ୟେ ଜୀବନ ମୋର ଧନ୍ୟ ହୋଇଯାଉ


ସ୍ୱପ୍ନ ସାଗରୀକା ହୋତା
ଏ ଜୀବନ ମୋର ଧନ୍ୟ ହୋଇଯାଉ,
  ବାହୁଡା ଆଶିଷ ପାଇ ,
ବାହୁଡା ଚରଣେ କୃତଜ୍ଞତା ଭରା,
ମଥା ପଡୁ ମୋର ନଇଁ । ।ା୦ାା

ଜାଣେ ନାହିଁ କିଛି ବିପଦ ଆପଦ,
ନ ଲୋଡେ କେବେ ମୁଁ ସୁଖ କି ସଂପଦ?
ସାହସ ବାନ୍ଧିଛି ; ଆଗକୁ ଚାଲିଛି,
କେତେ ଝଡ ଝଂଜା ସହି ।
ବାହୁଡା ଚରଣେ କୃତଜ୍ଞତା ଭରା
ମଥା ପଡୁ ମୋର ନଇଁ  । ।ା୧ାା
ଭକ୍ତ ଦୁଃଖ ହାରୀ, ଭକ୍ତଙ୍କର ଦୁଃଖ,
କେବେ ପାରନ୍ତିନି ସହି ,
ଦୁଃଖ ଅବା ସୁଖ ଜୟ ପରାଜୟ,
ପ୍ରଭୁଙ୍କର ଦାନ ସେହି ।
ପ୍ରଭୁଙ୍କ ନାମକୁ ଭରସା ଯେ କରେ,
ଚଲାପଥ ହୁଡେ ନାହିଁ ।
ବାହୁଡା ଚରଣେ କୃତଜ୍ଞତା ଭରା
ମଥା ପଡୁ ମୋର ନଇଁ  ।ା୨ାା
ଶିକ୍ଷୟତ୍ରୀ, କେୟାର ଇଂରାଜୀ ମାଧ୍ୟମ ବିଦ୍ୟାଳୟ 
                                                                             ଗବବସ୍ତ,କଟକ
JOY BAHUDA

No comments:

Post a Comment