ଦେଖିଯାଅ ଥରେ

ସହଦେବ ଦାସ
ବାହୁଡି ଆସ ହେ ବାହୁଡା ଗୋାସାଇଁ,
ସରି ନାହିଁ ତୁମ କାମ,
ମରି ନାହିଁ ଆଜି  ହୀନ ଜାତି ପ୍ରଥା,
ପୁରି ନାହିଁ ମନସ୍କାମ । (୧)
ଆଜି ବି ୟେ ଜାତି, ଖୋଜି ପାଉ ନାହିଁ ,
ହେଜି ପାରୁ ନାହିଁ କିଛି,
ଅର୍ଜିଲା କରମ, ସର୍ଜିଲା ପରାୟେ
କପାଳେ ଅଛି ଭାବୁଛି ।(୨)
ମର ଦେହ ବହି,ମର ଜଗତରେ,
କରିଥିଲ ଅବତାର,
କର ସ୍ପର୍ଶେ ତବ, ଦୂର ହେଉଥିଲା,
ରୋଗ ବ୍ୟାଧି ଶୋକ ଘୋର । (୩)
ଉଚ୍ଚ ନୀଚ ଭେଦ ଆଚରଣ ଖେଦ,
ବିଚାର ରହିଛି ଯହିଁ ,
ସୁରୁଜ କିରଣ ମୁରୁଜ ବିଛାଏ
ଭଲ ମନ୍ଦ ବାରେ ନାହିଁ  । (୪)
କୁଶବନ ଆଛାଦିତ କୁଶକଂଟା,
ଆଜି ତାହା ଜ୍ଞାନ ପୀଠ ,
କଂଟକିତ ନୋହି, ତା ମଧ୍ୟେ ଶୋଭଇ,
ଗୋସ୍ୱାମୀ ବାହୁଡା ମଠ ।(୫)
ଖଳ ଲୋକଙ୍କୁ ତ ବେଳ ଅଂଟେ ନାହିଁ,
ଖୋଳ କଲେ ସବୁ ଖାଇ,
ବାର ମାଣ,ବାର ଗୁଣବାର ବିଶ୍ୱା,
ବାର ତିନି ଗଲା କାହିଁ  । (୬)
ଉଧରିବା ପାଇଁ ତୁମ ଭୂ ସମ୍ପତ୍ତି,
ଦାୟାଦ କରେ ଦୟିନୀ,
ତୁମ ଆଦର୍ଶକୁ ପାଥେୟ କରିଣ,
ଆଗାଏ ଭୋଇ ବାହିନୀ । (୭)
ଭୋଇ ଜାତି କେବେ ନୁହଁଇ ତ ଭୀରୁ,
ନୁହଁଇ ପୌରୁଷ ହୀନ,
ଅଳଙ୍କୃତ କରିଥିଲେ ଉକ୍ରଳର
ରାଜ୍ୟ ରାଜା ସିଂହାସନ । (୮)
 ସତ୍ୟ ଚିରନ୍ତନ ମନର ଦେବତା,
ବାହୁଡା ଦାସ ଗୋସ୍ୱାମୀ,
ଆସ ଗୁରୁ ଦେବ, ପଥେ ସାହା ହେବ
ଅନ୍ତର୍ଗତେ ଅନ୍ତର୍ଯ୍ୟାମୀ । (୯ )
ପୁରୁଷୋତମପୁର, ରାହୁରା,ଜଗତସିଂହପୁର
JOY BAHUDA

No comments:

Post a Comment