ଗୋସ୍ୱାମୀ ବାହୁଡା ଦାସ

ଶକୁନ୍ତଳା ସାହାଣୀ
ହେ ସନ୍ଥ ବାହୁଡା ଦାସ ଗୋସ୍ୱାମୀ,
ଭାରି ସୁନ୍ଦର ତୁମ ଲେଖନୀ ଓ ଧର୍ମବାଣୀ । ।ା୧ାା
ଧନ୍ୟ ତୁମେ ଗୋସ୍ୱାମୀ; ଧନ୍ୟତୁମ ପ୍ରେମର ବାର୍ତ୍ତା,
ଧନ୍ୟ ତୁମେ ଗୋସ୍ୱାମୀ ଧନ୍ୟ ତୁମ ମାତାପିତା । ।ା୨ାା
ଭୋଇଜାତିର ତୁମେ ଚଳନ୍ତା ଠାକୁର
ତୁମ ଚରଣରେ ସହସ୍ର ପ୍ରଣାମ ମୋର । ।ା୩ାା
ପୂଣ୍ୟ ପୀଠ ପବିତ୍ର କୁଶକଣ୍ଟା ଭୂଇ,ଁ
ତାକୁ ଛାଡି ଦେଲେ ଭୋଇ ଜାତିର ସତ୍ତା ନାହିଁ । ।ା୪ାା
ଜାତି ପାଇଁ ଗୋସ୍ୱାମୀ ତୁମର ଅବଦାନ,
ସେଥିପାଇଁ ତୁମେ ଆଜି ଏତେ ମହୀୟାନ । ।ା୫ାା
ଚାରିଆଡେ ବିଖ୍ୟାତ ଗୋସ୍ୱାମୀ  ତୁମ ନାମ,
ଭୋଇ ଜାତିର ରଖି ପାରିଚ ତୁମେ ମାନ । ।ା୬ାା
ତୁମ ବିଷୟରେ ଅଧିକ ଜାଣିନି ମୁଁ ଏବେ ସାନ,
ତୁମ ବିଷୟରେ  ଅଧିକ ଜାଣିବି,
ଥିଲେ ତୁମ କଲ୍ୟାଣ । ।ା୭ାା
ସା-ବଡ ଔଉବରାଇ, ଝାରପଡା,କଟକ
JOY BAHUDA

No comments:

Post a Comment