ପ୍ରାଚୀ ଅବବାହିକାରେ ସିଦ୍ଧ ପରମ୍ପରା

 ପ୍ରାଚୀ ଗବେଷକ ହଂସନାଥ ସାହୁ
                                                      ଦେବଭୂମି ଭାରତ ବର୍ଷର ସାଂସ୍କୃତିକ ପରଂପରାରେ ସିଦ୍ଧ ସଂସ୍କୃତି ଏକ ପ୍ରତିଷ୍ଠିତ ପରଂପରା ଭାବେ ଉଦ୍ବଭ ହୋଇଛି । ଯାହାର ପ୍ରଭାବ ବର୍ତ୍ତମାନ ଯୁଗ ପର୍ଯ୍ୟନ୍ତ ସାଂସ୍କୃତିକ ପରଂପରାରେ ମାୟା ବିସ୍ତାର କରିଚାଲିଛି । ସିଦ୍ଧ ସଂସ୍କୃତି ପ୍ରାଗ୍ ଐତିହାସିକ ଯୁଗ, ଏପରି କି ଖ୍ରୀଷ୍ଟ ପୂର୍ବକାଳୀନ ତଥା ଗୌତମଙ୍କ ଆବିର୍ଭାବ ପୂର୍ବରୁ ସୃଷ୍ଟ । ଯାହା ବ୍ରାତ୍ୟ ସଭ୍ୟତା ଭାବରେ ଆତ୍ମ ପ୍ରକାଶ କରିଥିଲା । ସେମାନେ ପରିବ୍ରାଜକ ସନ୍ୟାସ ଜୀବନ ବିତାଉଥିଲେ  ଓ ଶୁନ୍ୟବାଦର ବିଶ୍ୱାସୀ ଥିଲେ । ସେମାନେ ହିନ୍ଦୁ ଦେବାଦେବୀଙ୍କୁ ଅସ୍ୱୀକାର ପୂର୍ବକ ବ୍ରାହ୍ମଣ୍ୟ ଧର୍ମର ପରିପନ୍ଥୀ ଥିଲେ ଓ ଜାତିବାଦର ବିରୋଧି ଥିଲେ । ସେମାନେ ଶୂନ୍ୟବାଦର ପ୍ରବକ୍ତା ଥିଲେ ମଧ୍ୟ ଗୃହ ନିର୍ମାଣ ଓ ମନ୍ଦିର ସଂବନ୍ଧୀୟ ଦିଗ୍ ଦର୍ଶନ ଦେବା ସହ ଭବିଷ୍ୟତ ବାଣୀ ପ୍ରଦାନ ପୂର୍ବକ ରୋଗ ନିରାକରଣ ସଂବନ୍ଧୀୟ ବନଷ୍ପତୀୟ ଉପଚାର ପ୍ରଦାନ ପୂର୍ବକ ରୋଗ ନିରାକରଣ ସଂବନ୍ଧୀୟ ବନଷ୍ପତୀୟ ଉପଚାର ପ୍ରଦାନ କରି ସମାଜର ଅଶେଷ କଲ୍ୟାଣ ସାଧନ କରୁଥିଲେ ।
                                            ସେମାନେ ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ ତଥା ଉକ୍ରଳ ଭୂଖଣ୍ଡ ଓ ପ୍ରାଚୀ ଉପତ୍ୟକାରେ ଭ୍ରମଣ କରି ଯାଯାବର ଜୀବନ ବିତାଉଥିଲେ । କାଳକ୍ରମେ ସେମାନେ ନଦୀକୂଳ ସଂଲଗ୍ନ ଘଂଚ ଜଙ୍ଗଲ ପରିବେଷ୍ଟିତ ପରିବେଶ  ମଧ୍ୟରେ ତଥା ଜନବସତି ଠାରୁ ଅନତି ଦୂରରେ ଆଶ୍ରମମାନ ନିର୍ମାଣ କରି ସ୍ଥାୟୀ ଭାବରେ ବସବାସ କରିବାକୁ ଆରମ୍ଭ କଲେ । ଉକ୍ରଳର ପ୍ରାଚୀ ଉପତ୍ୟକାରେ ସେମାନଙ୍କ କାୟା ବିସ୍ତାର ପୂର୍ବକ ପ୍ରାଚୀ ନଦୀ କୂଳ ଅରଣ୍ୟାନୀରେ ଆଶ୍ରମମାନ ନିର୍ମାଣ କରି  ସାଧନାରତ ଥିଲେ । ଯାହାର ସ୍ମାରକୀ ସ୍ୱରୁପ ପ୍ରାଚୀ କୂଳରେ ଅବସ୍ଥିତ ଅସଂଖ୍ୟ ମଠ ଓ ଗାଦୀ, ଯାହା ଅତୀତର ସ୍ମୃତି ଚାରଣ କରୁଅଛି ।
