ ଲୋକେ କହନ୍ତି । ବାହୁଡା ଦାସଙ୍କ ବାସ ସ୍ଥାନ ଓ ମଠ ବର୍ତମାନର ସମାଧୀ ସ୍ଥଳରେ ରହିଥିଲା ଓ ତାର ଦକ୍ଷୀଣ ଦିଗକୁ ହୁକୁମ ସ୍ଥଳୀ ଥିଲା । ଯାହାକୁ ବଟ କୁହାଯାଏ  , ଯେଉଁ ଠାରେ ଲୋକ ମାନଙ୍କ ରୋଗ ବ୍ୟାଧୀ ନିମନ୍ତେ ହୁକୁମ ଦେଉଥିଲେ ଏବଂ ବିଭିନ୍ନ ସମସ୍ୟାର ସମାଧାନ କରୁଥିଲେ । ସେହି ସ୍ଥାନକୁ ହୁକୁମ ସ୍ଥଳ କୁହାଯାଏ  । ବାହୁଡା ଦାସଙ୍କ ମଠରେ ଭୋଇ ଜାତିର ସମସ୍ୟା ସମାଧାନ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ    ଶିଷ୍ୟ ମାନଙ୍କୁ ଧାର୍ମିକ , କର୍ମ କାଣ୍ଡ , ଜାତିର ଅନୁ ଶାସନ, ନିଶା ନିବାରଣ, ଧାର୍ମିକ ସମସ୍ୟା ସଂପର୍କରେ ଉପଦେଶ ପ୍ରଦାନ କରୁଥିଲେ । ଜାତି ଧର୍ମ ନିର୍ବିଶେଷରେ ସେ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରୁଥିଲେ । ସମସ୍ୟା ନେଇ ଉପସ୍ଥିତ ହେଉଥିବା ବ୍ୟକ୍ତିମାନଙ୍କର  ସମସ୍ୟା ସମାଧାନ କରିଦେଉଥିଲେ । ସିଦ୍ଧ ପୁରୁଷଙ୍କ ୧୮୪୯ ମସିହା ଶ୍ରୀ ଗୁଂଡିଚା ଦିନ  କୁଶକଂଟା ଠାରେ ଦେହାନ୍ତ  ହୋଇଥିଲା  ଏବଂ ତାଙ୍କୁ ମଠ ପରିସରରେ ସମାଧୀ ମ୍ମ  ଦିଆ ଯାଇଥିଲା । ଯାହା ବର୍ତମାନ ବିଦ୍ୟମାନ ।
ସନ୍ଥ ବାହୁଡା ଦାସଙ୍କୁ ବହୁ ଲୋକେ ବହୁ  ପ୍ରକାର ପରୀକ୍ଷା କରିବା ପାଇଁ ଆସିଛନ୍ତି । କିନ୍ତୁ ସେ ଚମକ୍ରାରିତା ଦେଖାଇ  ପ୍ରତିପକ୍ଷଙ୍କୁ ଉଚିତ୍ ଶିକ୍ଷା ଦେଇଛନ୍ତି । ସେ ସମୟରେ ସାଧୁ ସନ୍ଥ ମାନେ ଯଥା କାଳିଆ ଗୋସ୍ବାମୀ  (ଅନ୍ଧୋଟୀ), ବନ୍ଧ ଗୋସ୍ବାମୀ ( ବନ୍ଧ ଡିହ ), କମ୍ବୁ ପାଣି ଗୋସ୍ବାମୀ ( ଫତଗଡ ମଠ ) ଓ ଗୋରା ଗୋସ୍ବାମୀ (ରାଏ ପୁର ) ରହିଥିଲେ । ସନ୍ଥ ବାହୁଡା ଦାସଙ୍କ ଜୀବନୀ ପୁସ୍ତକଟିଏ ଖନ୍ଦୋଳ ଗ୍ରାମର ବଂଶୀଧର ସ୍ବାଇଁ  ପିତା- ବାଂଛା ନିଧି ଲେଖିଥିଲେ । ଏବଂ ତାଙ୍କର ଅନେକ ଲେଖା ମଧ୍ୟ  ସଂଗ୍ରହ କରିଥିଲେ । ଉକ୍ତ ଜୀବନୀ ଓ ସଂଗୃହୀତ ଲେଖାକୁ ସତ୍ୟବାଦୀ ସ୍ବାଇଁ ଓରଫ ବାଜ ସ୍ବାଇଁ ନେଇ ଯାଇଥିଲେ । ସେ ବାବାଜୀ ହୋଇ ସନାତନ ଦାସ ନାମ ଧାରଣ କରି ମୌଜା ବାଲି ସାହି ଠାରେ ମଠ କର ରହୁଥିଲେ ।  ବାଜ ସ୍ବାଇଁ ଓରଫ ସନାତନ ବାବାଙ୍କୁ ମୃତୁ୍ୟ ପୂର୍ବରୁ  ଯୋଗା ଯୋଗ ସମୟରେ ସେ କହିଥିଲେ, ସେ କହିଥିଲେ ସେ ଉକ୍ତ ଲେଖା ଗୁଡିକ ଗେଂଗେଶ୍ୱର ଗଡର ବୀର ପାତ୍ରଙ୍କୁ ସାଇତି ରଖିବା ପାଇଁ ଦେଇଛନ୍ତି । ସ୍ବର୍ଗତ ସ୍ବାଇଁଙ୍କର ବାର୍ତାଳାପ  ତଥ୍ୟର ଗୋଟିଏ ଟେପ୍  ୰ ମୁରଲୀଧର ଭୋଇ ( ମଠ କର୍ମ କର୍ତା ) ସଂଗ୍ରହ କରିଥିଲେ । ଆନୁମାନିକ  ୧୯୮୮ ମସିହାବିଧାୟକ ଦୋଳ ଗୋବିନ୍ଦ ପ୍ରଧାନଙ୍କ ପ୍ରଚେଷ୍ଟାରେ କିଛି ଲେଖା ସଂଗ୍ରହ କରାଯାଇଥିଲା । ଯାହା ରେଭେନ୍ସା  ମହା ବିଦ୍ୟାଳୟର ଅଧ୍ୟାପକ ବୈଷ୍ଣବ ଚରଣ ପ୍ରଧାନଙ୍କୁ ପ୍ରଦାନ କରିଥିଲେ । ସେହିପରି ବ୍ରାହ୍ମଣ ଝରିଲୋ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବାନାମ୍ବର ବାରିକ ମଧ୍ୟ କିଛି ଲେଖା ସଂଗ୍ରହ କରିଥିଲେ । ବର୍ତମାନ ଏ ସବୁ ଖୋଜି ପାଇବା ଅସମ୍ଭବ । କେବଳ ବାହୁଡା ଦାସଙ୍କ ମହୋତ୍ସବ କରି ଖୁସି ହୋଇ ତାଙ୍କର ଯାହା   ଇତିହାସ , ଭଜନ ଓ  ଜଣାଣ ସବୁ ସଂଗ୍ରହ କରି ଲୋକ ଲୋଚନକୁ ଆଣି ପାରିଲେ ସାରା ରାଜ୍ୟ ନିମନ୍ତେ ଏକ ବଡ ଅବଦାନ ହେବ ।
      ସଭାପତି ,ପଲ୍ଲୀଧାରା ସାହିତ୍ୟ ବିଚାର ମଂଚ,
                       ଗବବସ୍ତ ,କଟକ  ପୂର୍ବତନ ସଦର                                  



No comments:

Post a Comment