ଜନମ ଜନମ ସାଥି କରିନିଅ

ଅଭୟ କୁମାର ଭୋଇ
ବାହୁଡା ତିଥିରେ ଜନମ ଲଭିଲ , ଖନେ୍ଦାଳ ଗ୍ରାମରେ ଘର ,
ମାତା ଗୁରୁବାରୀ, ପିତା ଧର୍ମୁକାଣ୍ଡି ଶିର କରିଲ ଉଜ୍ଜ୍ୱଳ । ।ା୧ାା
 ବାହୁଡା, ବାହୁଡା ପଡିଗଲା, ହୁରି ଜଗତେ ହୋଇଲ ଖ୍ୟାତ,
କୁଶବନ ପୀଠେ ଅମୃତ ଝରିଲା, ସାହା ହେଲେ ଜଗତନାଥ । ।ା୨ାା
ବାର ମାଣ ନୁହେଁ ବାର ତତ୍ୱ ସେହି, ବୁଝେ ନାହିଁ ମୁଢ ଜନ,
ନୂଆ ଘର ଦିନେ ପୁରୁଣା ହୋଇବ, ପିଣ୍ଡୁ ଛାଡିଯିବ ପ୍ରାଣ । ।ା୩ାା
 ମିଛ,ମାୟା ଭରା ୟେ  ସାରା ସଂସାର, ଥରେ ବାଟ ହୁଡିଗଲେ ,
ଧନ୍ୟ ହୋଇଯାଏ ମାନବ ଜୀବନ, ପ୍ରଭୁ ପାଦେ ମନ ଥିଲେ । ।ା୪ାା
 ନୀଳାଚଳେ ଦେଖ କି ଲୀଳା ଲାଗିଛି, ଓଲଟ ବୃକ୍ଷରେ ରହି ,
ହେ ମହାନ୍ ସନ୍ଥ କି କଥା କହିଲ, ମୁଢ ଜନ ବୁଝେ ନାହିଁ । ।ା୫ାା
ରୋଗ ଦୁଃଖ ଶୋକ ଦୂରାଇଲ ତୁମ୍ଭେ ,ସତେ କି ସଂସାର ଲୀଳା  ?
କେତେ ଜଣଙ୍କର ଗରବ ଗଂଜିଲ, ବୁଡାଇଲ ତାଙ୍କ ଭେଳା । ।ା୬ାା
ୟେ ଭୋଇ କୁଳର ସୁ ଶାସନ ପାଇଁ, କଲ ନୂଆ ସମ୍ବିଧାନ,
ନବ ଜାଗରଣ ଜାଗିଲା ଜୀବନେ, ପୁଲକିତ ହୁଏ ପ୍ରାଣ । ।ା୭ାା
 ଭାବର ଦେବତା ହେ ବାହୁଡା ତୁମେ, ଘେନ ମୋର ନିବେଦନ ,
ଜନମ ଜନମ ସାଥି କରି ନିଅ, ତବ ପଦେ କୋଟି ପ୍ରଣାମ । ।ା୮ାା
ସା- ପାଇକପଡା,କୋକିପଦା,କଟକ
ମୋ-୯୬୫୮୭୦୨୮୦୯
JOY BAHUDA

No comments:

Post a Comment