ଦଦରା ନାଆ

କବି ମାଗୁଣି ଚରଣ ଭୋଇ
ପ୍ରଭୁ, ମୋ ଦଦରା ନାଆରେ କାହିଁ ହେଲ ନାଉରୀ,
ଅଧା ଦରିଆରେ  ନାଆକୁ ବୁଡାଇଲା ଭଉଁରୀ ।
ତୁମେ ଏକା ଦକ୍ଷ ନାଉରୀ, କରିଥିଲି ଭରସା,
ଆଶା କରି ଶେଷେ ତୁମକୁ,ହେଲି ମୁଁ ଲୋକ ହସା ।
 ଭକତର ବନ୍ଧୁ ତୁମେ ହେ,ମୋତେ ତାରିବ ବୋଲି,
ବିଶ୍ୱାସେ ତୁମରି ହାତେ ମୁଁ ମଙ୍ଗ ଧରାଇ ଦେଲି ।
 ଆଉ କାହିଁ ପ୍ରଭୁ ତୁମକୁ କରିବି ମୁଁ ବିଶ୍ୱାସ,
କପଟ ରଖି ମୋ ବିଶ୍ୱାସେ, ତୁମେ ଭରିଲ ବିଷ ।
ତଥାପି ରହିଛି ବଂଚି ମୁଁ, ଅଛି ଦଦରା ନାଆ,
ରହିଛି ଅତୁଟ ବିଶ୍ୱାସ, ମୋତେ ହୋଇବ ସାହା ।
ମୋ ଦଦରା ନାବେ ତୁମେ ହେ, କପଟିଆ ନାଉରୀ,
ଏ ଭବ ସାଗରୁ ପ୍ରଭୁ ହେ, ମୋତେ କରନ୍ତୁ ପାରି ।

ସା-ଗୋପୀନାଥପୁର, ଅଣଖିଆ, ଜଗତ୍ସିଂହପୁର
JOY BAHUDA

No comments:

Post a Comment