ଉଜୁଡା ସ୍ମୃତି

ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ
ବାହୁଡି ଆସ ହେ ବାବା ଦୁଃଖ ଅନୁସରି ,
ମହାଭୋଇ କୁଳ ସନ୍ତାପେ ସନ୍ତୁଳି ହେଉଅଛୁ ଝୁରି ଝୁରି । ।ା୦ାା
ଫେରି ଆସୁ ଆମ ହୃତ ଗଉରବ, କିର୍ତ୍ତୀ ଗାଥା ଉକ୍ରଳର,
ଏ ବଂଶ ମର୍ଯ୍ୟାଦା ହେଉ ଅଭୁ୍ୟଦୟ, ପୂର୍ବ କିର୍ତ୍ତୀ ଟେକି ଶିର ।
“ତୁମେ” ସ୍ମୃତି ଆମ ହୃଦୟର, “ତୁମେ” ଗୀତି ଆମ ଗୌରବର,
“ତୁମେ” ପ୍ରେମ କୁଳ ମର୍ଯ୍ୟାଦାର, “ତୁମେ” ଗର୍ବ ବଂଶ ବିରାଦର
ତୁମ ବିନା କୁଳ ଭୁଲୁଣ୍ଠିତ ଆଜି,ଦୁଃଖ ହରିବାକୁ ଆସ ଫେରି ।ା୧ାା 
ତୁମରି କିରତୀ ଲୁଟି ନେଉଛନ୍ତି.ଏ ସମାଜେ ଦୁରାଚାରୀ,
ଫେରି ପାଇବାକୁ କରୁଛୁ କାମନା ଭୋଇ  ବଂଶ ନରନାରୀ ।
“ହୁକୁମ” ତୁମର ନ ହେଉ ନିରବ,ବରଷୁ ସଦୟ ବାରି,
“ତୁମ” ସ୍ମୃତି ପୀଠେ ଆଜି ଉର୍ଦ୍ଧମୁଖେ ଡାକୁଛୁ ବାହୁ ପ୍ରସାରୀ ।
ଜାଗି ଉଠ ତୁମେ ଧ୍ୟାନ ତେଜି, ଥରେ ମହାନିଦ୍ରା ବରଜି,
ପୁରା ହେଉ କାମନା ଆମର, ତୁମ ମହିମା ଦେଖୁ ୟେ ସଂସାର ।
କୁଳର ଗାରିମା ହେଉ ବିକଶିତ,ଦାରୁଣ ଦୁର୍ଗତି ବୁକୁ ଚିରି ।ା୨ାା
ଆଜି ଜ୍ଞାନ ପୀଠ, ହେବ ଜ୍ଞାନ ତୀର୍ଥ କୁଶବନ ଜ୍ଞାନ ଦେଇ,
ଅଜ୍ଞାନୀ ବୟାନ ଆତ୍ମ ତତ୍ତ୍ୱ ଜ୍ଞାନ, ପରମାତ୍ମା ଜ୍ଞାନ ଦେଇ ।
ବାହୁଡା ବାଣୀର ନିର୍ବାଣ ମହିମା, ଦାସ ବଂଶ କରେ ଛିଡା,
ବେଶି ଦିନ  ନାହିଁ ଦେଖିବ ଦୁନିଆଁ, ସତ୍ୟ ଯୁଗର ଘର ବାହୁଡା ।
ଶୁଦ୍ର ଯେବେ ହେଲା ବ୍ରାହ୍ମଣ,ଏହି ତାର ଧୃବ ପ୍ରମାଣ ।
ଶାସ୍ତ୍ର ବାଣୀ  ହେଉଅଛି ସତ, ଗୀତା ତତ୍ତ୍ୱ ହୁଏ ପ୍ରକଟ ।
ନିରାକାର ଯବେ ହୁଅନ୍ତି ସାକାର ପଞ୍ଚମ ବେଦକୁ ଉଚାରି ।ା୩ାା
ପୁବା, ଖୋର୍ଦ୍ଧା
JOY BAHUDA

No comments:

Post a Comment