ଶୂନ୍ୟସ୍ଥାନ

ସସ୍ମିତା ଦାସ  (ମିତା)
ବାପା ତୁମେ ଥିଲ, ତୁମେ ଅଛ, ତୁମେ ରହିଥିବ,
ମୋ ସ୍ମୃତିରେ, ମୋ ଯନ୍ତ୍ରଣାରେ, ମୋ ଅଶ୍ରୁରେ;
ତୁମେ ଚାଲିଗଲା ପରେ,
ସଂପର୍କ ସରିଗଲା ପରି ଲାଗେ ନାହିଁ ।
ତୁମ ଅନୁପସ୍ଥିତିରେ ଆମେ
ବେଶ୍ ଭଲରେ ଅଛୁ ବୋଲି ଭାବନାହିଁ,
ହଜେଇ ଦେଇଛୁ,
ଅମୂଲ ମୂଲ ସେଇ ତୁମ ଉପସ୍ଥିତି ।
ଖୋଜିହେଲେ ମିଳବନି ଆଉ
ନିର୍ଭୟ ରହିବାର ପ୍ରତିଶ୍ରୁତି ଆଉକିଛି....ା
ଆମେ ଯେ ଅଣ୍ଟା ଭିଡିଲୁଣି,
ସାମ୍ନା କରିବାକୁ ବାସ୍ତବିକତା ସହିତ;
ଜାଣିନୁ ଜିତିବୁ କି ହାରିବୁ,
ଜାଣିଛୁ ଆଶୀର୍ବାଦ ରହିଥିବ ତୁମ;
ସେଇ ମହାଶୂନ୍ୟରେ ଅଦୃଶ୍ୟ ହୋଇ ଥିଲେ ବି
ତୁମ ପାଇଁ ଏ ହୃଦୟେ ସଦା ଥିବ ଶୂନ୍ୟସ୍ଥାନ ।
(ଓଡିଶା ମହାଭୋଇ କୁଳ ଜାତୀୟ
ଧର୍ମାନୁଷ୍ଠାନର ପୂର୍ବତନ ସଭାପତି
ବଙ୍କିମ ଚନ୍ଦ୍ର ଦାସଙ୍କ ସ୍ମୃତି ଉଦେ୍ଧଶ୍ୟରେ)
ବିଡାନାସୀ, କଟକ-୧୪
JOY BAHUDA

No comments:

Post a Comment