ମହାଭୋଇ କୁଳ ଜାତିର ପିତା

ନରୋତମ ଭୋଇ
ମହାଭୋଇ କୂଳ ଜାତିର ପିତା ହେ, ତୁମେ ଗୋ ବାହୁଡା ଦାସ ,
ତୁମ୍ଭ ଆଜ୍ଞା ବଳେ ଆରୋଗ୍ୟ ଲଭିଲେ, ସର୍ବ ରୋଗ ହେଲା ନାଶ । ।ା୧ାା
ଦେଇଗଲ ତୁମେ ଶାନ୍ତିର ବାରତା ସେହି ଜ୍ଞାନ ମହାଧନ,
ସେହି ଜ୍ଞାନବଳେ ଯାଉଛି ବଦଳି,ସର୍ବ ମନୁଷ୍ୟର ମନ । ।ା୨ାା
ତୁମ୍ଭେ କରିଥିବା ନିୟମ କାନୁନ୍, ମାନି ଚଳୁଥିଲେ ଜନ,
କାହିଁଗଲା ସବୁ  ଅତୀତ ନିୟମ,ନ ମାନିଲେ ବଡ ସାନ । ।ା୩ାା
ବିଜେ କରିଅଛ କୁଶକଂଟା ମଠେ,କଟକ ଜିଲ୍ଲାରେ ରହି,
ଧନ୍ୟ ହୋଇଯାଏ,ମଣିଷ ଜୀବନ; ତୁମରି ଆଶୀଷ ପାଇ । ।ା୪ାା
ସ୍ଥାପନା କରିଛ ବିଭିନ୍ନ ପଦବୀ,ଓଡିଶାର ଭୋଇକୂଳେ,
ମହନ୍ତ, ବେହେରା, ବାରିକ ଆଉ ଗଂଜାରୀ କଟୁଆଳେ । ।ା୫ାା
ଗ୍ରାମେ ଗ୍ରାମେ ବୁଲି ପଡା ପଡା ବସି,ବୁଝୁଥିଲ ଦୁଃଖ ସୁଃଖ,
ଭାଇ ଭାଇଙ୍କର ସମାଧାନ ପାଇଁ ବସୁଥିଲ ତାଙ୍କ ପାଖ । ।ା୬ାା
ବିଚାର କରିଛ ବିଚାରକ ହୋଇ,ଭୋଇକୂଳ ଅର୍ନ୍ତଦ୍ୱନ୍ଦ,
ଆନନ୍ଦ ଦେଇଛ ସର୍ବଜନ ହୃଦେ,ନାହଁ କାର ମନେ ଖେଦ । ।ା୭ାା
ଏ ଜାତିର ତୁମେ ମଉଡମଣି ହେ, ରହିଥିଲ; ରହିଥିବ, 
ତୁମରି ଆଶିଷ ପାଇଲେ, ଆମ୍ଭର ଉଦୟ ଜ୍ଞାନ ହୋଇବ । ।ା୮ାା
ଜାତିକୁ ଏକତା କରାଇ ଥିଲ ହେ , ଓଡିଶାର କୋଣେ କୋଣେ ,
ଭୁଲି ତ ଗଲେଣି ଏ ମାନବ ଜାତି,ରାଜନିତୀ ମହାରଣେ । ।ା୯ାା
ମୋ ଇଷ୍ଟ ଦେବତା ବାହୁଡା ଗୋସ୍ୱାମୀ, ଗାଉଥିବି ତୁମ ଗାଥା ,
ବଂଚିଥିବା ଯାଏ ତୁମରି  ଚରଣେ, ରହିଥିବ ମୋର ମଥା । ।ା୧୦ାା
କି ବର୍ଣ୍ଣିବି ମୁହିଁ ତୁମରି ମହିଁମା, ମୋ ଦେହରେ ନାହିଁ ଶକ୍ତି,
ଦୀନ ନରୋତମ ପ୍ରଣାମ କରୁଛି, ନ ଜାଣଇ ମୁହିଁ ଭକ୍ତି । ।ା୧୧ାା,                                                                   
ସା/ପୋ-ଓଲଟପୁର,କଟକ, ମୋ-୯୭୭୬୩୨୮୩୮୨
JOY BAHUDA

No comments:

Post a Comment