ଚାହିଁଅଛୁ ପ୍ରଭୁ,ତୁମରି ପଥ

ଅଚୁ୍ୟତ ଚନ୍ଦ୍ର କାଣ୍ଡି
ବାହୁଡି ଆସହେ,ବାହୁଡା ଗୋସାଇଁ,
ହେଉ ତୁମ ପୁନର୍ଜନ୍ମ ,
ତୁମ ଆଗମନେ ପୂରି ଉଠୁ ଧରା,
ହସି ଉଠୁ କୁଶବନ ।ା୧ାା
ତୁମରି ସ୍ଥାପିତ ଜାତି,କୂଳ ଧର୍ମ,
ଯାଇଅଛି ପ୍ରଭୁ, ଲିଭି,
ଭାତୃଭାବ  ଆଜି  ନିଷ୍ପ୍ରଭ ହୁଅଇ,
ମଳିନ ପଡଇ ଛବି । ।ା୨ାା
ଅହଂକାର ଏଠି  କଣ୍ଠରୂଦ୍ଧ କରେ,
ଆମ ମଧ୍ୟେ ସ୍ନେହ ନାହିଁ,
ବରଷକେ ଥରେ ଆସୁଛୁ,
ଆସିବୁ ଗୁରୁଙ୍କୁ ମନେ ପକାଇ । ।ା୩ାା
ତୁମରି ପଥକୁ ଚାହିଁ ବସିଅଛୁ,
ଆସ ହେ ଗୁରୁ ଗୋସାଇଁ,
ପୂର୍ବର ଗୌରବ ସତେକି ଫେରିବ ?
ବସିଛୁ ରହି ଅନାଇ । ।ା୪ାା

ମେଟେରିଆଲସ୍ ଡିପାର୍ଟମେଣ୍ଟ୍ ,ନାଲକୋ,
                                                                                 ଦାମନଯୋଡି 
JOY BAHUDA

No comments:

Post a Comment