ସୁକାନ୍ତ ଚନ୍ଦ୍ର ଭୋଇ
ହେ ଶାଶ୍ୱତ ପରଂବ୍ରହ୍ମ ଚିରନ୍ତନ, ପୂଣ୍ୟମୟ ପବିତ୍ର ପରମ ଆରାଧ୍ୟ,
ଅସରନ୍ତି ଜ୍ୟୋତି ଧାରା ଉତ୍ସର ଅନନ୍ତ ସମ୍ଭାର,
କେତେ ଆତ୍ମା ଲୀନ ହୁଏ ତୁମ ଠାରେ ।
କେତେ ପୁଣି ହୁଏ ଆତ ଯାତ ।
ମୁକ୍ତିର ସକଳ ଦ୍ୱାର ଉନ୍ମୁକ୍ତ ତୁମରି ଠାରେ, ବ୍ୟାପ୍ତର ଅନ୍ତହୀନ ଦିଗ ସବୁ ,
ସମାହିତ କାଳ କାଳ ଧରି ,
ଆତ୍ମା ଫୁଲ ଫୁଟେ କେତେ ଚାରୁ ହାସ୍ୟେ ତୁମ ଉଦ୍ୟାନରେ ,
କେତେ ଝଡେ ହସି ହସି ପାଖୁଡା ମେଲାଇ ।
ଅତୃପ୍ତ କିଏ ? ତୁମ ଯାଏ ହୁଏ ନାହିଁ ଯିବାକୁ ସକ୍ଷମ, ତୁମେ ସଦା ଡାକୁ ଥାଅ ପାଖେ ଥାଇ,
ଆସ ମୋର ପୁତ୍ର ,ମୋର ଭକ୍ତ ,ବନ୍ଧୁ , ଆତ୍ମୀୟ ସହୋଦର ,
ତୁମରି ଉଦ୍ୟାନୁ ଜାତ ଅନେକ ମଧ୍ୟରୁ, ‘ଫୁଟିଥିଲା ‘ଫୁଲଟିଏ ପାଖୁଡା ମେଲାଇ ।
ଋଥ ଯାତ୍ରା ତିଥିରେ ଜନ୍ମିତ ,ତୁମରି ଫେରିବା ବେଳେ,
ବାପା ରଖିଥିଲେ ତୁମ ନାମ ବାହୁଡା ଦାସ ।
ଯେ ତୁମ ପରମ ଭକ୍ତ ଦେଇଥିଲ ହୃଦୟରେ ସ୍ଥାନ, ଦୀନ ସିଏ,
ତୁମେ ଦୀନ ବନ୍ଧୁ ,ଜ୍ଞାତ ଥିଲେ ତୁମକୁ ସେ ।
ଜୀବନ ଥିଲା ସରଳ ଆଡମ୍ବରହୀନ, କର୍ମ ପ୍ରତି ଅଗାଢ ବିଶ୍ୱାସ,
ଇଶ୍ୱର ପ୍ରେମରେ ମଜି, ଦେଉଥିଲ ନିଜକୁ ହଜାଇ,ହୁଅ ଦାସ ,
ଯେଉଁ ଭାବରେ, ଦୂର ହେଉ ବିଶ୍ୱ ଦୁଃଖ ।
ହୃଦୟ ରହୁ ନିର୍ମଳ ଭକ୍ତିର ଭାବରେ, ଭଣେ ଦାସ ଶ୍ରୀ ପୟରେ ।
.
ଅଧ୍ୟକ୍ଷ , ଆଂଚଳିକ ମହାଭୋଇ କୂଳ ଉନ୍ନୟନ ପରିଷଦ
No comments:
Post a Comment