ମହାବାହୁ

ଶୋଭାକାର ଭୋଇ
ମହାବାହୁ ,ମହାବାହୁ , ମହାବାହୁ ,
ତୋ କଥା ମନରେ ଥାଉ ।
ଏତିକି କରୁଣା ହେଉ
ମହାବାହୁ, ମହାବାହୁ । ।୧ା

ମୁହିଁ ମରିଗଲେ ମଶାଣି ଭୁଇଁରେ
ମୋ ସଙ୍ଗେ ଯିବେନି କେହି,
ଏତିକି ମାଗୁଛି,ଗଲାବେଳେ
ତୁଣ୍ଡେ ହରି ନାମ ଥିବ ରହି ।୨ା

ମୋତେ ଯେତେବେଳେ କୋକେଇ ବାନ୍ଧିବେ
ଛଅ ଖଣ୍ଡି ବାଉଁଶ ଯୋଡି ,
କୀରିତନ କରି କାନେ୍ଧଇ, କହିବେ;
“ରାମ ନାମ ସତ୍ୟ ହେ ବୋଲି” । ।୩ା

ଚଉଦ ଦିନରେ ମେଳା ମହୋତ୍ସବ;
ବୋଲା ହେବ ଭାଗବତ ,
ଆତ୍ମ ମୁକ୍ତି ଅର୍ଥେ, ତୁମ୍ଭ ନାମ ଶୁଣି ,
ୟେ ଜୀବନ ହେବ ମୁକ୍ତ । ।୪ା
ସା-କଜଳପୁର , କଟକ
JOY BAHUDA

No comments:

Post a Comment