ଅଭୁଲା ସ୍ମୃତି

ବିଶ୍ୱନାଥ କାଣ୍ଡି
ମସିହା ସରୁଛି ଦଶମୀ ଆସୁଛି ପୁରିଯିବ ଅଭିଳାଷ ।
ବାହୁଡା ଆଶୀଷେ କୁଶକଂଟା ମଠେ, ଭରିଯିବ ମିଠା ହସ ।ା  (୧)
ବାହୁଡା ବାହୁଡା ନାମ ଯେ ସୁମରି ଭକତ ଆସନ୍ତି ଧାଇଁ,
ଅତୀତର ସେହି ପୁଣ୍ୟ ସ୍ମୃତି ଚିହ୍ନ ,କେହି ଭୁଲିପାରେ ନାହିଁ  ।ା(୨)
ମୁକ ସାକ୍ଷୀ ପରି ଚଖାଇ ଥାଇ ସେ ନୁଆ ଜୀବନର ସ୍ୱାଦ,
ଅତୀତକୁ ଛାଡି ବର୍ତ୍ତମାନ କାହିଁ ଭବିଷ୍ୟତର ଆନନ୍ଦ  ।ା (୩)
ସମୟ ଘୁରୁଛି ଜୀବନ ସରୁଛି, ପକ୍ୱ ହୋଇଯାଏ କେଶ,
କେ ନୁହେଁ ଅମର କିଛି ନୁହେଁ ଚିର କାଳ ବଳେ ଯାଏ ନାଶ  ।ା (୪)
ସତ ଏକା ସତ ନୁହେଁ  ଦ୍ୱି ଖଣ୍ଡିତ , ଏକ ଗୁରୁ ଭଗବାନ,
ଏ ଜାତିର ସଂଜ୍ଞା ଏକତ୍ରୀ କରଣ ନୁହେଁ ଜାତି ଭିନ୍ନ ଭିନ୍ନ  ।ା (୫)
ବାହୁଡାର ପାଦେ ମଥା ନୋଇଁ ଦିଅ, ତୁଟି ଯିବ ସବୁ ଭ୍ରମ,
ସତଧର୍ମ ପଥ ଦେଖାଇବେ ସଦା କରିବାକୁ ଭଲ କାମ  ।ା (୬)
ସରିବ ଦଶମୀ ହସିବେ ଗୋସ୍ୱାମୀ ଜ୍ଞାନପ୍ରତି ରଖ ଧ୍ୟାନ,
ସୁଖଶାନ୍ତି ଭରି ଦିଅହେ ବାହୁଡା, ଜ୍ଞାନୀ ହେଲେଣି ଅଜ୍ଞାନ  ।ା(୭)
                                               ନୂଆ ତୋଟା ସାହି (କଟକ)
ମୋ-୯୪୩୮୧୬୬୬୬୪
JOY BAHUDA

No comments:

Post a Comment