                                       କାଳକ୍ରମେ ଶୂନ୍ୟବାଦର ତାତ୍ୱିକ ବିଶ୍ଳେଷଣ ତଥା କାୟ ସାଧନା ଯୌଗିକ ମାର୍ଗର ପ୍ରଚାର ଓ ପ୍ରସାର ଫଳରେ ସେମାନଙ୍କ ଲୋକ ପ୍ରିୟତା ବଢିବା ସଙ୍ଗେ ସଙ୍ଗେ ଉକ୍ରଳୀୟ ଧାର୍ମିକ ପରଂପରା ଯଥା- ବୌଦ୍ଧ, ଜୈନ, ଶୈବ, ଶାକ୍ତ, ତନ୍ତ୍ର, ବୈଷ୍ଣବ ଓ ନାଥପନ୍ଥୀମାନଙ୍କ ଦ୍ୱାରା ସମାଦୃତ ହେବା ସହ ସେମାନଙ୍କ ମାର୍ଗଦର୍ଶନ ସାହିତ୍ୟ ସୃଷ୍ଟିରେ ରୂପାନ୍ତରିତ ହୋଇ ଉକ୍ରଳୀୟ  ସାହିତ୍ୟର ସାରସ୍ୱତ ଭଣ୍ଡାରକୁ ରୁଦ୍ଧିମନ୍ତ କରିପାରିଛି ।  ପ୍ରାଚୀ ଉପତ୍ୟକାରେ ବିଶେଷ ଭାବରେ ଯୌଗିକ ପ୍ରକ୍ରିୟା ପ୍ରଭାବିତ ସ୍ଥାପତ୍ୟମାନ ଦେଖାଯାଏ । ଯଥା ସପ୍ତଫେଣୀ ଠାକୁରାଣୀ-ତଣ୍ଡିକଣା, ରାମଚଣ୍ଡୀ-ନରିଶୋ ଓ ଶଙ୍କଟ ତାରିଣୀ-କାହାଳ ଅସ୍ତରଙ୍ଗ ପ୍ରଭୃତି ।
                                           ଗାଦୀ ଉପାସନା-ଓଡିଶା ତଥା ପ୍ରାଚୀ ଅବବାହିକାରେ  ପ୍ରାୟତଃ ମନ୍ତ୍ରସିଦ୍ଧ, ତନ୍ତ୍ରସିଦ୍ଧ ଓ ବୁଟସିଦ୍ଧ ଭାବେ ପରିଚିତ ଲାଭ କରି ସମାଜର ଅଶେଷ କଲ୍ୟାଣ ସାଧନ କରିଥିଲେ । କାଳକ୍ରମେ ସାଧନା ପୀଠରେ ସେମାନଙ୍କ ସମାଧି ପୀଠକୁ ଗାଦୀ ଭାବରେ ଉପାସନା କରାଯାଇଛି । ସେହି ପବିତ୍ର ଗାଦୀ ତଥା କ୍ଷେତ୍ରର ମହାତ୍ମ୍ୟ ଏବେ ମଧ୍ୟ ରହିଛି । ଲୋକମାନଙ୍କ ହୃଦୟରେ ଉଜ୍ଜୀବିତ ରହିଛି ଏବଂ ସେମାନଙ୍କ ସ୍ମୃତି ଚାରଣ କରାଯାଇଛି । ସିଦ୍ଧ ସାଧକମାନଙ୍କ ଆଧାର ଦୃଷ୍ଟେ ସେମାନଙ୍କ ଗାଦୀକୁ ଦୁଇ ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ଯଥା-(୧) ମନ୍ତ୍ରାୟିକ ସିଦ୍ଧଗାଦୀ (୨) ବୁଟ ସିଦ୍ଧଗାଦୀ । ସିଦ୍ଧ ସାଧକମାନେ ପ୍ରାୟତଃ ବିଭିନ୍ନ ସଂପ୍ରଦାୟ ତଥା ଜାତିର ଲୋକଥିଲେ ମଧ୍ୟ ସେମାନେ ସାଧକ ଭାବରେ ପ୍ରତିଷ୍ଠିତ ଓ ଧର୍ମ ସଂସ୍କୃତିରେ ମାନବବାଦର ପ୍ରତିଷ୍ଠାତା ଥିଲେ ।
