ମୂଳଲେଖା: ୰ ସୁଦାମ ଚରଣ ଭୋଇ
ପୃଥିବୀ ପୃଷ୍ଠରେ ଯେତେ ଜଣ ମହାପୁରୁଷ ଜନ୍ମ ଲାଭ କରିଥିଲେ ତନ୍ମଧ୍ୟରୁ ସଦା ଦାସ ଅନ୍ୟତମ ପ୍ରତିଭା । ସଦା ଦାସ କଟକ ଜିଲ୍ଲାର ଅନ୍ତର୍ଗତ ପୋଡପଡା ଗ୍ରାମରେ ଏକ ଦରିଦ୍ର ଭୋଇ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୨୬୧ ସାଲ ମାଘ ଶୁକ୍ଳପକ୍ଷ ଏକଦଶୀ ତିଥିରେ ଜନ୍ମଲାଭ କରି ୧୩୩୦ ସାଲରେ ଇହଲୀଳା ସମ୍ବରଣ କରିଥିଲେ । ସେ କିଶୋର ଅବସ୍ଥାରେ ନିକଟସ୍ଥ ଶିବ ମନ୍ଦିର ନିକଟରେ ଗୁହାରିଆ ପଡିଥିଲେ । ଶିବଙ୍କ ଠାରୁ ସ୍ୱପ୍ନ ବାଣୀ ହେଲା “ସଦା ତୁମେ ମୋତେ ଆରାଧନା କରି ପ୍ରାଚୀ ନଦୀତଟ ସାଧୁସନ୍ଥଙ୍କର ଅନୁସନ୍ଧାନ କର । ସେ ତୋତେ ମୁକ୍ତିବାଟ ବତାଇ ଦେବେ” । ତାଙ୍କର କର୍ମମୟ ସାଧନାପୀଠ ଚନ୍ଦ୍ରେମୌ÷ଳି ମଠରେ ଜୀବନର ଶେଷ ପର୍ଯ୍ୟନ୍ତ କଟାଇଥିଲେ । ମୃତୁ୍ୟ ସମୟକୁ ସେ ମହାପୁରୁଷଙ୍କ ବୟସ ଥିଲା ୬୯ ବର୍ଷ । ସେ ଜଣେ ଜ୍ଞାନୀ ଦାର୍ଶନିକ, ଧର୍ମପରାୟଣ ଓ ଈଶ୍ୱର ଉପାସକ ଥିଲେ । କିଶୋର ବୟସରୁ ତାଙ୍କର ଧର୍ମ ପ୍ରତି ପ୍ରଗାଢ ଭକ୍ତି ଥିବାର ପରିଲକ୍ଷିତ ହେଉଥିଲା । ସେ ତାଙ୍କର ପରିବାର ଭରଣ ପୋଷଣ ନିମନ୍ତେ ମଜୁରି ଲାଗି ଅର୍ଥ ଉପାର୍ଜନ ଜରନ୍ତି ।
ଯୁବକ ଅବସ୍ଥାରେ ସେ ଦିନସାରା କର୍ମକ୍ଷେତ୍ରରେ ରତ ଥାଇ ମଧ୍ୟ ଉପାସନା ପ୍ରତି ପ୍ରଗାଢ ଭକ୍ତି ଥିଲା । ଅନେକ ସମୟରେ ସେ ଏକାକୀ ବସି କିଛି ଚିନ୍ତା କରୁଥିଲେ ଓ ନିରୋଳା ସ୍ଥାନରେ ବସି ଇଶ୍ୱର ଉପାସନା କରୁଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳେ । ଠାକୁର ପୂଜା, ବିଭିନ୍ନ ଶାସ୍ତ୍ର ଆଲୋଚନାରେ ଭାଗ ନେବା, ସତ୍ସଂଗରେ ମିଶିବା, ନାମ କୀର୍ତ୍ତନ କରିବା ତାଙ୍କ କର୍ମମୟ ଜୀବନରେ ଏକମାତ୍ର ପନ୍ଥା ଥିଲା । ସେ ପ୍ରତିଦିନ ପୁଣ୍ୟତୋୟା ପ୍ରାଚୀ ନଦୀରେ ସ୍ନାନ ସମୟରେ ଇଶ୍ୱର ଆରାଧନା କରନ୍ତି । ଏପରି ମନୋଭାବ ଦେଖି ଅନେକ ଲୋକ ତାଙ୍କ ପିତାଙ୍କୁ ସଦା ଦାସଙ୍କ ଏକାଗ୍ରତା ଓ ଇଶ୍ୱର ଭକ୍ତି ବିଷୟ ଶୁଣାଇ ଥିଲେ । କେହି କେହି କୁହନ୍ତି ସଦା ଦିନେ ଦିନେ ଜଣେ ପ୍ରଭୁଭକ୍ତ ମହାପୁରୁଷ ହେବ । ତେଣୁ ତାଙ୍କ ପିତା ଅଳ୍ପ ବୟସରୁ ତାଙ୍କୁ ବିବାହ କରି ଦେଇଥିଲେ ।
ଯୁବକ ଅବସ୍ଥାରେ ସେ ଦିନସାରା କର୍ମକ୍ଷେତ୍ରରେ ରତ ଥାଇ ମଧ୍ୟ ଉପାସନା ପ୍ରତି ପ୍ରଗାଢ ଭକ୍ତି ଥିଲା । ଅନେକ ସମୟରେ ସେ ଏକାକୀ ବସି କିଛି ଚିନ୍ତା କରୁଥିଲେ ଓ ନିରୋଳା ସ୍ଥାନରେ ବସି ଇଶ୍ୱର ଉପାସନା କରୁଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳେ । ଠାକୁର ପୂଜା, ବିଭିନ୍ନ ଶାସ୍ତ୍ର ଆଲୋଚନାରେ ଭାଗ ନେବା, ସତ୍ସଂଗରେ ମିଶିବା, ନାମ କୀର୍ତ୍ତନ କରିବା ତାଙ୍କ କର୍ମମୟ ଜୀବନରେ ଏକମାତ୍ର ପନ୍ଥା ଥିଲା । ସେ ପ୍ରତିଦିନ ପୁଣ୍ୟତୋୟା ପ୍ରାଚୀ ନଦୀରେ ସ୍ନାନ ସମୟରେ ଇଶ୍ୱର ଆରାଧନା କରନ୍ତି । ଏପରି ମନୋଭାବ ଦେଖି ଅନେକ ଲୋକ ତାଙ୍କ ପିତାଙ୍କୁ ସଦା ଦାସଙ୍କ ଏକାଗ୍ରତା ଓ ଇଶ୍ୱର ଭକ୍ତି ବିଷୟ ଶୁଣାଇ ଥିଲେ । କେହି କେହି କୁହନ୍ତି ସଦା ଦିନେ ଦିନେ ଜଣେ ପ୍ରଭୁଭକ୍ତ ମହାପୁରୁଷ ହେବ । ତେଣୁ ତାଙ୍କ ପିତା ଅଳ୍ପ ବୟସରୁ ତାଙ୍କୁ ବିବାହ କରି ଦେଇଥିଲେ ।
ସାଂସାରିକ ଜୀବନ ଭିତରେ ମଧ୍ୟ ସେହିପରି ଚିନ୍ତାଧାରା ପ୍ରକାଶ ପାଇଲା । ସେ ବ୍ରାହ୍ମ ମୁହୁର୍ତ୍ତରୁ ପ୍ରାଚୀ ନଦୀରେ ସ୍ନାନ କରିବାକୁ ଯାଆନ୍ତି । ଶିବଙ୍କ ସ୍ୱପ୍ନ ବାଣୀ ମୁତାବକ ପ୍ରାଚୀ ନଦୀ ତଟରେ କେତେକ ସାଧୁ ସନ୍ନ୍ୟାସୀ ଗୁପ୍ତ ଭାବରେ ଅଛନ୍ତି