ତୁମେ ସର୍ବ ଶକ୍ତିଦାତା

କୁବେର ଭୋଇ
ହେ ସିଦ୍ଧ ବାହୁଡା ଗୋସ୍ୱାମୀ,
ହେ ସିଦ୍ଧ ବାହୁଡା ଗୋସ୍ୱାମୀ ।ା୦ାା
କୁଶକୁଣ୍ଟା କୁଶବନେ, ବିରାଜୁଛ ଭକ୍ତମନେ,
 ଭକତିର ସୁଧା ବାରି, ଝରିଯାଏ ମନେ ।
ହସ୍ତେ ଧରି ପୁଷ୍ପାଞ୍ଜଳି, କରେ ତବ ପାଦେ ଅଳି ,
ରୋଗୀ ଭୋଗୀ  ନିତି ଗାଏ,
ତବ ମହିମାର ବାଣୀ ।ା୧ାା
ତୁମ ଆଗେ ଯଜ୍ଞସ୍ଥଳ, ପଛେ ପୁଷ୍କରିଣୀ ଜଳ ,
ସୁବିଚାର ,ସୁଖ ଶାନ୍ତି,ଦିଅହେ ବାହୁଡା ଆଣି ।
ଭକତ ଭକତିଭରେ, ମହିମା ଦିଏ ବଖାଣି
ସବୁ ପ୍ରାଣୀ ମନେଦିଅ , ଭକ୍ତିସୁଧା ନିର୍ଝରିଣୀ ।ା୨ାା
ତୁମେ ସର୍ବ ଶକ୍ତିଦାତା, ଗୁରୁ ପିତା,ମୁକ୍ତିଦାତା ,
ଥିବ କୁଶକଣ୍ଟା ପୀଠେ ,କାଳ କାଳ  ରହି ।
ତୁମର ମହିମା ଗାଇ, ଭକ୍ତ ଜନ ହେବେ ବାଇ,
ନିରାଶ ଅମା ଅନ୍ଧାରେ, ତୁମେ ଆଶାର ତରଣୀ ।ା୩ାା
ସର୍ବଭକ୍ତ ମୁଖେ ଗାଅ,  ବାହୁଡାଙ୍କ ଜୟ ଜୟ,
 ତାଙ୍କ ନାମ  ଜପି ଜପି, ଭବ ସଂସାରୁ ତରିବା,
ଆସ ବନ୍ଧୁ ଆସ ମିତ ଦେଖିବା ବାହୁଡା ଯାତ,
କୁବେର ଗୀତେ କହଇ,
ପ୍ରଭୁ ,ମୋ ଜୀବନ ସ୍ୱାମୀ ।ା୪ାା
ଗ୍ରାମ.ଅନେ୍ଧାଟି,ପୋ.ହରିଅନ୍ତା,କଟକ
JOY BAHUDA

No comments:

Post a Comment