                          ଓଡିଆରେ ଗୋଟିଏ ପ୍ରବାଦ ଅଛି- ସିଦ୍ଧି ଓ ମହୌଷଧି । ଅର୍ଥାତ ବିଭିନ୍ନ ପ୍ରକାର ଜଟିବୁଟି ଔଷଧ ଦ୍ୱାରା ରୋଗ ନିରାକରଣ କରିବା ଓ ସେମାନଙ୍କୁ ଯୌଗିକ ସାଧନା ମାର୍ଗରେ ପ୍ରବୃତ କରାଇବା । କାଳକ୍ରମେ ସିଦ୍ଧ ସଂସ୍କୃତି ଆମ ସାମାଜିକ ତଥା ସାଂସ୍କୃତିକ ପରଂପରାର ଗଣ୍ଡି ମଧ୍ୟରେ ପ୍ରବେଶ କରି ଓଡିଆ ଭାଷା ସାହିତ୍ୟକୁ ପରିପୃଷ୍ଟ କରିପାରିଛି ।
ଷୋଡଶ ଖ୍ରୀଷ୍ଟାବ୍ଦ କାଳରେ ପ୍ରାଚୀ-ଚିତ୍ରୋପôଳା ଭୂଖଣ୍ଡର ପ୍ରତିଷ୍ଠିତ ପଂଚ ଗୋସ୍ୱାମୀ ଓ ସେମାନଙ୍କ ରଚିତ ପଂଚସଖା ସାହିତ୍ୟ ବହୁଳ ଭାବରେ କାୟ ସାଧନା ଯୌଗିକ ମାର୍ଗ ଦର୍ଶନ ପରିପୃଷ୍ଟ ହୋଇ ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ସହିତ ମାନବ ସମାଜରେ ନୂତନ ପ୍ରାଣ ସଂଚାର କରିପାରିଛି ।
SAMADHI PITHA OF GOSWAMI BAHUDA DAS
                                       ପ୍ରାଚୀ ଉପତ୍ୟକାରେ ବୌଦ୍ଧ ତନ୍ତ୍ରାୟନ କାୟା ବିସ୍ତାର କରିଥିଲେ ମଧ୍ୟ ପଂଚ ଗୋସ୍ୱାମୀମାନଙ୍କ ପ୍ରମୁଖ ଅଚୁ୍ୟତାନନ୍ଦ ଦାସଙ୍କ ଆହ୍ୱାନ କ୍ରମେ ପ୍ରାଚୀ କ୍ଷେତ୍ରର ସିଦ୍ଧ ମଠ ଠାରେ ସମ୍ମିଳୀତ ହୋଇ ତନ୍ତ୍ରୟାନ ବିଲୋପ କରିବା ପାଇଁ ଆହ୍ୱାନ ଦେବା ସହ ଜଗନ୍ନାଥ କୈନ୍ଦ୍ରିକ ନୂତନ ସାଂସ୍କୃତିକ ଜାଗରଣ ଘଟି ମଠ ସଂସ୍କୃତି ଓ ଗାଦୀ ସଂସ୍କୃତିର ଅଭୁ୍ୟଦୟ ଘଟି ପ୍ରଚଳିତ ସାଂସ୍କୃତିକ ପରଂପରାର ପୁର୍ନ ଜାଗରଣ କରିଥିଲେ । ପ୍ରାଚୀ ଉପତ୍ୟକାରେ ଅବସ୍ଥିତ ଅନେକ ପ୍ରତିଷ୍ଠିତ ମଠ ଓ ଗାଦୀ ସଂସ୍କୃତି ସହ ବନଷ୍ପତୀୟ ଔଷଧିୟ ଉପଚାର ଅଙ୍ଗାଙ୍ଗୀ ଭାବେ ସମ୍ବନ୍ଧିତ ହୋଇ ସମାଜର ଅଶେଷ କଲ୍ୟାଣ ସାଧନ କରୁଅଛୁ । ଯଦ୍ୱାରା ଲୋକମାନଙ୍କ ସଂପୃକ୍ତି ରହିବା ସହ ଧାର୍ମିକ ଚେତନାର  ଅଭୁ୍ୟଦୟ ଘଟି ପାରିଛି ।
ପ୍ରାଚୀ ଉପତ୍ୟକାରେ ମଠ ଓ ଗାଦୀ 
୧. ସନ୍ଥ ବାହୁଡା ଦାସ ଗାଦୀ -କୁଶକଂଟା ମଠ, ବ୍ରାହ୍ମଣ ଝରିଲୋ 
୨. କମ୍ବୁପାଣି ଗାଦୀ - ଫତେଗଡ ମଠ, ଫତେଗଡ 
୩. ଦେଉଳୀ ମଠ - ଦେଉଳୀ
୪. ଅର୍କ ତୀର୍ଥ ମଠ - ନୂଆ ଗାଁ ,ନିଆଳୀ
୫. ସିଦ୍ଧ ମଠ - ମାଧବ
୬. ସଦା ଦାସ ଗାଦୀ - ମାଧବ
୭. ବେଲ ବଣ ମଠ - ହୀରାପାଟଣା,ଚୌରାସୀ
୮. ଗୋ ତୀର୍ଥ ଗାଦୀ - ଚୌରାସୀ,ଅମରେଶ୍ୱର
୯. କ୍ଷୀରଗରୁ ଗାଦୀ- ଗଡ ଅମର ପ୍ରସାଦ
୧୦.ଲୋହୀ ଦାସ ଗାଦୀ - ମହତାପାରୀ
୧୧.ବୀରସିଂହ ଗାଦୀ -ଶେହାଗପୁର,ରାମେଶ୍ୱର
୧୨. ବିରଂଚି ନାରାୟାଣୀ - ବାଲିପଟା, ଅସ୍ତରଙ୍ଗ
୧୩. ନାସିକେଶ୍ୱର ମଠ- ନାସିକେଶ୍ୱର ଶାସନ
୧୪. କିଳାବୋଦା ଗାଦୀ - ଆମ୍ବିଳି ଗାଁ ପ୍ରଭୃତି ବୁଟ ସିଦ୍ଧ  ଗାଦୀ
                                      ପ୍ରାଚୀ ଅବବାହିକାରେ ଅନେକ ସିଦ୍ଧ ସାଧକ ମାନେ ଜନ୍ମ ଗ୍ରହଣ କରି ଯାଇଛନ୍ତି । ଯେଉଁ ମାନଙ୍କ କିର୍ତୀ ଓ କୃତୀ ଆଜି ମଧ୍ୟ ସ୍ମରଣ କଲେ ଶରୀରରେ ସ୍ୱତଃ ଶିହରଣ ସୃଷ୍ଟି ହୋଇଥାଏ । ସେମାନେ ସାଧାରଣ ହଳୁଆ ହୋଇଥାନ୍ତୁ କିମ୍ବା ସାଧାରଣ ମୂଲିଆ କୂଳରେ ଜନ୍ମ ହୋଇଥାନ୍ତୁ । ପରଂତୁ ସେମାନଙ୍କ ସାଧନା ଓ ନିଷ୍ଠା ତତ୍ କାଳୀନ ସମାଜର ଅଶେଷ କଲ୍ୟାଣ ସାଧନ କରିପାରିଥିଲା । ମାଧବ ଗ୍ରାମର ସଦା ଭୋଇ- ସଦା ଦାସ, ଯେ କି ମୃତ ବ୍ୟକ୍ତିଙ୍କୁ ମଧ୍ୟ ଜୀବନ ଦାନ କରିପାରିଥିଲେ  ଓ ଅନେକ ଅସାଧ୍ୟ ରୋଗ ଭଲ ମଧ୍ୟ କରିଥିଲେ । ସାଧାରଣ କୃଷକ-କୁଶବାବା, ବଗଲ ମଠ. ଅନେକ ଅସାଧ୍ୟ କାର୍ଯ୍ୟ କରିବା ସହ ବିଭିନ୍ନ ରୋଗ ନିରାକରଣ ନିମନ୍ତେ ଔଷଧିୟ ବ୍ୟବସ୍ଥା କରିଥିଲେ । ସେହିଭଳି କମ୍ବୁପାଣି ଫତେଗଡ ମଠ-କମ୍ବୁପାଣି ହୁକୁମ ଦେବା ସହ ବନଷ୍ପତୀୟ ଔଷଧିୟ ଉପଚାର ଦ୍ୱାରା ରୋଗ ନିରାକରଣ କରିପାରୁଥିଲେ ।  