ବୋଲି ଧାରଣା ହେଲା । ତେଣୁ ତାହାର ଅନୁସନ୍ଧାନ ପାଇଁ ସେ ପ୍ରତିଦିନ ରାତ୍ର ଅବସାନ ପୂର୍ବରୁ ପା୍ରଚୀନଦୀ ତଟରେ ଉପସ୍ଥିତ ହୋଇ କିଛି ତତ୍ତ୍ୱ ଆବିଷ୍କାର ପାଇଁ ସର୍ବଦା ବ୍ୟାକୁଳ ଥିଲେ । ତାଂକର ଏହି ନୀରବ ସାଧନା ଦ୍ୱାରା ସେ ସାଧୁମାନଙ୍କ ଦର୍ଶନ ଲାଭ କରିଥିଲେ । ସଦାଦାସ ତାଙ୍କ ସହିତ ମିଶିବାକୁ ଚେଷ୍ଟାକଲେ ମଧ୍ୟ ସାଧୁମାନେ ତାଙ୍କୁ ପ୍ରଥମେ ବହୁତ ତିରସ୍କାର କରି ଫେରାଇ ଦେଲେ । ତେଣୁ ସେ ମନରେ ଦାରୁଣ ଆଘାତ ପାଇ ଜନ୍ମପୀଠ ଚନ୍ଦ୍ରମୌଳୀକୁ ଫେରି ଆସିଲେ । ସଦା ଦାସଙ୍କୁ ଏହି କାର୍ଯ୍ୟରୁ ନିବୃତ ହେବା ପାଇଁ ଅନେକ ପରାମର୍ଶ ଦେଇଥିଲେ । କିନ୍ତୁ ଯେଉଁ ମହାପୁରୁଷ ଅମୂଲ୍ୟ ରତ୍ନର ସନ୍ଧାନ ପାଇଛି ସେ କଣ ଲୋକଙ୍କ କଥାକୁ କର୍ଣ୍ଣପାତ କରିବ? ପ୍ରକୃତରେ ସେହି ଇଶ୍ୱର ଉପାସନା ଓ ସାଧୁସନ୍ଥମାନଙ୍କ ଦର୍ଶନ ନିମନ୍ତେ ତାଙ୍କ ମନପ୍ରାଣ ବ୍ୟାକୁଳ ହୋଇ ଉଠିଲା । ତାଙ୍କର ବହୁ ଦିନ ସ୍ୱପ୍ନ ସତ୍ୟରେ ପରିଣତ ହେଲା ।
ଶେଷରେ ତାଙ୍କର ଅଭିଲାଷ ପୂର୍ଣ୍ଣହେଲା । ବହୁ ସାଧୁ ସନ୍ନ୍ୟାସୀଙ୍କ ସଂଙ୍ଗେ ସେହି ପୂଣ୍ୟତୋୟା ପ୍ରାଚୀନଦୀ କୂଳରେ ପୁନର୍ବାର ତାଙ୍କର ମିଳନ ହେଲା । ଇଶ୍ୱରଙ୍କ ନାମ ଭଜନରେ ପ୍ରେମ ହୋଇ ସନ୍ୟାସୀମାନଙ୍କ ପଛେ ପଛେ ତାଙ୍କ ପଥ ଅନୁସରଣ କଲେ । ବହୁ ପଥ ଅତିକ୍ରମ କଲାପରେ ସନ୍ନ୍ୟାସୀମାନେ ଦାସଙ୍କୁ କହିଲେ “ଯାଅ ବାବା ତୁମେ ଘରକୁ ଫେରିଯାଅ । ଆମ ସାଥିରେ ସାଙ୍ଗ ହୋଇ ତୁମେ ଚାଲିପାରିବ ନାହିଁ” । କିନ୍ତୁ ସଦା ଦାସ ତାଙ୍କ ଶେଷ ଅଭିଳାଷ ପ୍ରତି ଦୃଢ ମନୋଭାବ ପୋଷଣ କରିଥାନ୍ତି । ବାରମ୍ବାର ସେମାନଙ୍କୁ କାକୁତି ମିନତି ହୋଇ ସାଧୁସନ୍ଥଙ୍କ ଗହଣରେ ମୋତେ ରଖାଯାଉ ବୋଲି ଅନୁରୋଧ କରିଥିଲେ । ସାବିତ୍ରୀ ଯେପରି ଯମଠାରୁ ବରପ୍ରାପ୍ତି ହୋଇଥିଲେ ।
