ବାହୁଡା ମହାତ୍ମ୍ୟ

ନରେନ୍ଦ୍ର କୁମାର ଭୋଇ
ଗାଇ ଦୁହାଁ ସାରି  ଗଉଡ ଆସି ଅଧ ବାଟରେ,
ଦେଖିଲା ଧରମ ବାପାଙ୍କୁ ଆସୁ ଅଛନ୍ତି ଧିରେ ।
 ଧାଇଁ ଯାଇ ବେଗେ କହିଲା ଆଜି ହୋଇଲା ଡେରି,
ଚାହୁଁଥିଲି ଶୀଘ୍ର ଫେରିବି ଗାଇ ଦୁହାଁକୁ ସାରି ।
ଗୋସାଇଁ କହିଲେ ‘ବାବୁରେ ତୋର ଡେରିକି ଦେଖି,
କାଲି ଠାରୁ ଦେଖା ହୋଇନି ମନ ଯାଇଛି ଶୁଖି ।
ଯାଉଛି ମୁଁ ଆର ପଡାକୁ ମୋର କାମ ରହିଛି ବାକି,
ନିଅ ୟେ କଠଉ ରଖିବୁ ବଟ ମୂଳକୁ ଦେଖି ।
ତୋର ମୋର ଭେଟ ହୋଇଛି କରିବୁନି ପ୍ରଘଟ,
କାନକୁ ଦି କାନ ହୋଇଲେ, ଛାଡି ଯିବ ତୋ ଘଟ”ା
 ଗୋସାଇଁଙ୍କ ମାୟା ଏପରି ପୁଅ ଜାଣି ନ ପାରି,
ଆଣିଲା କଠଉ ଲୁଚାଇ କ୍ଷୀର ଭାରକୁ ଧରି ।
ପହଂଚି ଶୁଣିଲା ବାହୁଡା, ପାଇଛନ୍ତି ସମାଧି,
କିପରି କହିବି ୟେ କଥା ହଜିଗଲା ତାର  ବୁଦ୍ଧି ?
ସମ୍ଭାଳି ନ ପାରି କୋହକୁ ସତ କଲା ପ୍ରକାଶ,
ପିଣ୍ଡରୁ ପ୍ରାଣଟା ଛାଡିଲା ସବୁ ହୋଇଲା ଶେଷ ।
ଧନ୍ୟ ତୁମ୍ଭ ପ୍ରଭୁ ମହିମା, ଆମ୍ଭେ ଜାଣି ନ ପାରି,
ଦେଖିଲା କୁଶିଆ ବେହେରା ;ଭବୁ ଗଲା ସେ ତରି ।
 ହୋଇଥିଲା ଭେଟ ବାଟରେ ନିକାଚଂନ ସେ ବନ,
ସେହି ଦିନ ଠାରୁ ହୋଇଲା ଗ୍ରାମ ବାଟ ପୁରଣ ।
ଲୋକ ମୁଖୁ ଶୁଣି କଥାକୁ ଟିକେ ଦେଲି ସୁଚାଇ,
ଚାହୁଁଛି ବାହୁଡା ଆଶୀଷ ହୀନ ନରେନ୍ଦ୍ର ଭୋଇ ।
 ସା-ଉରୁଜଙ୍ଗ, ପୋ-ବ୍ରାହ୍ମଣ ସାଇଲୋ,କଟକ
JOY BAHUDA

No comments:

Post a Comment