ସେହିପରି ବାହୁଡା ଦାସ ଜଣେ ସିଦ୍ଧ ସାଧକ ଥିଲେ । ତାଙ୍କର ଐଶ୍ୱରିକ ଶକ୍ତି ବଳରେ ଅନେକ ଦୁସାଧ୍ୟ ରୋଗର ଚିକିତ୍ସା କରିପାରୁଥିଲେ ।  ସର୍ବୋପରି ଭୋଇ ସମାଜକୁ ଏକତ୍ରୀ କରଣ ପ୍ରରିପ୍ରେକ୍ଷୀରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେ ଅନେକ ବିଭୂତିର ଅଧିକାରୀ ହୋଇ ଅନେକ ଅଲୌକିକ କାର୍ଯ୍ୟ କରିପାରୁଥିଲେ । ତେଣୁ ସିଦ୍ଧ  ସାଧକ ପକ୍ଷେ ଜାତିକୁଳ ଅପେକ୍ଷା ସେମାନଙ୍କ କିର୍ତ୍ତୀ ଓ କରିସ୍ମା, ସେମାନଙ୍କୁ ଚିର ନମସ୍ୟ ତଥା ଅମର ଆତ୍ମା ଭାବେ ଯୁଗ ଯୁଗ  ଧରି ସ୍ମରଣ କରୁଥିବ ।
                                               ଅବକ୍ଷୟମୁଖି ସାମାଜିକ ବ୍ୟବସ୍ଥା ମଧ୍ୟରେ ମନ୍ତ୍ରାୟିକ ଓ ତନ୍ତ୍ରାୟିକ ମଠ ତଥା ଗାଦୀ ମାନଙ୍କର ଅବକ୍ଷୟ ଘଟି ଚାଲିଥିବା ସମୟର ବୁଟସିଦ୍ଧ ଗାଦୀ ଓ ମଠମାନଙ୍କର ଆବଶ୍ୟକତା ଦୃଷ୍ଟେ ଲୋକମାନଙ୍କ ସଂପୃକ୍ତି ଥାଇ ପୂଣ୍ୟାତ୍ମାମାନଙ୍କର ସାଧନା କ୍ଷେତ୍ରର ଉତୋରତର ଉନ୍ନତି ସାଧିତ ହୋଇ ପାରୁଛି । କ୍ଷେତ୍ର ଅଛି , କ୍ଷେତ୍ରର ମହାତ୍ମ୍ୟ ମଧ୍ୟ ରହିଛି । ଉପଯୁକ୍ତ ଦାୟାଦ ଭାବରେ ଆମ୍ଭେମାନେ ନିଷ୍ଠାର ସହ ଉଦ୍ଯୋଗ ପୂର୍ବକ ସିଦ୍ଧ ପୁରୁଷମାନଙ୍କର ସ୍ମୃତିକୁ ପୁର୍ନଜାଗରିତ କରିବାର ପ୍ରୟାସ ଜାରି ରଖିଲେ ହୃତ ଗୌରବ ଫେରି ଆସିବା ସଂଗେ ସଂଗେ ସମାଜର କଲ୍ୟାଣ ସାଧିତ ହୋଇପାରିବ । ସମସ୍ତ ସହଯୋଗୀ ବନ୍ଧୁ, ଉତ୍ସାହୀ ଯୁବକ ଓ ଅନୁରଣିତ ତଥା ଉତ୍ସର୍ଗୀକୃତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସହଯୋଗ, ସହାନୁଭୂତି ଓ ସାହାଯ୍ୟ କାମନା  କରୁଛି । ଧର୍ମ ଜାଗରଣ ସହାୟତା ଆଶା ପୋଷଣ କରୁଛି ।
ସା/ପୋ-ଅଡସପୁର,କଟକ
JOY BAHUDA

No comments:

Post a Comment