ଝୂରି ହୁଏ ହୁଏ ମନ, ଅଭୁଲା ସ୍ମୃତି

ବାବା ଦିବାକର ଦାସ ମହାରାଜ
ବିଶିଷ୍ଟ ହରିକଥା ବାଚକ
                         ହେ ସନ୍ଥ ମହାପୁରୁଷ ବାହୁଡା ଗୋସାଇଁ, ଜୀବନ ମଧ୍ୟରେ ଅନେକ ଲେଖା, ଅନେକ ଜୀବନୀ ୟେ ଅଧମ କଲମର କାଳିରେ ଧଳା କାଗଜ ଉପରେ ଲେଖିଛି । ହେଲେ ତୁମ ବିଷୟରେ କିଛି ଲେଖିବା ପୂର୍ବରୁ ୟେ ହୃଦୟରେ ଏତେ କୋହ କାହିଁକି?  ଆଖିରେ ଏତେ ଲୁହ କାହିଁକି ? ଏହି ପରିଭାଷା ମୋତେ ଚେତାଇ ଦେଉଛି- ତୁମେ କେତେ ମହାନ୍ ? ତୁମ ବିଷୟରେ ବିନା ଭାବରେ କିଛି ବି ଲେଖି ହେବ ନାହିଁ । ହେ ସନ୍ଥ, ବୋଧହୁଏ ଆଜି ପ୍ରକୃତ ଆତ୍ମତୃପ୍ତି ଲାଭ କରିଛି କୁଶବନ । ନିଜକୁ ଧନ୍ୟ କରିଛି ତା ବକ୍ଷ ଦେଶରେ ଆପଣଙ୍କୁ ସ୍ଥାନ ଦେଇ । ଅପେକ୍ଷା କରୁଛି ପ୍ରତି ବର୍ଷ ଲକ୍ଷ ଲକ୍ଷ ଭକ୍ତମାନଙ୍କ ପାଦ ରଜ, ବୋଳି ହେବା ପାଇଁ ବ୍ୟାକୁଳିତ ହୋଇ ଉଠୁଛି ମନ କୁଶକଂଟାର ପବିତ୍ର ଭୂଇଁକୁ   ଶାମ୍ବଦଶମୀର ବାହାନା ନେଇ ।
                                        ମନେ ପଡିଯାଉଛି ବିଗତ ଦିନର ଅଭୁଲା ସ୍ମୃତି । କୌଣସି ଏକ ପ୍ରବଚନ କାର୍ଯ୍ୟକ୍ରମରେ ହରିଅନ୍ତା ଯିବା ସମୟରେ ହୁକୁମ ବଟର ନାଲି ପତାକାକୁ ଦେଖି  ଅଜାଣତରେ ହାତ ଉଠି ଯାଇଥିଲା । ଦେହରେ ସୃଷ୍ଟି  ହୋଇଥିଲା ନୂତନ ଅନୁଭୂତି ଓ ରୋମାଂଚିତ ହୋଇଯାଇଥିଲା ଶରୀର । ପରେ ହରିଅନ୍ତାରେ ଅବସ୍ଥାନ ସମୟରେ ମଉସାଙ୍କ ଠୁ ଶୁଣିଲି, ସେ ପୀଠ କାହାର  ନୁହେଁ ; ମହାନ୍ ସନ୍ଥ ଶ୍ରୀ ଶ୍ରୀ ବାହୁଡା ଗୋସାଇଁଙ୍କର । ମଉସାଙ୍କ ଠାରୁ ଶୁଣିଲା ପରେ ବହୁତ ଇଛା ହେଲା, ପୀଠର ରେଣୁକୁ ମସ୍ତକରେ ଧାରଣ କରି ଜନ୍ମ ଜନ୍ମର ଦୁଃଖକୁ ଓଜାଡି ଦେବା ପାଇଁ  ସନ୍ଥ ବାହୁଡା ଦାସଙ୍କ ପାଦ ତଳେ ।  ଦିନେ ବି ସେ ଅପୂର୍ବ ମୁହୁର୍ତ ଆସିଲା ଶାମ୍ବ ଦଶମୀ ଦିନ, ପହଂଚି ଥିଲି ସେଇ ପବିତ୍ର ପୀଠରେ । ସେଠାକାର ଆଧ୍ୟାତ୍ମିକ ପରିବେଶକୁ ଦେଖି ଇଛା ହେଉଥାଏ ୟେ ଅଧମ କଥାକାରକୁ ଟିକେ ସୁଯୋଗ ମିଳନ୍ତା ନାହିଁ । ହେଲେ ସେ ସମୟ ଅତିକ୍ରାନ୍ତ ହୋଇଗଲା । ସୁଯୋଗ ବି ହାତ ଛଡା ହୋଇଗଲା । 
                                   ମନରେ ଟିକେ ଅଭିମାନ ଆସିଗଲା । ମନେ ମନେ ଭାବିଲି ହେ ପ୍ରଭୁ, ବିନା ଡାକରାରେ ଆଉ ଆସିବି ନାହିଁ । କିନ୍ତୁ ତୁମ୍ଭ ପ୍ରତିଥିବା ଦୁର୍ବଳତାକୁ ଆଉ ହୃଦୟର ଆବେଗକୁ କେମିତି ରୋକିବି ? ଦିନେ ସେ ସମୟ ଆସିଲା । ତୁମେ ଏତେ ଦୟାଳୁ, ଯେମିତି ମୋ ମନକୁ ବୁଝି ପଠାଇଦେଲ ମୋ ପାଖକୁ । ଆପଣଙ୍କ ପ୍ରିୟ ଦାୟାଦ, ଯାହାର ଲୋମ ମୂଳରେ ଆପଣଙ୍କ ପ୍ରତି  ଭରି ରହିଥିବା ସେନେହ ଆଉ ଭଲ ପାଇବାର ବାରତା ନେଇ ଆସିଥିବା “ମାଧ ଭାଇ”କୁ । ପୁଣି କାଳେ ସନେ୍ଦହ ଆସିଲା  କାଳେ ମୋର ଗୁରୁ ପ୍ରେମାଚାର୍ଯ୍ୟ ବାବା ମଧୂସୁଦନ ତାଙ୍କୁ ପ୍ରେରିତ କରିଥିଲେ ନିମନ୍ତ୍ରଣ ପତ୍ରର ବାର୍ତା ବାହକ ଭାବରେ । ସତରେ ପ୍ରଭୁ, ଆପଣଙ୍କର ଏପରି ଅଲୌକିକତାରେ ଆଖିରେ ଜକେଇ ଆସିଲା ଆନନ୍ଦର ଲୁହ ଧାରା । ଧୋଇ ଦେଲା  ପୂର୍ବର ଅଭିମାନକୁ ଆଉ ୟେ ଅଧମକୁ ସୁଯୋଗ ଦେଲ ତୁମ ବିଷୟରେ କିଛି ଲେଖିବା ପାଇଁ  ।  
ସା-ବାଲି ଗୋପୀନାଥପୁର, ପୋ-ଅଣଖିଆ, 
ଜଗତସିଂହପୁର, ମୋ-୯୮୬୧୮୦୪୧୬୩
JOY BAHUDA

No comments:

Post a Comment