ପ୍ରିୟ ପରମ

କିଶୋରଲାଲ ଭୋଇ
ଭାବର ଦେବତା, ତୁମେ ଅଭାବକୁ ଦୂର,
ତୁମେ ମୋର ପିତା,ମାତା,ପରମ ଈଶ୍ୱର ।ା୧ାା
ତୁମେ ମୋର ମୁଁ ତୁମର ମୋ ଜୀବନ ସ୍ୱାମୀ ,
ଥରେ ହେଲେ ଦେଖା ଦିଅ ପ୍ରଭୁ ଅନ୍ତର୍ଯ୍ୟାମୀ ।ା୨ାା
ୟେ ମାୟା ସଂସାରେ ପ୍ରଭୁ, ହୁଡିଅଛି ପଥ,
ତୁମ ଛଡା ନାହିଁ କେହି ପଥ ପ୍ରଦର୍ଶକ ? ।ା୩ାା
କୁଶକଂଟା କୁଶବନେ,କି ଲୀଳା ରଚିଲ ,
ଧନ୍ୟ ହେଲା ପ୍ରଭୁ ଆଜି ମହା ଭୋଇ କୁଳ ।ା୪ାା
 ତନ ମନ ଧନ ପ୍ରଭୁ,ତୁମ୍ଭ ପଦେ ଥାଉ,
ବାହୁଡା ବାହୁଡା କହି ମୋ ଜୀବନ ଯାଉ ।ା୫ାା
ତୁମ ପଦେ ଛାଡିଦେଲି,ମୋ ଛୋଟ ସଂସାର,
ସୁଖେ ଦୁଃଖେ ସାହା ହେବ, ହେ ପରମେଶ୍ୱର ।ା୬ାା
                   ସା-ଖଲୋର,କଟକ, ମୋ-୯୬୫୮୨୧୭୧୨୩
JOY BAHUDA

No comments:

Post a Comment