ଜାଗିଉଠ ଜାଗିଉଠ

ଅନୂସୟା ନାୟକ
ଈଶ୍ୱରଙ୍କ ଦାନ ଫୁଲ ପରି ଆମେ,  ଜନ୍ମିଛୁ  ଘୃଣ୍ୟ ଜୀବନ?
ସମାଜ ଅଗ୍ନିରେ ସନ୍ତୁଳି ସନ୍ତୁଳି, ନାହିଁ ମାନ ଅଭିମାନ । ।ା୧ାା
ସଂସାରରେ ଆମେ ଜନ୍ମରୁ ନିର୍ଭର,ବାପା ଭାଇଙ୍କ ଉପରେ,
ସ୍ୱାମୀଙ୍କ ପାଖରେ ସବୁ ଠୁ ଆବଦ୍ଧ, ଅଟୁ ଶ୍ୱଶୁରାଳୟରେ । ।ା୨ାା
ସମାଜେ ଆଗକୁ ପାଦ ବଢାଇଲେ, ଶୁଭେ ଅଛୁଆଁର ନାଦ,
ବାଘପଞ୍ଝା  ପରି ମାଡି ବସୁଛନ୍ତି, ଆବଦ୍ଧ ହୁଏ ଶବଦ । ।ା୩ାା
ଏ ଜୀବନ କଣ ଏତେ ଘୃଣ୍ୟ ହୀନ,ବିଳାସ ବ୍ୟସନ ପାଇଁ ,
ନାରୀ ବିନା ହୁଏ ଶ୍ରୀ ହୀନ ସଂସାର, ଜନ ଜାଣିପାରେ ନାହିଁ ? ।ା୪ାା
ଅଛୁଆଁ ସମାଜେ ନାରୀହେ ତୁମକୁ ଏହି ଏତିକି ମିନତି,
ଖଡଗ୍କୁ ହାତେ ଧରି, ତୁମେ ବନ୍ଦ କର ଘୃଣ୍ୟ ରିତୀ । ।ା୫ାା
ତୁମ ରକ୍ଷା ତୁମେ ନିଜେ ହିଁ କରିବ, କେହି ନାହିଁ ତୁମପାଇଁ,
ବାପା ଭାଇ ସ୍ୱାମୀ ସର୍ବ ମରିଚୀକା, ରଖି ପାରିବେନି କେହି? ।ା୬ାା
ତୁମେ ପରା ଦୁର୍ଗା,ତୁମେ ଦଶ ଭୁଜା,ତୁମେ ଅଟ ଶକ୍ତିମୟୀ,
ସବୁ ଶକ୍ତି ଅଛି ତୁମରି ଭିତରେ, ତୁମେ ଜାଣିପାର ନାହିଁ । ।ା୭ାା
ସର୍ବେ ନାରୀ ତୁମେ ମିଳିତ ହୋଇ, ବାହୁଡାଙ୍କ ପଦେ ପଶହେ ଶରଣ,
ଆଉ ନାହିଁ ବେଳ, ଜାଗଗୋ ସଅଳ, ଲଭିବ ନବ ଜୀବନ । ।ା୮ାା
ଶ୍ରୀ କୋରୁଆଁ, କଟକ
JOY BAHUDA

No comments:

Post a Comment