ଶ୍ରଦ୍ଧେୟ ପାଠକ/ପାଠିକା ମାନଙ୍କ ପାଇଁ

   ପ୍ରିୟ ଆତ୍ମନ୍ ,
                 ସାଦର ପ୍ରଣାମ  ସହିତ ସାରସ୍ବତ ଶୁଭ କାମନା ।   ଓଡିଶା ମହାଭୋଇକୁଳ ଜାତୀୟ ଧର୍ମାନୁଷ୍ଠାନ,କୁଶକଂଟା ଜ୍ଞାନପୀଠର ମୁଖପତ୍ର କୁଶବନର ଦ୍ୱିତୀୟ ସଂସ୍କରଣ ଆସନ୍ତା ଶାମ୍ବ ଦଶମୀ ବାର୍ଷିକ ଉତ୍ସବରେ ପ୍ରକାଶ ହେବାପାଇଁ ଯାଉଛି  । କୁଶବନ ଏକ ସାମାଜିକ, କୁ ସଂସ୍କାର,ଶିକ୍ଷା ଓ ଚେତନାର ପ୍ରଗତିଶୀଳ ପତ୍ରିକା ଅଟେ । ନିମ୍ନୋକ୍ତ ନିୟମାବଳୀ ଅନୁଯାୟୀ ତା-୩୦/୦୯/୨୦୧୪ରିଖ ମଧ୍ୟରେ ଆପଣମାନଙ୍କ  ଲେଖା ସହିତ ସଂପୂର୍ଣ୍ଣ ଡାକ ଠିକଣା ଓ ଏକ ପାସପୋର୍ଟ ଫଟୋ ପଠାଇବା ପାଇଁ ସବିନୟ ଅନୁରୋଧ ।


ନିୟମାବଳୀ

୧. ମହା ଭୋଇ କୁଳର ଚିର ନମସ୍ୟ ମନିଷୀ  ମହାନ୍ ସନ୍ଥ   ଗୋସ୍ବାମୀ ବାହୁଡା   ଦାସ , ସାଧୁ,  ସନ୍ଥ ଏବଂ ସମାଜ ସଂସ୍କାରକ ମାନଙ୍କର ଜୀବନୀ, ତାଙ୍କ ରଚିତ ଫିଚର,ଗଳ୍ପ, କବିତା ଓ  ତାଙ୍କ ଉପରେ ଥିବା ମାନବ ଜାତିର କଲ୍ୟାଣ ମୂଳକ, କିମ୍ବଦନ୍ତୀ ବା ଲୋକକଥା ଇତ୍ୟାଦି ।

୨. ଆମ୍ଭ ସମ୍ବିଧାନରେ ଥିବା ଆମ୍ଭର ଅଧିକାର ଓ ତାହାର ପ୍ରୟୋଗ କିମ୍ବା ଆଇନଗତ ସୁବିଧା ଓ ସୁଯୋଗ  ପାଇଁ ମହାଭୋଇ କୁଳ ଜାତୀୟ ଧର୍ମାନୁଷ୍ଠାନର କାର୍ଯ୍ୟ କିପରି ସୁଦୂର ପ୍ରସାରୀ, ଜନ ମଂଗଳ ଓ ଦୀର୍ଘସ୍ଥାୟୀ ହୋଇ ପାରିବ, ସେଥିପାଇଁ ମତାମତ ଓ ସମାଲୋଚନା ମୂଳକ  ବିଷୟ ଉପରେ ପର୍ଯ୍ୟବେଶିତ ହୋଇଥିବା ଆବଶ୍ୟକ ।

୩. ଆପଣଙ୍କ ଲେଖା ସଂକ୍ଷିପ୍ତ ସରଳ ଓ ଚାରି ପୃଷ୍ଠା ମଧ୍ୟରେ ହେବା ଆବଶ୍ୟକ । ଲେଖା ଗୁଡିକୁ  ନିର୍ଭୁଲ ଭାବରେ ଡି.ଟି.ପି , ହାତଲେଖା, ଓ ସି.ଡି /ଇ-ମେଲ୍ ଭାବରେ  ଗ୍ରହଣୀୟ ହେବ ।

୪. କୁଶବନ ତରୁଣ ନୂଆ ଲେଖକ/ ଲେଖିକାମାନଙ୍କୁ  ପ୍ରାଧାନ୍ୟ ଦେବ । ବୟସ ,ପଦବୀ ଓ ଶିକ୍ଷାଗତ ଯୋଗ୍ୟତା  ଲେଖାର ମାପକାଠି ନୁହେଁ ।  କୁଶବନର ବିଚାରଧାରା ବିଷୟ ହିଁ ଆପଣଙ୍କ ଲେଖାର ମାପକାଠି ଅଟେ ।

୫. ଅମନୋନୀତ ଲେଖାଗୁଡିକ ଫେରାଇବା ପାଇଁ  ଓ  ଅପ୍ରକାଶିତ ଲେଖାର ମତାମତ ପାଇଁ  କୌଣସି ବ୍ୟବସ୍ଥା ନାହିଁ । ତେଣୁ ଲେଖା ପଠାଇବା ପୂର୍ବରୁ ମୂଳ ଲେଖା  ପାଖରେ ରଖିବା  ନିତାନ୍ତ ଆବଶ୍ୟକ । “କୁଶବନ”ର ଲେଖା ପ୍ରକାଶ ପାଇଁ ସଂପାଦନା ମଣ୍ଡଳୀଙ୍କ ନିଷ୍ପତି ହିଁ ଚୂଡାନ୍ତ ନିଷ୍ପତି ଅଟେ  ।


                                                                                                                                                                             ଆପଣଙ୍କର ଶୁଭ ମନାସୁଥିବା

                                                                            iõ_û\^û cŠkú
                                       ଓଡିଶା  ମହାଭୋଇ କୂଳ ଜାତୀୟ ଧର୍ମାନୁଷ୍ଟାନ,କୁଶକଂଟା
                                                                    
ଆମର ଠିକଣା

ମାଧବାନନ୍ଦ ଭୋଇ ,ସଂପାଦକ- “କୁଶବନ”
ସା-ଭୋଦଳ, ପୋ-ପାଟସୁନ୍ଦରପୁର,ଜିଲ୍ଲା-କଟକ-୭୫୪୦୧୮,
Email:omhrimklim@gmail.com
ଚଳମାନ (ମୋବାଇଲ୍)-୭୩୮୧୬୦୧୮୦୦/୯୪୩୭୦୯୩୦୫୫/୯୧୭୮୫୦୧୪୪୪

No comments:

Post a Comment