ସେହିଭଳି ସାଧୁସନ୍ଥଙ୍କ ମନକୁ ସଦା ଦାସ ଭକ୍ତିପୂର୍ଣ୍ଣ ଭାବରେ ବଦଳାଇ ଆଶୀର୍ବାଦ ଭିକ୍ଷା କରିଥିଲେ । ଆଶୀର୍ବାଦ ଭିକ୍ଷା ହିଁ ତାଙ୍କ ଜୀବନରେ ଶେଷ ଅଭିଳାଷ ଥିଲା । ସାଧୁସନ୍ଥମାନେ ଆଶୀର୍ବାଦ ପ୍ରଦାନ କରି ଏକ ଉଇ ହୁଙ୍କା ଭିତରକୁ ପ୍ରବେଶ କରିବା ସଦା ଦାସ ଦେଖିପାରିଲେ । ସାଧୁମାନେ ସେହି ଗର୍ଭକୁ ପ୍ରବେଶ କରିବା ସମୟରେ ସଦା ଦାସ ମଧ୍ୟ ତାଙ୍କ ପଥକୁ ଅନୁସରଣ କଲେ । କିଛି ବାଟ ସେହି ଗର୍ତ୍ତ ମଧ୍ୟରେ ଗଲା ପରେ ଜଣେ ସନ୍ନ୍ୟାସୀଙ୍କ ଦୃଷ୍ଟି ପଡିଲା ପରମଭକ୍ତ ସଦା ଦାସଙ୍କ ଉପରେ । ସେ ସନ୍ନ୍ୟାସୀ କ୍ରୋଧରେ ଜର୍ଜରିତ ହୋଇ ପୁନର୍ବାର ଫେରି ନ ଯିବାକୁ ଦାସଙ୍କୁ ନିଦେ୍ର୍ଧଶ ଦେଲେ । ସଦା ଦାସ ହାତଯୋଡି ମସ୍ତକ ଅବନତ କରି ନୀରବ ଭାବରେ ଦଣ୍ଡାୟମାନ ହେଲେ । ତେଣୁ ସନ୍ନ୍ୟାସୀ ବୃନ୍ଦ ସଦା ଦାସଙ୍କର ଭକ୍ତିରେ ଭାବବିହ୍ୱଳ ହୋଇ ତାଙ୍କ ଶରୀରକୁ ମନ୍ତ୍ରପାଣି ଦ୍ୱାରା ପବିତ୍ର କଲେ । ଲୋକେ କୁହନ୍ତି ସେହି ଗର୍ଭ ଭିତରେ ସଦା ଦାସ ୨୧ ଦିନ ରହିଥିଲେ । ସନ୍ୟାସୀଙ୍କ ଠାରୁ ବିଦାୟ ନେଇ ଆସିବା ସମୟରେ ତାଙ୍କୁ ଆଶୀର୍ବାଦ ଦେଇ କହିଲେ “ତୁମେ ଆମର ବଡଭକ୍ତ ହେବ । ତୁମ୍ଭ ଭକ୍ତିରେ ଆମ୍ଭେ ପ୍ରୀତ ହୋଇ ଏହି ବେତ ବାଡି ତୁମକୁ ପ୍ରଦାନ କରୁଛୁ । ତୁମ୍ଭେ ଏଇ ବେତ ବାଡି ଦ୍ୱାରା ନାକ ରୋଗ ଭଲ କରିବ । ଆମ୍ଭଙ୍କୁ ମନେ ରଖିବାପାଇଁ ଏହି ଗର୍ଭଠାରେ ଏକ ବିରାଟ ଗାଦୀ ଆର୍ବିଭୁତ ହେବ । ସେହି ଗାଦୀ ପୀଠ ହିଁ ତୁମର ସାଧନା କ୍ଷେତ୍ର । ସେହିଠାରେ ତୁମେ ତୁମ କର୍ମମୟ ଜୀବନକୁ ଶେଷ କର” । ଭୀମ ଭୋଇ, ଦାସିଆ ବାଉରୀ, ସାଲବେଗ, ହାଡିପା, ତୁଳସୀ ଦାସ ପ୍ରଭୃତିଙ୍କ ପରି ସଦା ଦାସ ଏକ ମହାନ ପୂରୁଷ ଥିଲେ । ବଣମଲ୍ଲୀ ଯେପରି ବଣରେ ଫୁଟି ମଉଳି ଯାଏ, ତାର ବାସନା କେହି ଉପଭୋଗ କରି ପାରନ୍ତି ନାହିଁ । ସେହିପରି ଲୋକ ସମାଜରେ ସଦା ଦାସଙ୍କ ମହିମା ଲୋକଲୋଚନକୁ ଆସିପାରି ନାହିଁ ।
ଆଜି ତାଙ୍କର ମହତ୍ୱ ପ୍ରକାଶ ପାଇଛି । ଏହି ନିଗମ ତତ୍ତ୍ୱ ସାଧକ ହେବା ପରେ ସେ ଶ୍ରୀକ୍ଷେତ୍ରକୁ ଯାଇଥିଲେ । ବାଟରେ ଏକ ମୃତ ବ୍ୟକ୍ତିଙ୍କୁ ଦେଖି ସାଧୁ ଦେଇଥିବା ବେତବାଡି ଦ୍ୱାରା ତାକୁ ଜୀବନ୍ୟାସ ଦେଇଥିଲେ ବୋଲି ଲୋକଙ୍କ ମୁଖରେ ଶୁଣାଯାଏ । ଶ୍ରୀକ୍ଷେତ୍ରରେ ପହଞ୍ଚôବା ସମୟରେ ବହୁ ହଇଜା ରୋଗୀଙ୍କୁ ସେହି ବେତବାଡି ଦ୍ୱାରା ଭଲ କରିଥିବାର ଶୁଣିବାକୁ ମିଳେ । ପଣ୍ଡାମନେ ସଦା ଦାସଙ୍କୁ ମନ୍ଦିରକୁ ନେବାକୁ ଚେଷ୍ଟାକଲେ । କିନ୍ତୁ ପ୍ରଥମେ ଦାସ ଅନିଛା ପ୍ରକାଶ କଲେ । ତାଙ୍କ ଅନିଛା ସତ୍ତ୍ୱେ ତାଙ୍କୁ ଦେଉଳକୁ ନିଆ ଯାଇଥିଲା ବୋଲି ଲୋକେ କୁହନ୍ତି । ସେହି ସମୟରେ ସେ ଶୂନ୍ୟରେ ମନ୍ଦିର ଉପରକୁ ଉଠି ପତିତପାବନ ପତାକାରୁ ଖଣ୍ଡେ ଛିଡାଇ ଆଣି ତାଙ୍କ ବେତ ବାଡିରେ ବାନ୍ଧି ଦେଇଥିଲେ । ତା ପରେ ନିଜ କର୍ମକ୍ଷେତ୍ର ଚନ୍ଦ୍ରମୌଳିକୁ ଫେରିଆସି ବେତ ବାଡିଦ୍ୱାରା ଅନେକ ରୋଗ ଭଲ କରିଥିଲେ । ତାଙ୍କ ମୃତୁ୍ୟପରେ ତାଙ୍କର କନ୍ୟା ଗୁମାନି ସେହି ବେତବାଡି ଦ୍ୱାରା ଅନେକ ରୋଗ ଭଲ କରୁଥିଲେ । ସେହି ମହାପୂରୁଷ ଓଁ ତତ୍ତ୍ୱକୁ ମୂଳମନ୍ତ୍ର କରି ଅନେକ ସ୍ଥାନରେ କହିଥିଲେ । ଜୀବନରେ ଓଁ ସମସ୍ତଙ୍କର ଜୀବନସାଥୀ । ଏହାର ସାକ୍ଷାତରେ ଓଁ ନାମ ଭଜନରେ ପ୍ରତେକ ଲୋକ ଆନନ୍ଦ ଲାଭ କରନ୍ତି । ଓଁ ଆପଣମାନଙ୍କର ସଦ୍ଗୁରୁ, ପଥ ପ୍ରଦର୍ଶକ ଓ ଶିକ୍ଷକ ଅଟେ । ଓଁ କାର ଜପ, ଓଁ କାର ଭଜନ, ଓଁ କାର ଗାୟନ, ଓ ଓଁ କାର ସ୍ମରଣ ମନୁଷ୍ୟ ଜୀବନରେ ପବିତ୍ରତା ଆଣେ । ଓଁକାର ନାମ ଆପଣ ଅନୁଭବ କଲେ ଆପଣଙ୍କ ଶରୀରର ପ୍ରତ୍ୟକ ସ୍ନାୟୁ, ପ୍ରତ୍ୟେକ ଶିରା, ପ୍ରତ୍ୟେକ ଅଣୁ ଓ ପରମାଣୁ ପ୍ରଭୃତି ପ୍ରବଳ ତେଜଶକ୍ତି ସୃଷ୍ଟି ହୁଏ । ଓଁ ସତ୍ଚିତ୍ତେ ହେଁ, ଓଁ ଆନନ୍ଦ ହେ, ଓଁ ଆତ୍ମା ପୁରୁଷ, ଓଁ ପରମଧର୍ମ । ମନୁଷ୍ୟ ଜୀବନ ଅମୂଲ୍ୟ ଅଟେ । ଜୀବନରେ କେବଳ ଦୁଃଖ, ନିରାଶ, ମାୟା, ଜଞ୍ଜାଳ ଭିତରେ ଏହି ଅମୁଲ୍ୟ ରତ୍ନକୁ ହଜାଇ ଶେଷରେ ଆମ୍ଭେ ବିପଥଗାମୀ ହେଉଛୁ । ବିପଥଗାମୀ ଦ୍ୱାରା ସମାଜ ଆଜି କଳୁଷିତ, ବ୍ୟଭିଚାର, ଭ୍ରଷ୍ଟାଚାର ଓ ଅନ୍ୟାୟ ଅନିତୀ ବଢି ଚାଲିଛି । ଭଗବାନଙ୍କ ନାମ କୀର୍ତ୍ତନ ଦ୍ୱାରା ଏହା କ୍ରମେ ଦୂରୀଭୂତ ହେବ ।
ତାଙ୍କ ବାସଗୃହ ନିକଟରେ ଏକ ବିରାଟ ଆମ୍ବତୋଟା ଅଛି । ମହାପୁରୁଷ ବୃକ୍ଷ ରୋପଣ ସମୟରେ କହିଥିଲେ “ୟେ କାଠ କୌଣସି କାମରେ ଲାଗିବ ନାହିଁ , କେବଳ ଛାଇ ଦ୍ୱାରା ମନୁଷ୍ୟ ଜୀବନରେ ଶାନ୍ତି ପ୍ରଦାନ କରିବ” । ସେହି ତୋଟା ଆଜି “ବାବାଜୀ ତୋଟା” ଅକ୍ଷତ ଅବସ୍ଥା ଆଜି ପର୍ଯ୍ୟନ୍ତ ବିଦ୍ୟମାନ । ତାଙ୍କ ଜନ୍ମ ତିଥି ମାଘ ମାସ ଶୁକ୍ଳ ଏକାଦଶୀ ଦିନ ନାମ ଭଜନ, କୀର୍ତ୍ତନ ଓ ଆଲୋଚନା ପ୍ରତିବର୍ଷ ହୋଇଆସୁଅଛି ।ପରମ ମହାପୁରୁଷ ସଦାଦାସଙ୍କ ଜୀବନୀ ବିଷୟରେ ଅନେକ ତଥ୍ୟ ସଂଗ୍ରହ କରି ଏହି କ୍ଷୁଦ୍ର ପ୍ରବନ୍ଧଟି ଆଲୋଚନା କରିଛି । ମହାପୁରୁଷଙ୍କର ଆଶିଷ ଯୋଗୁଁ ଏ ପ୍ରକାଶନ ସମ୍ଭବ ହୋଇ ପାରିଲା । ସେଥିôପାଇଁ ତଥ୍ୟ ସଂଗ୍ରହକାରୀଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି । ଜୟ ଜଗନ୍ନାଥ ।
ସା-ଉଲାର, ପୋ-ଗବବସ୍ତ, କଟକ
ମୋ-୮୯୦୮୧୭୨୦୭୦
JOY BAHUDA
No comments:
Post a Comment